
ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ସାରା ଦେଶର ନଜର ଟିଭି ଉପରେ ରହିଥିଲା। କାରଣ ୨୬ ତାରିଖ ଭୋରରୁ ଭାରତୀୟ ବାୟୁସେନା ପୁଲୱାମା ଆତଙ୍କବାଦୀ ହମ୍ଲାର ବଦଲା ନେବାକୁ ପାକିସ୍ତାନରେ ପ୍ରବେଶ କରି ବାଲାକୋଟ୍ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।
ଏହି ଏୟାର ଷ୍ଟ୍ରାଇକ୍ର ଖବର ଜାଣିବା ପାଇଁ ସାରା ଦେଶ ଅନେଇ ବସିଥିବା ବେଳେ ବଲିଉଡ୍ର ବିଭିନ୍ନ ପ୍ରଯୋଜକ ସଂସ୍ଥାଗୁଡ଼ିକ ମଧ୍ୟରେ ଏହି ଘଟଣା ଉପରେ ଫିଲ୍ମ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ପ୍ରଯୋଜକ ସଂସ୍ଥା ମୁମ୍ବାଇରେ ଥିବା ଇଣ୍ଡିଆନ୍ ମୋସନ ପିଚର୍କସ ପ୍ରଡ୍ୟୁସରସ୍ ଆସୋସିଏସନ୍(ଆଇଏମ୍ଏମ୍ପିଏ) ପହଞ୍ଚି ଏହି ଘଟଣା ଉପରେ ଫିଲ୍ମ କରିବାକୁ ନିଜର ପ୍ରସ୍ତାବିତ ଫିଲ୍ମର ଟାଇଟଲ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିଥିଲେ। ୫ଟି ପ୍ରଯୋଜକ ସଂସ୍ଥା ଏଭଳି କରିଥିବା ଜଣାପଡ଼ିଛି।
ସେମାନେ ପୁଲୱାମା: ଦି ଟେରର ଆଟାକ, ପୁଲୱାମା ଆଟାକ ବନାମା ସର୍ଜିକାଲ ଷ୍ଟ୍ରାଇକ୍ ୨.୦, ସର୍ଜିକାଲ ଷ୍ଟ୍ରାଇକ୍ ୨.୦ ଓ ବାଲାକୋଟ ଭଳି ଶୀର୍ଷକରେ ଫିଲ୍ମ କରିବାକୁ ଚାହୁଁଥିବା ଆଇଏମ୍ଏମ୍ପିଏକୁ ଜଣାଇଥିଲେ। ଏସବୁ ବ୍ୟତୀତ ୱାର ରୁମ, ହିନ୍ଦୁସ୍ତାନ ହମାରା ହୈ, ପୁଲୱାମା ଟେରର ଆଟାକ, ଦି ଆଟାକ୍ସ ଅଫ୍ ପୁଲୱାମା ଭଳି ଟାଇଟଲ୍ରେ ଫିଲ୍ମ ନିର୍ମାଣ କରିବାକୁ କିଛି ପ୍ରଯୋଜକ ପ୍ରସ୍ତାବ ଦେଇଥିଲେ। ତେବେ ଆଇଏମ୍ଏମ୍ପିଏ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ପାରି ନାହିଁ।
ଉରି ଆକ୍ରମଣ ପରେ ଭାରତୀୟ ସେନା କରିଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ଉରି ଦି ସର୍ଜିକାଲ ଷ୍ଟ୍ରାଇକ୍ ଫିଲ୍ମ ହୋଇଥିଲା। ଏହାକୁ ଅନେକ ସଫଳତା ମିଳିବା ପରେ ଏବେ ପୁଣିଥରେ ସତ୍ୟ କାହାଣୀ ଉପରେ ଅନେକ ପ୍ରଯୋଜକ ସଂସ୍ଥା ଫିଲ୍ମ ନିର୍ମାଣ କରିବାକୁ ଏବେ ଠାରୁ ପ୍ରୟାସ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/2T8kn2o
No comments:
Post a Comment