ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍: ରାହୁଲ ଷଷ୍ଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍: ରାହୁଲ ଷଷ୍ଠ

ଦୁବାଇ: ଏକ ଟିଭି ଶୋ’ରେ ନିଜର ମନ୍ତବ୍ୟ ପାଇଁ ବିବାଦରେ ପଡ଼ିଥିବା ଲୋକେଶ ରାହୁଲଙ୍କ ପାଇଁ ଖୁସି ଖବର ଆସିଛି। ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗରେ ରାହୁଲ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେ ଟିମ୍ ଇଣ୍ଡିଆର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟପ୍-୧୦ରେ ଅଛନ୍ତି। କେବଳ ଏତିକି ନୁହେଁ, କ୍ରିକେଟ୍ ଦୁନିଆରେ ନୂଆ ଭାବେ ସାମିଲ୍ ହୋଇଥିବା ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ୍ ହଜରତୁଲ୍ଲା ଜାଜାଇ ର‌୍ୟାଙ୍କିଙ୍ଗର ସପ୍ତମ ସ୍ଥାନକୁ ଉଠିଛନ୍ତି। ଜାଜାଇ ଏକାଥରକେ ୩୧ ସ୍ଥାନ ଉପରକୁ ଉଠି ଟପ-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ବିବାଦରେ ଛନ୍ଦି ହୋଇପଡ଼ିଥିବା ରାହୁଲ ପ୍ରମାଣ କରିଛନ୍ତି ଯେ, ଏସବୁ ତାଙ୍କ କ୍ରିକେଟ୍ କ୍ୟାରିଅର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ରାହୁଲ ୪୭ ଓ ୫୦ ରନର ଦମଦାର ଇନିଂସ୍ ଖେଳିଥିଲେ। ପୂର୍ବତନ ଏକ ନମ୍ବର ଖେଳାଳି ଭାରତର ଅଧିନାୟକ ବିରାଟ କୋହଲି ୧୭ତମ ଏବଂ ମହେନ୍ଦ୍ର ସିଂହ ଧୋନି ୫୬ତମ ସ୍ଥାନକୁ ଉଠିଛନ୍ତି।

ବୋଲିଂ ର‌୍ୟାଙ୍କିଙ୍ଗରେ ଜସପ୍ରୀତ ବୁମ୍ରା ୧୫ତମ ଓ କୃନାଲ୍ ପାଣ୍ଡ୍ୟା କ୍ୟାରିୟରର ଶ୍ରେଷ୍ଠ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ କୁଲଦୀପ ଯାଦବ ଦୁଇଟି ସ୍ଥାନ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି।
ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଶତକ ମାରିଥିବା ଗ୍ଲେନ୍ ମ୍ୟାକ୍ସୱେଲ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ମ୍ୟାକ୍ସୱେଲ୍ ପ୍ରଥମ ମ୍ୟାଚରେ ୫୬ ଓ ଦ୍ୱିତୀୟ ମ୍ୟାଚରେ ଅପରାଜିତ୧୧୩ ରନ୍ କରିଥିଲେ। ଟିମ୍ ର‌୍ୟାଙ୍କିଙ୍ଗରେ ଭାରତ ତା’ର ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ସାଉଥ୍ ଆଫ୍ରିକା ଓ ଇଂଲଣ୍ଡକୁ ପଛରେ ପକାଇ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି। ଆଫଗାନିସ୍ତାନ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୩୫ ପଏଣ୍ଟ ସହ ଶୀର୍ଷରେ ରହିଛି।



from Odisha Reporter https://ift.tt/2IScoSe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages