ଶାହରୁଖ୍‌ ଖାନ୍‌ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ନିଜର ସୁପରହିଟ୍‌ ଡେବ୍ୟୁ ଫିଲ୍ମ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଶାହରୁଖ୍‌ ଖାନ୍‌ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ନିଜର ସୁପରହିଟ୍‌ ଡେବ୍ୟୁ ଫିଲ୍ମ !

saharukh

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଫିଲ୍ମ ଶୁଟିଂ ପରେ ପ୍ରାୟ ସବୁ କଳାକାର ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅପେକ୍ଷା କରି ବସିଥାନ୍ତି। ଆଉ ତାକୁ ଦେଖିବାକୁ ଥାଏ ଖୁବ୍‌ ଉତ୍କଣ୍ଠା। କିନ୍ତୁ ଏଥିରେ ବ୍ୟତିକ୍ରମ ହେଉଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ।

ସେ ନିଜ ଡେବ୍ୟୁ ଫିଲ୍ମ ଦେଖି ନାହାନ୍ତି, ଯାହା ପୁଣି ବ୍ଲକ୍‌ ବଷ୍ଟର ହିଟ୍‌ ହୋଇଛି।

ଏ କଥାକୁ ହୁଏତ ଅନେକେ ବିଶ୍ୱାସ କରିପାରୁ ନ ଥିବେ। କିନ୍ତୁ କଥାଟି ସତ। ନିଜେ ଶାହରୁଖ୍‌ ଏକ ସାକ୍ଷାତକାରରେ ଏକଥା କହିଛନ୍ତି। ୨୭ ବର୍ଷ ବିତି ଯାଇଥିଲେ ବି ସେ ନିଜ ଡେବ୍ୟୁ ଫିଲ୍ମ ‘ଦିୱାନା’ ଦେଖି ନାହାନ୍ତି। ଜାଣିଛନ୍ତି କ’ଣ ଏହାର କାରଣ ?

ସିଗ୍ନେଚର ମାଷ୍ଟର କ୍ଲାସ୍‌ର ଗୋଟିଏ ଏପିସୋଡ୍‌ରେ ଶାହରୁଖ୍‌ ଏହି କଥାଟି କହିଥିଲେ। ତାଙ୍କ ମତରେ, ‘‘ଯଦି ମୁଁ ଫିଲ୍ମ ସହ ଜଡ଼ିତ ପ୍ରୋସେସ୍‌କୁ ଉପୋଭୋଗ କରେନାହିଁ, ତେବେ ମୁଁ ତାକୁ ଦେଖେ ନାହିଁ। ଏହା ପସନ୍ଦ ଆସିବା ନ ଆସିବା ଅର୍ଥରେ କହୁନି। ମୋତେ ଏମିତି ଲାଗେ ଯଦି ଫିଲ୍ମ ଶୁଟିଂ କରିବା ସମୟରେ ମୋତେ ମଜା ନ ଆସେ ବା ତାକୁ ମୁଁ ଉପଭୋଗ ନ କରେ ତେବେ ମୁଁ ସେହି ଫିଲ୍ମ ଦେଖେ ନାହିଁ। ସେ ଫିଲ୍ମ ଯେତେ ବି ବ୍ଲକ ବଷ୍ଟର ହିଟ୍‌ ହେଉ ପଛକେ, ମୋର ମନେ ପଡ଼ିଯାଏ ଯେ, ସେ ଫିଲ୍ମର ପ୍ରୋସେସ୍‌ ଭଲ ନ ଥିଲା। ’’

ଶାହରୁଖ୍‌ ଆହୁରି କହିଥିଲେ, “ସମସ୍ତଙ୍କ ପରି ମୁଁ ବି ମୋ ଫିଲ୍ମ ପାଇଁ ଖୁବ୍‌ ପରିଶ୍ରମ କରେ। ଆଉ ମୋ ଫିଲ୍ମ ତିଆରି କରିବା ସମୟରେ ତାକୁ ଉପଭୋଗ କରିବାକୁ ଚାହେଁ। କାହିଁକି ନା ଯଦି ଏମିତି ନ ହୁଏ ତେବେ ଫିଲ୍ମରୁ ମୁଁ ଦୂରେଇ ଯାଉଥିବା ଅନୁଭବ କରେ। ସେଥିପାଇଁ ମୋତେ ଷ୍ଟାର୍‌ କରିଥିବା ‘ଦିୱାନା’ ଫିଲ୍ମ ମୁଁ ଆଜି ପର୍ଯ୍ୟନ୍ତ ଦେଖି ନାହିଁ। କାହିଁକି ନା ସେ ଫିଲ୍ମର ପ୍ରୋସେସ୍‌ ମୋତେ ପସନ୍ଦ ଆସି ନ ଥିଲା।”

 

 



from Odisha Reporter http://bit.ly/2Gg6s3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages