ହୁସିଆର୍‌! ଆସୁଛି ଫେକ୍‌ ଲକ୍‌, ଖାଲି ହୋଇଯିବ ପକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ହୁସିଆର୍‌! ଆସୁଛି ଫେକ୍‌ ଲକ୍‌, ଖାଲି ହୋଇଯିବ ପକେଟ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ହୁସିଆର୍‌! ଆପଣଙ୍କ ପାଖକୁ ଆସୁଛି ଫେକ୍‌ ଫୋନ୍‌ କଲ୍‌। ଏହି ଫୋନ୍‌ ରିସିଭ୍‌ କଲେ ସୁମଧୁର କଥା କହି ଆପଣଙ୍କୁ ଫସାଇବାକୁ ଉଦ୍ୟମ କରାଯିବ। ଆଉ ତା’ପରେ ଋଣ କରାଇ ଦେବା ନାଁରେ ବିଭିନ୍ନ ସ୍ଥାନକୁ ପଠାଯିବ। ପରେ ବିଶ୍ୱାସ ଜମାଇବା ପାଇଁ ସାର୍ଟିଫିକେଟ୍‌ ଯାଞ୍ଚ ଓ କ୍ଲିୟରାନ୍ସ ଭଳି କଥା କହିଥାନ୍ତି। ଏହା ପରେ କିଛି ଟଙ୍କା ଜମା କରିବାକୁ କହି ରାତାରାତି ଫେରାର ହୋଇଯାଆନ୍ତି। ଆଉ ତା’ପରେ ହୋଇଯାଏ ପକେଟ୍ ଖାଲି। ଏଭଳି ଠକାମୀର ଶିକାର ହୋଇଥିଲେ ବ୍ରହ୍ମପୁରର ଦୀପକ ପଣ୍ଡା।
ଶ୍ରୀ ପଣ୍ଡାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଠକମାନେ ତାଙ୍କୁ ଫୋନ୍‌ କରି ୫ ଲକ୍ଷ ଟଙ୍କା ଋଣ କରାଇ ଦେବାର ବାହାନା କରି ତାଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କା ଜମା କରିବା ପାଇଁ କୁହାଯାଇଥିଲା। ଟଙ୍କା ଜମା କରିବା ପରେ ଏହି ଠକ ଦଳଙ୍କ ଆଉ ପତ୍ତା ମିଳିନଥିଲା। ଠକାମୀର ଶିକାର ହେବା ପରେ ଦୀପକ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।
ସାଇବର ଥାନାରେ ଅଭିଯୋଗ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ୪ ଯୁବତୀଙ୍କ ସହ ଜଣେ ଯୁବକକୁ ଗିରଫ କରିଛି ବ୍ରହ୍ମପୁର ସାଇବର ଥାନା ପୁଲିସ। କେନ୍ଦ୍ରାପଡାରୁ ୩ ଜଣ ଧରା ପଡ଼ିଥିବା ବେଳେ ପୁରୀରୁ ଜଣେ ଓ ସମ୍ବଲପୁରରୁ ଆଉ ଜଣେ ଧରା ପଡ଼ିଛନ୍ତି।
କେବଳ ଦୀପକ ନୁହେଁ, ରାଜ୍ୟର ଏଭଳି ପ୍ରାୟ ୨ ହଜାରରୁ ଅଧିକ ଲୋକ ଏହି ସମାନ ଉପାୟରେ ଠକାମୀର ଶିକାର ହୋଇଥିବା ଜଣାପଡିଛି। ଗିରଫଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୁଲିସ।
ଅନ୍ୟପଟେ ଏଭଳି ଠକାମିରୁ ଦୂରରେ ରହିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସହ ସନ୍ଦେହ ହେଲେ ପୁଲିସକୁ ସୂଚନା ଦେବାକୁ କହିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର।



from Odisha Reporter http://bit.ly/2I1xdKV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages