କାର୍ପେଟ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

କାର୍ପେଟ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୧୧ ମୃତ

ବାରଣାସୀ: ଶନିବାର ଅପରାହ୍ଣରେ ଉତ୍ତରପ୍ରଦେଶ ଭାଦୋହୀ ଜିଲ୍ଲାର ଚୌରୀ ଅଞ୍ଚଳରେ ଏକ କାର୍ପେଟ୍‌ ଫ୍ୟାକ୍ଟ୍ରିରେ ବଡ଼ଧରଣର ବିସ୍ଫୋରଣ କାରଣରୁ ୧୧ ଜଣ ମୃତ୍ୟୁବରଣ କରିଛନ୍ତି।

ଉତ୍ତରପ୍ରଦେଶ ବାରଣାସୀ ଜୋନ୍‌ ଏଡିଜି ପିଭି ରାମ ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ କାରଣରୁ ଏକ ଭୁଷୁଡ଼ିଯାଇଥିବା କୋଠାରୁ ୩ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇଛି।

ବିସ୍ଫୋରଣର ପ୍ରକୃତ କାରଣ ଜାଣିବାପାଇଁ ବୋମା ନିଷ୍ପ୍ରିୟକାରୀ ଏବଂ ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ।ଚର୍ଚ୍ଚା ଜୋର ଧରିଛି ଏହି କୋଠାରେ ବାଣ ପ୍ରସ୍ତୁତି ପାଇଁ ବୃହତ୍‌ ପରିମାଣର ବିସ୍ଫୋରକ ରଖାଯାଇଥିଲା।

ଏହି ବିସ୍ଫୋରଣରେ କୋଠାର ମାଲିକ ଏବଂ ତାଙ୍କ ପୁଅ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ତେବେ ପଶ୍ଚିମବଙ୍ଗରୁ ଆସିଥିବା ବୁଣାକାରମାନେ ଏଥିରେ ବୃହତ୍‌ ସଂଖ୍ୟାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ଅଖତାର ଅଲ୍ଲୀ ନାମକ ଜଣେ ବ୍ୟକ୍ତି ଏହି ଅଞ୍ଚଳରେ କାର୍ପେଟ୍‌ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଚଲାଉଥିଲେ। ଶନିବାର ଏହି ବିସ୍ଫୋରଣରେ କାର୍ପେଟ୍‌ ଫ୍ୟାକ୍ଟ୍ରି ଭୁଷୁଡ଼ିବା ସହିତ ଏହାର ପାଖ କୋଠା ମଧ୍ୟ ଭୁଷୁଡ଼ିଯାଇଛି।

ଏହି ବିସ୍ଫୋରଣର ଶବ୍ଦ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟ କରିଛି। ଏହା ଘଟିବାର କିଛି ମିନିଟ୍‌ ମଧ୍ୟରେ ହିଁ ସ୍ଥାନୀୟ ଲୋକେ କୋଠାର ଧ୍ୱଂସାବଶେଷ ତଳେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣ ସମୟରେ ବୃହତ ସଂଖ୍ୟାରେ ଲୋକ କାର୍ପେଟ୍‌ ବୁଣାରେ ବ୍ୟସ୍ତ ଥିଲେ।



from Odisha Reporter https://ift.tt/2U5zK8q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages