ଲୁଟେରାଙ୍କୁ ମାଡ଼ିବସି ଥାନାରେ ପୂରାଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଲୁଟେରାଙ୍କୁ ମାଡ଼ିବସି ଥାନାରେ ପୂରାଇ ଦେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ଜଣେ ଦବଙ୍ଗ ମହିଳାଙ୍କ କାରନାମା ଆଜି ଚର୍ଚ୍ଚାରେ। ଯିଏ ନିଜର ଅଦମ୍ୟ ସାହସ ବଳରେ ଜଣେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଆଉ ଶେଷରେ ପୁଲିସ୍‌ ହାତରେ ଧରାଇ ଦେଇଛନ୍ତି। ତାଙ୍କର ଏହି କାରନାମା ପାଇଁ ସାବାସୀ ମିଳୁଛି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଥିବା ଦେଖିବାକୁ ମିଳୁଛି।

ଶୁଣିବାକୁ ମିଳୁଛି କୁଆଡେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ମଧ୍ୟ ଉକ୍ତ ସାହସୀ ମହିଳାଙ୍କୁ ପୁରସ୍କୃତ କରିବ।

ପୂରା ଘଟଣା ଏମିତି 

ଆଜି ସକାଳେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀ ଅଞ୍ଚଳର ଅଭିଜିତା ମହାପାତ୍ର ମାର୍କେଟିଂ କରି ଘରକୁ ଫେରୁଥିଲେ। ଦିନ ଦି’ପହରରେ ଦୁଇ ଜଣ ଲୁଟେରା ପଲ୍‌ସର ବାଇକ୍‌ରେ ଆସି ତାଙ୍କୁ ଠେଲି ଦେଇଥିଲା। ଅଭିଜିତା ପଡ଼ିଯିବାର ସୁଯୋଗ ନେଇ ବାଇକ୍‌ ପଛରେ ବସିଥିବା ଲୁଟେରା ସୋମନାଥ ଦାସ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ଫି ନେବାକୁ ଉଦ୍ୟମ କରିଥିଲେ।

ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁ ଅଭିଜିତା ଲୁଟେରାଙ୍କ ସାର୍ଟ୍‌ କଲରକୁ ଧରି ପକାଇଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଧସ୍ତାଧସ୍ତି ହୋଇଥିଲା। ମାଡ଼ି ବସି ମାଡ଼ ମାରିଥିଲେ ଅଭିଜିତା। ଦୀର୍ଘ ୫ ମିନିଟ୍‌ ଧସ୍ତାଧସ୍ତି ହୋଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍‌ ହୋଇଥିଲେ ଓ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହି ସମୟରେ ବାଇକ୍‌ ଚଲାଉଥିବା ଅନ୍ୟତମ ଲୁଟେରା ସେଠାରୁ ଚମ୍ପଟ ମାରିଥିଲା।

କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଲୁଟେରାରଙ୍କ ଘର ଆଖୁପାଳ। ସେ ପ୍ରଥମ ଥର ପାଇଁ ଆଜି ଲୁଟ୍‌ କରିବାକୁ ଆସିଥିଲା ବୋଲି ପୁଲିସ୍‌ ପାଖରେ କହିଛି।



from Odisha Reporter https://ift.tt/2BL8JzO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages