ଧାର୍ଯ୍ୟ ସୂଚୀ ଅନୁସାରେ ହେବ ଭାରତ-ପାକ୍‌ ମ୍ୟାଚ୍‌ ହେଉ: ସର୍ଫରାଜ ଅହମ୍ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଧାର୍ଯ୍ୟ ସୂଚୀ ଅନୁସାରେ ହେବ ଭାରତ-ପାକ୍‌ ମ୍ୟାଚ୍‌ ହେଉ: ସର୍ଫରାଜ ଅହମ୍ମଦ

ଇସ୍‌ଲାମାବାଦ: ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କ୍ରିକେଟର ଏହା ଉପରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, ବିଶ୍ୱକପ୍‌ରେ ଭାରତ ଓ ପାକ୍‌ ମ୍ୟାଚ୍‌ ଧାର୍ଯ୍ୟ ସୂଚୀ ଅନୁସାରେ ହିଁ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ।

ସେ କହିଛନ୍ତି, “ ପୁଲୱାମା ଘଟଣା ପରେ କ୍ରିକେଟକୁ ଯେଉଁଭଳି ଟାର୍ଗେଟ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ରିକେଟ୍‌ ଓ ରାଜନୀତିକୁ ଏକାଠି କରିବା ଠିକ୍‌ ନୁହେଁ। ଲକ୍ଷ ଲକ୍ଷ ଲୋକ ଭାରତ-ପାକ୍ ମ୍ୟାଚ୍‌କୁ ଦେଖିବାକୁ ଅପେକ୍ଷା କରୁଛନ୍ତି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ମ୍ୟାଚ୍‌ଟି କାର୍ଯ୍ୟସୂଚୀ ଅନୁସାରେ ହେବା ଦରକାର। ନିଜର ରାଜନୀତିକ ସ୍ୱାର୍ଥ ସାଧନ ପାଇଁ କ୍ରିକେଟ୍‌କୁ ଟାର୍ଗେଟ କରାଯିବା ଠିକ୍‌ ନୁହେଁ। ପାକିସ୍ତାନରେ କେବେ ହେଲେ ଖେଳକୁ ରାଜନୀତିରେ ମିଶା ଯାଏ ନାହିଁ। ଭାରତ ଏହା ଶିଖିବା ଦରକାର।”



from Odisha Reporter https://ift.tt/2BSFOdb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages