ଏଥର ବି ଆଗୁଆ ସରିଲା ବିଧାନସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଏଥର ବି ଆଗୁଆ ସରିଲା ବିଧାନସଭା

odisha-assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୁଣି ଅଧାରୁ ଶେଷ ହୋଇଛି। ୨ଦିନ କାର୍ଯ୍ୟଦିବସ ଥାଇ ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି। ଚଳିତ ଅଧିବେଶନରେ ଆରମ୍ଭରୁ ଗତିରୋଧ ଲାଗି ରହିଥିଲା ଓ କୌଣସି ଗୋଟିଏ ଦିନ ମଧ୍ୟ ଗୃହ ସ୍ୱାଭାବିକ ଢଙ୍ଗରେ ଚାଲିପାରିନାହିଁ। କେବଳ ୨୦୧୯-୨୦ ଆର୍ଥିକ ବର୍ଷର ୫୬,୯୨୧ କୋଟି ଟଙ୍କାର କାମଚଳା ବଜେଟ୍ ଗୃହୀତ ହୋଇଛି। ନଭେମ୍ବରରେ ବିଧାନସଭା ୨୩ ଦିନ ଚାଲିବା ପରିବର୍ତ୍ତେ ମାତ୍ର ୫ଦିନ ଚାଲିଥିଲା।

ଚଳିତ ବିଧାନସଭା ଅଧିବେଶନ ଫେବୃଆରୀ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଥିଲା। ୪ମାସର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାୟକମାନେ ଗ୍ରୁପ୍ ଫଟୋ ଉଠାଇଥିଲେ। ଚଳିତ ଅଧିବେଶନରେ କୌଣସି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇନଥିବାବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସ୍ୱାଭାବିକ ନଥିଲା। ଅବଶ୍ୟ ୫ଟି କାର୍ଯ୍ୟଦିବସରେ ହୋ-ହାଲ୍ଲା ମଧ୍ୟରେ ପ୍ରଶ୍ନକାଳରେ ୩ଟି ପ୍ରଶ୍ନ ଉପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଥିବା ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଚଳିତ ଅଧିବେଶନରେ ୧୪ଟି ବାର୍ଷିକ ରିପୋର୍ଟ, ୮ଟି କମିଟି ରିପୋର୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ବିବୃତି ରଖାଯାଇଥିଲା। ମୋଟାମୋଟି ଦେଖିଲେ, କେବଳ କାମଚଳା ବଜେଟକୁ ଅନୁମୋଦନ ବ୍ୟତୀତ ଗୃହରେ ଅନ୍ୟ କୌଣସି ବିଶେଷ କାର୍ଯ୍ୟ ହୋଇପାରିନି। ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମ୍ଭାବ୍ୟ ଶେଷ ଅଧିବେଶନରେ ଗୃହରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସମ୍ଭବପର ହୋଇପାରିନି। ଉପରଠାଉରିଆ ଭାବେ ବିରୋଧୀ ଦଳ ପକ୍ଷରୁ ଚାଷୀ ଓ ଚାଷ ସମସ୍ୟା, ବେକାରୀ ସମସ୍ୟା ଏବଂ ଚିଟଫଣ୍ଡ ସମସ୍ୟା ଉଠାଯାଇଥିବାବେଳେ ଶାସକ ଦଳ ମଧ୍ୟ ଅନୁରୂପ ଭାବେ ବେକାରୀ ସମସ୍ୟା ପାଇଁ କେନ୍ଦ୍ରକୁ ଦାୟୀ କରି ଗୃହକୁ ଚଳାଇ ଦେଇନଥିଲା।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ମାସରେ ବସିଥିବା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୧୬ରୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ମୋଟ ୨୩ଦିନ ବସିବାର କାର୍ଯସୂଚୀ ଥିଲା। କିନ୍ତୁ ମାତ୍ର ୫ଦିନ ଚାଲିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଥିଲା।



from Odisha Reporter http://bit.ly/2RNa2U3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages