ମିଶନାରୀ ହତ୍ୟା ମାମଲାରେ ସେଣ୍ଟିନେଲିଜ୍‌ଙ୍କ ଉପରେ ହେବନି କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ମିଶନାରୀ ହତ୍ୟା ମାମଲାରେ ସେଣ୍ଟିନେଲିଜ୍‌ଙ୍କ ଉପରେ ହେବନି କାର୍ଯ୍ୟାନୁଷ୍ଠାନ

ନ୍ୟୁୟର୍କ: ଜଣେ ଆମେରିକୀୟ ମିଶନାରୀ ଲୁପ୍ତପ୍ରାୟ ଆଦିମ ଜନଜାତି ସେଣ୍ଟିନେଲିଜ୍‌ଙ୍କ ଧର୍ମ ପରିବର୍ତ୍ତନ ପାଇଁ ବାରମ୍ବାର ପ୍ରୟାସ କରିବା ପରେ ଶେଷରେ ସେମାନଙ୍କ ତୀରରେ ପ୍ରାଣ ହରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆମେରିକା ଭାରତ ଉପରେ ଚାପ ପ୍ରୟୋଗ କରୁନଥିବା ସ୍ପଷ୍ଟ ହୋଇଛି। ଆମେରିକାର ଧାର୍ମିକ ସ୍ୱାଧୀନତା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସାମୁଏଲ ବ୍ରୋନ୍‌ବ୍ୟାକ୍‌ ନାମକ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି, ଭାରତ ସରକାର ଏହି ଆଦିବାସୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାପାଇଁ କୁହାଯାଇନି। ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ସେଥିପାଇଁ କିଛି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ସରକାରଙ୍କୁ କୁହାଯାଇନି।

ଗତ ନଭେମ୍ବର ମାସରେ ହିଁ ଜନ୍‌ ଆଲେନ୍‌ ଚାଉ ନାମକ ଏହି ମିଶନାରୀଙ୍କୁ ସେଣ୍ଟିନେଲିଜ୍‌ମାନେ ହତ୍ୟା କରିଥିଲେ। ଏହି ଆଦିମ ଜନଜାତି ଲୋକେ ରହୁଥିବା ଦ୍ୱୀପକୁ ନିଷିଦ୍ଧ ଇଲାକା ଘୋଷଣା କରାଯାଇଥିଲେ ମଧ୍ୟ ଜୀବନକୁ ପାଣି ଛଡ଼ାଇ ଜନ୍‌ ସେଠାରେ ଧର୍ମ ପ୍ରଚାର କରିବା ଉଦ୍ଦେଶ୍ୟରେ ଯାଇଥିଲେ।

ସେଣ୍ଟିନେଲିଜ୍‌ଙ୍କ ସଂଖ୍ୟା ମାତ୍ର ୪୦ରୁ ୫୦ ଭିତରେ, ତେଣୁ ଏହି ଲୁପ୍ତପ୍ରାୟ ଜନଜାତିଙ୍କୁ ଭାରତ ସରକାର ସୁରକ୍ଷା ଯୋଗାଇ ଆସୁଛନ୍ତି। ସେମାନଙ୍କୁ ନା ଅଭିଯୁକ୍ତ ବୋଲି କୁହାଯାପାରିବ, ନା ସେମାନଙ୍କ ସହ ଯୋଗାଯୋଗ କରାଯାଇପାରିବ ନା ସେହି ଅଞ୍ଚଳକୁ କେହି ଯାଇପାରିବେ। ସେମାନେ ଟଙ୍କାର ବ୍ୟବହାର ଜାଣନ୍ତି ନାହିଁ ଏବଂ ସେମାନଙ୍କର ଭିଡିଓ କିମ୍ବା ଫଟୋ ଉଠାଇବା ବେଆଇନ। ୨୦୧୭ ମସିହାରେ ସରକାର ସେମାନଙ୍କୁ ‘ଆଦିମ ଅଧିବାସୀ’ ଆଖ୍ୟା ଦେଇଛନ୍ତି। ସେମାନଙ୍କର କୌଣସି ଭିଡିଓ ସୋଶାଲ ମିଡିଆ କିମ୍ବା ଇଣ୍ଟରନେଟ୍‌ରେ ଛଡ଼ାଯାଇ ପାରିବନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter http://bit.ly/2WP4zQl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages