
ମୁମ୍ୱାଇ: ଲୋକପ୍ରିୟ ଷ୍ଟଣ୍ଟ୍ ରିୟଲିଟି ଶୋ’ ‘ଖତରୋଁ କି ଖିଲାଡି-୯’ରେ ବିକାଶ ଗୁପ୍ତା ପ୍ରଥମରୁ ହିଁ ଚର୍ଚ୍ଚାରେ ରହିଛନ୍ତି। ନିଜର ହରକତ ପାଇଁ ଆଗାମୀ ଏପିସୋଡ୍ରେ ବିକାଶଙ୍କୁ ଶୋ’ରୁ ବାହାର କରିଦିଆଯିବା ନେଇ ଚର୍ଚ୍ଚା ହେଉଛି।ଏହାର କାରଣ ମଧ୍ୟ ବଡ଼ ଆଶ୍ଚର୍ଯ୍ୟଜନକ। ପ୍ରକୃତରେ ବିକାଶ ଡ୍ରଗ୍ସ୍ ନେଇଥିଲେ, ଯାହା ଜଣାପଡ଼ିବା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯିବ।
ଏହି ଡ୍ରଗସ୍ ନେଉଥିବା କଥାକୁ ବିକାଶ ସ୍ୱୀକାର କରିଛନ୍ତି। ସଫଳତାର ସହିତ ୧୨ଟି ଏପିସୋଡ୍ ଅତିକ୍ରମ କରିବା ପରେ ବିକାଶଙ୍କୁ ‘ଖତରୋଁ କି ଖିଲାଡି’ରୁ ବାହାରିବାକୁ ପଡ଼ିବ। ରିପୋର୍ଟ ଅନୁସାରେ ବିକାଶ ଶୋ’ରେ ପେନକିଲର୍ସ ସେବନ କରୁଥିବା ରୋହିତ ସେଟ୍ଟି ଜାଣିବାକୁ ପାଇଛନ୍ତି। ଏହାପରେ ରୋହିତ ସେଟ୍ଟି ଏହା ଶୋ’ର ନିୟମ ଉଲ୍ଲଙ୍ଘନ ବୋଲି କହି ବିକାଶଙ୍କୁ ଗାଳି କରିଥିଲେ।
ଏପରିକି ବିକାଶ ଏହି କଥାକୁ ଲୁଚାଇ ରଖିଥିବାରୁ ମଧ୍ୟ ତାଙ୍କ ଉପରେ ସମସ୍ତେ ନିରାଶ ହୋଇଥିଲେ। ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ବିକାଶ କହିଛନ୍ତି, “୨ ବର୍ଷ ହେବ ମୋ କାନ୍ଧରେ ଆଘାତ ଲାଗିଛି। ହେଲିକପ୍ଟରରୁ ଡେଇଁ ଷ୍ଟଣ୍ଟ କରୁଥିବା ସମୟରେ ପୁଣିଥରେ ମୋ କାନ୍ଧରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ମୁଁ ଯନ୍ତ୍ରଣା କମ୍ କରିବା ପାଇଁ ପେନକିଲର୍ସ ନେଉଥିଲି। କିନ୍ତୁ ଏହି ବିଷୟରେ ମୁଁ ‘ଖତରୋଁ କି ଖିଲାଡି’ ଟିମ୍କୁ କିଛି କହିନଥିଲି।“
from Odisha Reporter http://bit.ly/2TOVTYw
No comments:
Post a Comment