ଶୁଟିଂ ବିଶ୍ୱକପ୍‌ ପାଇଁ ଭାରତ ଆସିବ ପାକ୍ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ଶୁଟିଂ ବିଶ୍ୱକପ୍‌ ପାଇଁ ଭାରତ ଆସିବ ପାକ୍ ଦଳ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଶୁଟର ଟିମ୍‌ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଶୁଟିଂରେ ଭାଗନେବ କି ନାହିଁ ତାକୁ ନେଇ ଜାରି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପାକିସ୍ତାନ ଟିମ୍‌ ଶୁଟିଂ ବିଶ୍ୱକପରେ ଭାଗ ନେବ ଏବଂ ଏଥିପାଇଁ ଭିସା ଆଜି ସନ୍ଧ୍ୟାରେ ହିଁ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଇଏସ୍‌ଏସ୍‌ଏଫ୍‌ ପକ୍ଷରୁ ଗୁରୁବାର ଠାରୁ ଡ. କରନି ସିଂହ ରାଙ୍ଗେ ଷ୍ଟାଡିୟମରେ ବିଶ୍ୱ ଶୁଟିଂ ପ୍ରତିଯୋଗିତା ହେବ। ୨୦୨୦ ଅଲିମ୍ପିକ୍ସ ପୂର୍ବରୁ ୧୬ କୋଟା ସ୍ଥାନ ପାଇଁ ଏଥିରୁ ଦଳ ବଛା ଯିବ।

ନ୍ୟାଶନାଲ ରାଇଫଲ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ସଚିବ ରାଜୀବ ଭାଟିଆ କହିଛନ୍ତି, “ପାକିସ୍ତାନ ଖେଳାଳିଙ୍କ ପାଇଁ ଆଜି ଭିସା ଅନୁମତି ମିଳିଛି। ଏନେଇ ଭାରତୀୟ ହାଇକମିଶନର ଓ ପାକିସ୍ତାନ ଶୁଟିଂ ଫେଡେରସନ୍‌ ସହ ଆଲୋଚନା ମଧ୍ୟ ହୋଇଛି। ୨ ଜଣ ଶୁଟର ଓ ମ୍ୟାନେଜରଙ୍କ ଟିକେଟ୍‌ ମଧ୍ୟ ବୁକ୍‌ ହୋଇଛି।”

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କ ତିକ୍ତ ହୋଇଉଠିଛି। ତେଣୁ ସ୍ୱାଭାବିକ ଭାବେ ପାକ୍ ଶୁଟିଂ ଟିମ୍‌ ଭାରତ ଆସିବ କି ନାହିଁ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପାକିସ୍ତାନ ମଧ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ଭିସା ନ ମିଳିଲେ ଦେଶ ବିଶ୍ୱ ଶୁଟିଂରେ ଭାଗ ନେବ ନାହିଁ ବୋଲି ମଧ୍ୟ ଜଣାଇ ଦେଇଥିଲା।



from Odisha Reporter http://bit.ly/2T0qipn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages