କୁଲଭୂଷଣ ମାମଲା: ଆଇସିଜେରେ ପାକିସ୍ତାନର ଗୁମର ଖୋଲିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

କୁଲଭୂଷଣ ମାମଲା: ଆଇସିଜେରେ ପାକିସ୍ତାନର ଗୁମର ଖୋଲିଲା ଭାରତ

ହେଗ: ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଭାରତ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ଦେଇଥିବା ସମସ୍ତ ମିଥ୍ୟା ଅଭିଯୋଗର ଗୁମର ଖୋଲି ଦେଇଛି। ପାକିସ୍ତାନ ବେଆଇନ୍‌ ଭାବେ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲାରେ ଶୁଣାଣି କରି ତାଙ୍କୁ ଦଣ୍ଡିତ କରିଛି ବୋଲି ଭାରତ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି।

ଆଜିଠାରୁ ଆଇସିଜେରେ କୁଲଭୂଷଣ ଯାଦବଙ୍କୁ ପାକିସ୍ତାନରେ ଦିଆଯାଇଥିବା ଫାଶୀ ଦଣ୍ଡାଦେଶ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଏହା ୪ ଦିନ ଧରି ଓପନ କୋର୍ଟରେ ଚାଲିବ। ପ୍ରଥମ ଦିନ ଆଇସିଜେରେ ଭାରତ ପକ୍ଷରୁ ଶ୍ରୀ ସାଲଭେ ଯୁକ୍ତି ଉପସ୍ଥାପନ କରି ସମସ୍ତ ତଥ୍ୟ ବିଚାରପତିମାନଙ୍କୁ ଜଣାଇଛନ୍ତି।

ସେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ ନିଜର ଯୁକ୍ତି ରଖିଥିଲେ, ପ୍ରଥମତଃ ଭିଏନା କନଭେନସନରେ କନସୁଲାର ଆକ୍ସେସ ବା ସ୍ଵଦେଶର ଅଧିକାରୀଙ୍କୁ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବା ସଂକ୍ରାନ୍ତ ନିୟମକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି ଓ ଦ୍ୱିତୀୟରେ ପ୍ରୋସେସ ଅଫ୍‌ ରିଜଲ୍ୟୁସନ ସମ୍ପର୍କରେ କହିଛନ୍ତି।

ଶ୍ରୀ ସାଲଭେ କହିଛନ୍ତି, “ ଏହା ଏମିତି ଏକ ଦୁର୍ଭାଗ୍ୟଜନକ ଘଟଣା, ଯେଉଁଠାରେ ଜଣେ ନିରୀହ ଭାରତୀୟଙ୍କ ଜୀବନ ବିପଦରେ ପଡ଼ିଛି। ପାକିସ୍ତାନ ଯେଉଁ ଗପ କହୁଛି, ସେଥିରେ କୌଣସି ତଥ୍ୟ ନାହିଁ। କନସୁଲାର ଆକ୍ସେସ ବିନା ଯାଦବଙ୍କୁ ଦଣ୍ଡିତ କରିବା ସଂପୂର୍ଣ୍ଣ ରୂପେ ବେଆଇନ୍‌। ପାକିସ୍ତାନ ମିଲିଟାରୀ କୋର୍ଟରେ ଯାଦବଙ୍କ ଶୁଣାଣିରେ ସର୍ବନିମ୍ନ ଆଇନ୍‌ ପ୍ରକ୍ରିୟାକୁ ପାଳନ କରାଯାଇନାହିଁ।

ଯାଦବ ଯେଉଁ ଆତଙ୍କବାଦ କାର୍ଯ୍ୟକଳାପରେ ସଂପୃକ୍ତ ଥିବା କଥା ପାକିସ୍ତାନ କହୁଛି, ସେନେଇ କିଛି ବି ବଳିଷ୍ଠ ପ୍ରମାଣ ଦାଖଲ କରିପାରି ନାହିଁ। ଯାଦବଙ୍କୁ ଜୋର ଜବରଦସ୍ତି କରି ତାଙ୍କ ମୁହଁରୁ ସେ ଗୁଇନ୍ଦାଗିରି କରୁଥିବାର ବୟାନ ରେକର୍ଡ କରିଛି। ପାକିସ୍ତାନ କେବଳ ଭାରତକୁ ବଦନାମ କରିବା ପାଇଁ ଏଭଳି ପ୍ରଚାର କରି ଚାଲିଛି। ଏବେ ପାକିସ୍ତାନ ବିଳମ୍ବ ନ କରି ତୁରନ୍ତ କନସୁଲାର ଆକ୍ସେସ ଦେଉ। ପାକିସ୍ତାନ ଯେଉଁଭଳି ଆଚରଣ କରୁଛି, ସେଥିରେ ଯାଦବଙ୍କୁ ସେଠାରେ ନ୍ୟାୟ ମିଳିବା ଅସମ୍ଭବ।”

ଶ୍ରୀ ସାଲଭେ ଆହୁରି କହିଛନ୍ତି, “ ଭାରତ ୧୩ଥର ଯାଦବଙ୍କ କନସୁଲାର ଆକ୍ସେସ ପାଇଁ ପାକିସ୍ତାନକୁ କହିଥିଲେ ହେଁ ଇସ୍‌ଲାମାବାଦ ଆଜି ଯାଏ କୌଣସି ଉତ୍ତର ଦେଇନାହିଁ। ୨୦୧୬ ମାର୍ଚ୍ଚ ୩ରେ ପାକିସ୍ତାନ ସୁରକ୍ଷାକର୍ମୀ ଯାଦବଙ୍କୁ ବାଲୋଚିସ୍ତାନରୁ ଗିରଫ କରିଥିବା ଇସ୍‌ଲାମାବାଦ କହୁଛି। ହେଲେ ପାକିସ୍ତାନ ସୁରକ୍ଷାକର୍ମୀମାନେ ତାଙ୍କୁ ଇରାନରୁ ହିଁ ଅପହରଣ କରିଥିଲେ।

ଯାଦବଙ୍କୁ ଗିରଫ କରିବାର ଯଥେଷ୍ଟ ପରେ ହିଁ ପାକିସ୍ତାନ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ୨୦୧୬ ଏପ୍ରିଲରେ ଯାଦବଙ୍କ ନାଁରେ ଏଫ୍‌ଆଇଆର ରୁଜୁ ହେବା ପରେ ମେ’ ମାସରୁ ତାଙ୍କୁ ଜେରା କରାଯାଇଥିଲା। ସେବେଠାରୁ ଭାରତ ସରକାର ମେ’, ଜୁନ୍‌ ଓ ଜୁଲାଇ ମଧ୍ୟରେ ୧୩ ଥର କନସୁଲାର ଆକ୍ସେସ ପାଇଁ ନିବେଦନ କରିଥିଲେ। ହେଲେ ପାକିସ୍ତାନ ଚୁପ୍‌ ରହିଛି।”

ଶ୍ରୀ ସାଲଭେ ଭିଏନା କନଭେନସନ୍‌ କଥା ଉଠାଇ କହିଥିଲେ, “ ଭିଏନା କନଭେନସନ୍‌ର ଧାରା ୩୬ ଅନୁଯାୟୀ, ବିଦେଶୀ ଅଭିଯୁକ୍ତଙ୍କ ମାମଲାର ବିଚାର କରିବା ପୂର୍ବରୁ ପ୍ରଥମେ ଉକ୍ତ ନାଗରିକଙ୍କ ଦେଶ ସହ କନସୁଲାର ଆକ୍ସେସ ସୁବିଧା ଦିଆଯିବା ଦରକାର। କିନ୍ତୁ ପାକିସ୍ତାନ ଯାଦବଙ୍କ ଗିରଫଦାରୀ ସମ୍ପର୍କରେ ଭାରତକୁ କୌଣସି ସୂଚନା ଦେଇ ନଥିଲା। ଭାରତ ଓ ପାକିସ୍ତାନ କନସୁଲାର ଆକ୍ସେସ ପାଇଁ ଚୁକ୍ତି କରିଛନ୍ତି। ହେଲେ ପାକିସ୍ତାନ ଏହାକୁ ନିଜ ଇଚ୍ଛା ଅନୁସାରେ ଉଲ୍ଲଙ୍ଘନ କରିଛି।”

ପାକିସ୍ତାନ ଯାଦବଙ୍କୁ ଫାଶୀଦଣ୍ଡ ଦେଇଥିଲେ ହେଁ ଆଇସିଜେ ଏହା ଉପରେ ରୋକ୍ ଲଗାଇଛନ୍ତି। ଆସନ୍ତାକାଲି ପାକିସ୍ତାନ ଆଇସିଜେଙ୍କ ନିକଟରେ ନିଜର ଯୁକ୍ତି ଉପସ୍ଥାପନ କରିବାର ସମ୍ଭାବନା ରହିଛି।



from Odisha Reporter http://bit.ly/2SXh4dA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages