
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ନିଜ ଜନ୍ମ କଲା ଝିଅ ଉପରେ କାମୁକ ବାପର ଥିଲା ନଜର। ଯେନତେନ ପ୍ରକାରେ ଝିଅର ଇଜ୍ଜତ ଲୁଟିବାକୁ କରୁଥିଲା ପ୍ରୟାସ। ହେଲେ ତା’ର ଏହି ଘୃଣ୍ୟ କାମ ଆଗରେ ପାଚେରୀ ହୋଇ ଛିଡ଼ା ହୋଇଥିଲେ ମାଆ। ବାରମ୍ବାର ପ୍ରୟାସ କରି ବିଫଳ ହେବା ପରେ ଶେଷରେ କାମୁକ ବାପ, ପତ୍ନୀକୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିବା ସହ କରିଛି ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ।
କୁଚିଣ୍ଡା ଥାନା ଅଞ୍ଚଳର ଏହି ବିକୃତ ମାନସିକତାର ସମ୍ବେଦନହୀନ ବ୍ୟକ୍ତି ଜଣଙ୍କ ନିଜର ୧୯ ଝିଅକୁ ଦୁଷ୍କର୍ମ କରିବାକୁ ବାରମ୍ବାର ଉଦ୍ୟମ କରୁଥିଲା। ହେଲେ ପତ୍ନୀ ସାଜୁଥିଲା ବାଧକ। ଏଥିରେ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଝିଅକୁ ପାଖରେ ରଖିବାକୁ ଧମକ ଦେଉଥିଲେ। ସ୍ୱାମୀର ଏପରି ମାନସିକତାରେ ଅତିଷ୍ଠ ହୋଇ ପତ୍ନୀ ଝିଅକୁ ନେଇ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ବାହାରେ କାମଧନ୍ଦା କରି ଓ ଜଙ୍ଗଲରୁ କାଠ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉ ଥିଲେ। ହେଲେ ବ୍ୟକ୍ତି ଜଣଙ୍କ କୁପଥ ଛାଡ଼ି ଭଲ ରାସ୍ତାକୁ ଆସିବା ବଦଳରେ ପତ୍ନୀକୁ ମାରି ଝିଅକୁ ସମ୍ଭୋଗ କରିବାକୁ କରିଥିଲା ଯୋଜନା।
ଆଜି ମାଆ ଓ ଝିଅ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ବ୍ୟକ୍ତି ଜଣଙ୍କ ପୂର୍ବରୁ ଲୁଚି ରହିଥିଲା। ଉଭୟଙ୍କୁ ଦେଖିବା ମାତ୍ରେ ଏକ ଟାଙ୍ଗିଆ ଧରି କୁଦି ପଡ଼ିଥିଲା ପତ୍ନୀ ଉପରେ। ତା’ ଟାଙ୍ଗିଆ ଚୋଟରେ ମହିଳାଙ୍କ ମୁଣ୍ଡ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା। ମାଆ, ଝିଅ ଚିତ୍କାର କରିବାରୁ ବ୍ୟକ୍ତି ଜଣଙ୍କ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।
ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପଟେ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ବାପକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।
from Odisha Reporter http://bit.ly/2SPSDOZ
No comments:
Post a Comment