
ଶ୍ରୀନଗର: କିଛି ଦିନରେ ବ୍ୟବଧାନ ପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ହମ୍ଲା କରିଛନ୍ତି।
ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୧୨ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସିଆରପିଏଫ୍ ଯବାନ ଓ ସାଧାରଣ ଲୋକ ରହିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭିର୍ତ୍ତି କରାଯାଇଛି। ଏହି ଆକ୍ରମଣ ପାଇଁ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ସଂଗଠନ ନିଜକୁ ଦାୟୀ କରିଛି।
ଆଜି ସିଆରପିଏଫ୍ ଯବାନମାନେ ଏକ ବସ୍ରେ ଯାଉଥିଲେ। ତେବେ ଅୱନ୍ତିପୁରାର ଗୋରିପୁରାଠାରେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏଠାରେ ବିଛା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା।
ଆତଙ୍କବାଦୀମାନେ ଏଠାରେ ପୂର୍ବରୁ ଆଇଇଡିକୁ ଲୁଚାଇ ରଖିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ୍ ଯବାନଙ୍କ ବସ୍ଟି ଛିନଛତର ହୋଇଯାଇଥିଲା। ଏହାପରେ ମଧ୍ୟ ଯବାନମାନେ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ।
ଫଳରେ ଦୀର୍ଘ ସମୟ ଧରି ଗୁଳି ବିନିୟମ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିର ମୁକାବିଲା କରି ନପାରି ଆତଙ୍କବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ହମ୍ଲା ପରେ ଗୋଟିଏ ଟିମ୍ ଆତଙ୍କବାଦୀଙ୍କ ଧରିବାକୁ ଉଦ୍ୟମ କରିଥିବା ବେଳେ ଆଉ ଗୋଟିଏ ଟିମ୍ ଆହତ ଯବାନ ଓ ସାଧାରଣ ଲୋକଙ୍କୁ ହସ୍ପିଟାଲ୍କୁ ନେଇଥିଲେ।
from Odisha Reporter http://bit.ly/2N6DWSH
No comments:
Post a Comment