ନିର୍ମାଣ କୌଶଳ ବିକାଶ ପରଷଦ ପକ୍ଷରୁ ମେଗା ‘ରୋଜଗାର ମେଳା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ନିର୍ମାଣ କୌଶଳ ବିକାଶ ପରଷଦ ପକ୍ଷରୁ ମେଗା ‘ରୋଜଗାର ମେଳା’

କଟକ (ଓଡ଼ିଶା ରିପୋର୍ଟର): ନିର୍ମାଣ କୌଶଳ ବିକାଶ ପରିଷଦ ପକ୍ଷରୁ ମେଗା ‘ରୋଜଗାର ମେଳା’ ଓଡ଼ିଶାର ବେରୋଜଗାର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ଓ ନିଯୁକ୍ତି ଦେବା ପରିପ୍ରେକ୍ଷୀରେ ଭାରତ ନିର୍ମାଣ କୌଶଳ ବିକାଶ ପରିଷଦ (ସି.ଏସ୍.ଡି.ସି.ଆଇ) ଏବଂ ସ୍କିଲ୍ ଇଣ୍ଡିଆ ତଥା ରାଷ୍ଟ୍ରୀୟ କୌଶଳ ବିକାଶ ନିଗମ(ଏନ୍.ଏସ୍.ଡି.ସି) ର ମିଳିତ ତତ୍ତ୍ୱାବଧାନରେ ଦୁଇ ଦିନିଆ, ‘ମେଗା ରୋଜଗାର ମେଳା ଏବଂ କୌଶଳ ପଦର୍ଶନୀ’ କଟକ ଗୋପାଳପୁର ବାଲିକୁଦା ସ୍ଥିତ ଏଲ୍.ଏଣ୍ଡ୍.ଟି ନିର୍ମାଣ କୌଶଳ ପରୀକ୍ଷଣ ସଂସ୍ଥାନ ଠାରେ ଆୟୋଜନ କରାଯାଇଛି। ଏହି ରୋଜଗାର ମେଳାରେ ଅତିଥି ରୂପେ ଭାରତ ନିର୍ମାଣ କୌଶଳ ବିକାଶ ପରିଷଦର ସିଇଓ ଆନନ୍ଦ ସିଂହ, ଷ୍ଟେଟ୍ ଏନଗେଜମେଣ୍ଟ ଏନ୍.ଏସ୍.ଡି.ସି ଦେବୀପ୍ରସାଦ ଏବଂ ଏଲ୍.ଏଣ୍ଡ୍.ଟି ଅନୁଷ୍ଠାନର ମୁଖ୍ୟ ପର୍ଶୁରାମ ପ୍ରମୁଖ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ପ୍ରାୟତଃ ଦେଶର ୩୮ କମ୍ପାନୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିବାବେଳେ ପ୍ରାୟତଃ ୩୦୦୦ ହଜାର ଯୁବପିଢିଙ୍କୁ କନଷ୍ଟ୍ରକସନ୍ କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି।

୩୮ ରୁ ଉର୍ଦ୍ଧ କମ୍ପାନୀ ଏଲ୍.ଏଣ୍ଡ୍.ଟି, ଏଚ୍.ଆର୍.ଏମ୍ କନଷ୍ଟ୍ରକସନ୍, ଏମ୍.ବି ଇନଫ୍ରାଟେକ୍, କେ.ସି.ଏସ୍ ଇ.ଏନ୍.ଜି ଏଣ୍ଡ୍ କନସଲଟାଣ୍ଟ, ମ୍ୟାନ୍ ଲିଫ୍ଟ, ଏସ୍.ପି.ଡି କନଷ୍ଟ୍ରକସନ୍, ଓଲା କ୍ୟାବ୍ସ୍, ଓରିଅନ୍, ବର୍ଗର୍ କିଙ୍ଗ୍, କୋଣାର୍କ ବିଟୁମିନସ୍ କମ୍ପାନୀ, ୱେଷ୍ଟର୍ନ ରେଫ୍ରିଜିରେଟରସ୍, ଡ୍ରିମ୍ପ୍ଲାସ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ବହୁ ଅନ୍ୟାନ୍ୟ କମ୍ପାନୀ ଏହି ନିଯୁକ୍ତି ମେଳାରେ ଯୁବପିଢିଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି। ରାଜ୍ୟର ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ଏହି ରୋଜଗାର ମେଳାରେ ଯୋଗ ଦେଇଥିବାବେଳେ ସେଥିମଧ୍ୟରୁ ହଜାରେ ପ୍ରାର୍ଥୀ ବିଭିନ୍ନ କ୍ଷେତ୍ରରେ ଯଥା: ରାଜମିସ୍ତ୍ରୀ, ବଢେଇ, ହେଲ୍ପର୍, ଇଲେକ୍ଟ୍ରିସିଆନ୍, ମେସିନ୍ ପରିଚାଳକ, ଡେଲିଭରି ବଏ, ପିକ୍ ଏଣ୍ଡ୍ ପ୍ୟାକର୍ସ ଆଦି କନଷ୍ଟ୍ରକସନ୍ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପାଇଛନ୍ତି।

ଏହି ନିଯୁକ୍ତିମେଳା ଅବସରରେ ଭାରତ ନିର୍ମାଣ କୌଶଳ ବିକାଶ ପରଷଦର ସିଇଓ ଆନନ୍ଦ ସିଂହ କହିଥିଲେ, “ଓଡ଼ିଶା ହେଉଛି ଏକ ନିଯୁକ୍ତି ପ୍ରଦାନକାରୀ ରାଜ୍ୟ। ରାଜମିସ୍ତ୍ରୀ ହେଉ କିମ୍ବା ବଢ଼େଇ, କନଷ୍ଟ୍ରକସନ୍ କ୍ଷେତ୍ରରେ ବେଶ ଚାହିଦା ରହିଛି ଏବଂ ଆଜିର ରୋଜଗାର ମେଳାର ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ରରେ ଥିବା ଆଶାୟୀ ପ୍ରାର୍ଥୀ କିପରି ନିଯୁକ୍ତି ପାଇପାରିବେ। ବିଶ୍ୱରେ ଭାରତକୁ ଦକ୍ଷ ଦେଶ ରୂପେ ପରିଚୟ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭିଜନରୁ ଏହି ରୋଜଗାର ମେଳାର ସୃଷ୍ଟି। ଓଡିଶାରେ ରୋଜଗାର ମେଳା ଜିଲ୍ଲା ସ୍ତରର ବେକାର ଯୁବପିଢ଼ିଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ସହିତ ରୋଜଗାର ସୁଯୋଗ ମଧ୍ୟ ପ୍ରଦାନ କରୁଅଛି।”

ସ୍କିଲ୍ ଇଣ୍ଡିଆର ସି.ଏସ୍.ଡି.ସି.ଆଇ ଦ୍ୱାରା ଆୟୋଜିତ ‘ମେଗା ରୋଜଗାର ମେଳା ଏବଂ କୌଶଳ ପ୍ରଦର୍ଶନୀ’ ନିଯୁକ୍ତି ଖୋଜୁଥିବା ଯୁବପିଢ଼ିଙ୍କ ନିମନ୍ତେ ଏକ ସୁବର୍ଣ୍ଣସୁଯୋଗ ସୃଷ୍ଟି କରିଛି ଏବଂ ଓଡିଶାରେ ନିଯୁକ୍ତି ଓ ରୋଜଗାରର ସୁଯୋଗକୁ ବୃଦ୍ଧିକରିିଛି। କୁଶଳୀ ଯୁବପିଢ଼ିମାନେ ସିଧାସଳଖ ନିଯୁକ୍ତିଦାତା ଏବଂ ବିଭିନ୍ନ କମ୍ପାନୀର ମାନବ ସମ୍ବଳ ବିଭାଗ ମ୍ୟାନେଜରଙ୍କ ସହ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି।



from Odisha Reporter https://ift.tt/2TjedMh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages