ପାଣ୍ଠି ଦେବାରେ ବିଳମ୍ବ କାରଣରୁ ବିଦେଶରେ କୋଚିଂ ନେଇପାରିଲେନି ଦୂତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 28, 2019

ପାଣ୍ଠି ଦେବାରେ ବିଳମ୍ବ କାରଣରୁ ବିଦେଶରେ କୋଚିଂ ନେଇପାରିଲେନି ଦୂତୀ

ଭୁବନେଶ୍ୱର: ଦୁଇଥରର ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ଦୂତୀ ଚାନ୍ଦଙ୍କ ଅଲିମ୍ପିକ୍ କ୍ୱାଲିଫିକେସନ ଓ ୱାର୍ଲ୍ଡ ଚାମ୍ପିଅନଶିପ୍ ପ୍ରସ୍ତୁତିରେ ପୁଣିଥରେ ବାଧା ସୃଷ୍ଟି ହୋଇଛି। ଦୂତୀ ନିଜର ପ୍ରସ୍ତୁତି ପାଇଁ ଆମେରିକା ଗସ୍ତ କରିଥାନ୍ତେ, କିନ୍ତୁ ସ୍ପୋର୍ଟ୍ସ ଅଥରିଟି ପକ୍ଷରୁ ପାଣ୍ଠି ରିଲିଜ୍ ନହେବା କାରଣରୁ ସେ ଏହି ଗସ୍ତକୁ ବାତିଲ କରିଛନ୍ତି।

ଚଳିତ ବର୍ଷ ଦୂତୀଙ୍କ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ। ଆଗାମୀ ସେପ୍ଟେମ୍ବରରେ ୱାର୍ଲ୍ଡ ଚାମ୍ପିଅନଶିପ୍ ଏବଂ ଆସନ୍ତାବର୍ଷ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିବା ଦୂତୀଙ୍କ ମୂଳ ଲକ୍ଷ୍ୟ। ଦୂତୀ ଇଣ୍ଡିଆନ୍ ଗ୍ରାଁ ପ୍ରି’ର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ୨୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଏସିଆନ୍ ଆଥଲେଟିକ୍ ଚାମ୍ପିଅନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ସଫଳତା ପରେ ଦୂତୀ କହିଥିଲେ, ଜାନୁଆରୀରେ ମୁଁ ଆମେରିକା ଗସ୍ତ କରି ସେଠାରେ ବିଦେଶୀ କୋଚଙ୍କ ଅଧୀନରେ ଟ୍ରେନିଂ ନେବାର କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୨ କୋଟି ଟଙ୍କା ଅନୁମୋଦନ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଏହି ପାଣ୍ଠି ମୋ ପାଖରେ ପହଞ୍ଚି ପାରିନାହିଁ। ସେଥିପାଇଁ ମୁଁ ଆମେରିକା ଗସ୍ତକୁ ଯିବା ବାତିଲ କରିଛି।

ଏ ନେଇ ମୁଁ କ୍ରୀଡ଼ା ଅଧିକାରୀଙ୍କୁ ଜାନୁଆରୀ ୧୨ ତାରିଖରେ ଲିଖିତ ଭାବେ ଅବଗତ କରାଇଥିଲିି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଚଳିତ ବର୍ଷ ମୁଁ ଆମେରିକା ଯାଇପାରିବି କି ନାହିଁ, ତାହା ଜାଣିନାହିଁ। କାରଣ ଥରେ ଇଭେଣ୍ଟ ଆରମ୍ଭ ହେବା ପରେ ମୋ ପକ୍ଷେ ବିଦେଶ ଗସ୍ତ କରିବା କଷ୍ଟକର ହୋଇପଡ଼ିବ ବୋଲି ଦୂତୀ ପ୍ରକାଶ କରିଛନ୍ତି। ଏସିଆନ୍ ଚାମ୍ପିଅନଶିପକୁ କ୍ୱାଲିଫାଏ କରିବା ପରେ ଦୂତୀ ଇଣ୍ଡିଆନ୍ ଗ୍ରାଁ ପ୍ରି’ର ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରୁ ଓହରିଯାଇଛନ୍ତି । କିନ୍ତୁ ଫେଡେରେସନ୍ କପରେ ସେ ପୁଣିଥରେ ଟ୍ରାକ୍କୁ ଫେରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2ECDhFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages