ଭାରତକୁ ଶକ୍ତ ଧକ୍କା ଦେଲା ଆଇଓସି, ସବୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରୁ ବାଦ ପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଭାରତକୁ ଶକ୍ତ ଧକ୍କା ଦେଲା ଆଇଓସି, ସବୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରୁ ବାଦ ପଡ଼ିବ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଶୁଟରଙ୍କୁ ବିଳମ୍ବରେ ଭିସା ଦେବାରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ (ଆଇଓସି) ଭାରତକୁ ଦଣ୍ଡିତ କରିଛି। ଆଇଓସି ଭବିଷ୍ୟତରେ ଗ୍ଲୋବାଲ୍ ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରିବା ଲାଗି ଭାରତ କରିଥିବା ସବୁ ଆବେଦନକୁ ଖାରଜ କରିଦେଇଛି।

ଅଲିମ୍ପିକ୍ ସଂଘ କହିଛି, ଭାରତ ସରକାର ଓ ଏହାର ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ ପାକିସ୍ତାନ ଦଳକୁ ପ୍ରତିଯୋଗିତାରେ ପ୍ରବେଶ ଦେଇପାରିଲେ ନାହିଁ। ଏହାଦ୍ୱାରା ଆଇଓସିର କାର୍ଯ୍ୟକାରୀ ବୋର୍ଡ ଭାରତ ସହ ଭବିଷ୍ୟତରେ ହେବାକୁ ଥିବା କୌଣସି ବିଶ୍ୱସ୍ତରୀୟ ଏବଂ ଅଲିମ୍ପିକ ପ୍ରତିଯୋଗିତା ଉପରେ ଆଦୌ ଆଲୋଚନା ନକରିବାକୁ ନିଷ୍ପତ୍ତି ନେଇଛି।

ଫଳସ୍ୱରୂପ ଆଇଓସି ପ୍ରତିଯୋଗିତାରେ ୨୫ ମିଟର ଫାୟାର ପିସ୍ତଲ ଇଭେଣ୍ଟରେ ମିଳିବାକୁ ଥିବା ୨ ଅଲିମ୍ପିକ୍ସ କୋଟାକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି, କୌଣସି ବଡ଼ ପ୍ରତିଯୋଗିତାର ଆୟୋଜନ ପାଇଁ ବୈଠକରେ ଭାରତକୁ ଡକାଯିବ ନାହିଁ। ଭାରତ ୨୦୨୬ ୟୁଥ୍ ଅଲିମ୍ପିକ୍ସ, ୨୦୩୨ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଓ ୨୦୩୦ ଏସିଆନ୍ ଗେମ୍ସର ଆୟୋଜନ ନେଇ ଆଶାୟୀ ଥିଲା।

ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ପୂର୍ବରୁ ୨୦୩୨ ଗେମ୍ସ ପାଇଁ ଆଇଓସିକୁ ଆବେଦନ ପଠାଇ ସାରିଛି ଏବଂ ୨୦୨୬ ୟୁଥ୍ ଅଲିମ୍ପିକ୍ସ ପାଇଁ ବିଡ୍ ପ୍ରକ୍ରିୟା ଆସନ୍ତା ବର୍ଷଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ତେଣୁ ଏସବୁ ସମସ୍ୟାର ସମାଧାନ ତୁରନ୍ତ ନହେଲେ, ଆଗାମୀ ଦିନରେ ଭାରତ ବଡ଼ କ୍ଷତିର ସମ୍ମୁଖୀନ ହେବ।

ଆଇଓସି ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ଯେ ପର୍ଯ୍ୟନ୍ତ ଲିଖିତ ଆକାରରେ ଅଲିମ୍ପିକ ଚାର୍ଟର ନିୟମ ପୂର୍ଣ୍ଣ ଭାବେ ପାଳନ ନକରିଛି, ସେଯାଏ ଦେଶ ଉପରେ ଏହି ନିଷ୍ପତ୍ତି କାଏମ ରହିବ। ଆଇଏସଏସଏଫ୍ ବିଶ୍ୱକପ୍‌ରେ ସୃଷ୍ଟି ହୋଇଥିବା ପରିସ୍ଥିତି ଅଲିମ୍ପିକ ଚାର୍ଟର ମୌଳିକ ସିଦ୍ଧାନ୍ତର ସମ୍ପୂର୍ଣ୍ଣ ବିପରୀତ । ଅପରପକ୍ଷରେ ଆଇଓଏ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି, ଆମେ ସବୁକିଛି କରିବାକୁ ପ୍ରୟାସ କରିଥିଲୁ, କିନ୍ତୁ ଶେଷରେ ସରକାରଙ୍କୁ ହିଁ ଭିସା ଦେବାକୁ ପଡ଼ିଥାଏ। ତେଣୁ ଏଥିରେ ସଂଘ ତରଫରୁ କୌଣସି ଭୁଲ୍ ହୋଇନଥିବା ରାଜୀବ କହିଛନ୍ତି । ଭାରତରେ କୌଣସି ପ୍ରତିଯୋଗିତାର ଆୟୋଜନ ନହେବା ଆଗାମୀ ଦିନରେ ଦେଶ ପାଇଁ ବଡ଼ କ୍ଷତି ହେବ। ତେଣୁ ଆମେ ସରକାରଙ୍କ ସହ ପୁନଃ ଆଲୋଚନା କରି ଏସବୁର ସମାଧାନ ପାଇଁ ପ୍ରୟାସ କରିବୁ ବୋଲି ରାଜୀବ କହିଛନ୍ତି ।



from Odisha Reporter https://ift.tt/2IwtiFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages