ଏନ୍‌ଡିଏ ପ୍ରେମରେ ପଡ଼ିଛନ୍ତି ରଜନୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଏନ୍‌ଡିଏ ପ୍ରେମରେ ପଡ଼ିଛନ୍ତି ରଜନୀକାନ୍ତ

ଚେନ୍ନାଇ: ତାମିଲନାଡ଼ୁର ଜଳସମସ୍ୟା ଦୂର କରିବାକୁ ଥିବା ଦଳକୁ ସମର୍ଥନ କରିବେ ବୋଲି ତାମିଲ ସୁପରଷ୍ଟାର ରଜନୀକାନ୍ତ ମତ ଦେବାପରେ ଏଆଇଡିଏମ୍‌କେର ମୁଖପତ୍ର ‘ନାମାନ୍ଧୁ ଆମ୍ମା’ ଶୁକ୍ରବାର ଏହାକୁ ଭିନ୍ନ ମୋଡ଼ ଦେଇଛି। ଏଥିରେ ପ୍ରକାଶ ପାଇଛି ରଜନୀକାନ୍ତ ପରୋକ୍ଷରେ ଏଆଇଡିଏମ୍‌କେ-ବିଜେପି ମେଣ୍ଟ ବା ଏନ୍‌ଡିଏ ମେଣ୍ଟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ରଜନୀକାନ୍ତ ରବିବାର ଦିନ କହିଥିଲେ, ତାଙ୍କ ପ୍ରଶଂସକମାନଙ୍କ ମଞ୍ଚ ‘ରଜନୀ ମକ୍କାଲ ମନ୍ଦ୍ରମ୍‌’ ପରେ ରାଜନୀତିକ ଦଳର ରୂପ ନେବ କିନ୍ତୁ ଆସନ୍ତା ଲୋକସଭା ନିର୍ବାଚନରେ ଲଢ଼ିବନାହିଁ। ସେ କହିଥିଲେ, ଆରଏମ୍‌ଏମ୍‌ର ଲକ୍ଷ୍ୟ ତାମିଲନାଡ଼ୁ ବିଧାନସଭା ନିର୍ବାଚନ। ସେ ଆହୁରି ମଧ୍ୟ କହିଥିଲେ, ଯିଏ ତାମିଲନାଡ଼ୁ ଜଳ ସମସ୍ୟା ଦୂର କରିବ, ତାକୁ ଭୋଟ୍‌ ଦିଅ।

ଏହି ପତ୍ରିକାରେ ‘କାଲାଙ୍କ ଭୋଟ୍‌ କେବଳ ଏଆଇଡିଏମ୍‌କେ’ ଶୀର୍ଷକରେ ପ୍ରକାଶିତ ଏକ ଲେଖାରେ କୁହାଯାଇଥିଲା, “ଯଦିଓ କାବେରୀ ସମସ୍ୟା ବହୁଦିନଧରି ରହିଆସିଛି, କାବେରୀ ଜଳ ପରିଚାଳନା ବୋର୍ଡ ସେହି ସମୟରେ ଗଠିତ ହୋଇଛି ଯେତେବେଳେ କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ଏଆଇଡିଏମ୍‌କେ କ୍ଷମତାରେ ଅଛି।”

ସୂଚନାଯୋଗ୍ୟ, ବିଜେପି ସହିତ ଏଆଇଡିଏମ୍‌କେର ବୁଝାମଣାରେ ପିଏମ୍‌କେ ୭ଟି ଆସନରୁ ଏବଂ ବିଜେପି ୫ଟି ଆସନରୁ ଲଢ଼ିବ। ଏନ୍‌ଡିଏର ସହଯୋଗୀ ତଥା ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍‌ ରାଙ୍ଗାସ୍ୱାମୀଙ୍କ ଦଳ ଏନ୍‌ଆର କଂଗ୍ରେସକୁ ଗୋଟିଏ ଆସନ ଦେଇଛି। ଏହି ଲେଖାରେ ଏକ ମଜାଦାର ଅଂଶ ମଧ୍ୟ ରହିଛି, ଯେଉଁଥିରେ କୁହାଯାଇଛି, “ରଜନୀକାନ୍ତଙ୍କ କଥାର ଅର୍ଥ ଖୋଜିବାପାଇଁ ଅକ୍ସଫୋର୍ଡ ଡିକ୍ସିନାରୀ ଦରକାର ନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଏହି ସୁପରଷ୍ଟାର ଚାହାନ୍ତି ତାଙ୍କ ସମର୍ଥକମାନେ ବିଜେପି-ଏଆଇଡିଏମ୍‌କେ ମେଣ୍ଟକୁ ଭୋଟ୍‌ ଦିଅନ୍ତୁ।”



from Odisha Reporter https://ift.tt/2STaWDW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages