ପୁଣି ଧମକ ଦେଲେ ସରକାର, ଅକ୍ଷୟ କହିଲେ ‘ଫାଶୀବାଦ’ ଚଳିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ପୁଣି ଧମକ ଦେଲେ ସରକାର, ଅକ୍ଷୟ କହିଲେ ‘ଫାଶୀବାଦ’ ଚଳିବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଚାଷୀ ଭୋଟ୍ ହାତେଇବା ପାଇଁ ପୁରା ଜୋଶରେ ଲାଗିଥିବା ଶାସକ ବିଜେଡି ୨୧ତାରିଖରେ ଚାଷୀ ସଂଗଠନର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରାରେ ଭୟଭୀତ ହୋଇପଡ଼ିଛନ୍ତି। ୨୪ଘଣ୍ଟା ନପୁରୁଣୁ ଦ୍ୱିତୀୟ ଥର ପ୍ରେସ୍ ନୋଟ୍ ଜାରି କରି ‘ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ’କୁ ଆନ୍ଦୋଳନପନ୍ଥାରୁ ଓହରିବାକୁ ଚେତାବନୀ ଦେଇଛନ୍ତି। ନହେଲେ ବାଧ୍ୟ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେବାକୁ ସରକାର ପଛାଇ ନାହାନ୍ତି। ତେବେ ସରକାରଙ୍କ ଏଭଳି ଧମକକୁ ‘ଫାଶୀବାଦ’ ବୋଲି ଅଭିହିତ କରି ଏହା ପତନର ପୂର୍ବ ଆଭାସ ବୋଲି ନବନିର୍ମାଣ କୃଷକ ସଂଗଠନ କହିଛି।

ଆଜି ସନ୍ଧ୍ୟାରେ ଗୃହ ବିଭାଗ ପକ୍ଷରୁ ଗତକାଲି ଭଳି ଏକ ପ୍ରେସ୍ ନୋଟ୍ ଜାରି କରି କୁହାଯାଇଛି ଯେ, ୨୨ତାରିଖରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ୬ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନବନିର୍ମାଣ କୃଷକ ସଂଗଠନକୁ ଆନ୍ଦୋଳନାତ୍ମକ ପନ୍ଥାରୁ ଓହରିବାକୁ ଅନୁରୋଧ କରିଛନ୍ତି। ଯଦି ସଂଗଠନ ‘ଓଡ଼ିଶା ବନ୍ଦ’ ଯୋଜନାକୁ ଜାରି ରଖିବାରେ ଅଟଳ ରୁହନ୍ତି ତା’ହେଲେ ସରକାର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅର୍ଥାତ, ସଂଗଠନର କର୍ମକର୍ତ୍ତାଙ୍କୁ ତୁରନ୍ତ ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ସରକାର ଚେତାବନୀ ଦେଇଛନ୍ତି।

ସରକାରର ପତନ ଅବଶ୍ୟମ୍ଭାବୀ: ଅକ୍ଷୟ କୁମାର

୨୧ରେ ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରାକୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାରଙ୍କ ଚେତାବନୀ ଉପରେ ପ୍ରତିକ୍ରିୟା ଦେଇ ଓଡ଼ିଶା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ଗଣତନ୍ତ୍ରରେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ମୌଳିକ ଅଧିକାର ସମସ୍ତଙ୍କୁ ମିଳିଛି। ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପୂର୍ବରୁ ୨୦୧୬ ମସିହା, ୨୦୧୮ ଅକ୍ଟୋବର ଓ ୨୦୧୯ ଫେବୃଆରୀ ୬ରେ ଚାଷୀଙ୍କ ଆନ୍ଦୋଳନକୁ ସରକାର ବଳପ୍ରୟୋଗ କରି ଭଣ୍ଡୁର କରିସାରିଛନ୍ତି। କିନ୍ତୁ ଚାଷୀଙ୍କ ଦାବି ପୂରଣ ଦିଗରେ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିନାହାନ୍ତି। ଯଦି ବଳପ୍ରୟୋଗ କରି ସରକାର ଚାଷୀଙ୍କ ଆନ୍ଦୋଳନ ଓ ସ୍ୱରକୁ ଚପାଇ ଦେବେ ବୋଲି ଭାବୁଥାନ୍ତି ତା’ହେଲେ ତାହା ତାଙ୍କର ଭୁଲ୍ ଧାରଣା। ନବୀନ ସରକାର ଫାଶୀବାଦୀ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏଭଳି ଆଭିମୁଖ୍ୟ ପୋଷଣ କରି ହିଟଲରଠୁ ଇନ୍ଦିରା ଗାନ୍ଧି ପର୍ଯ୍ୟନ୍ତ ସମସ୍ତଙ୍କ ଶାସନର ପତନ ହୋଇଛି। ତେଣୁ ନବୀନ ପଟ୍ଟନାୟକ ସରକାରର ପତନ ଅବଶ୍ୟମ୍ଭାବୀ।

କୌଣସି ପରିସ୍ଥିତିରେ ସୁଦ୍ଧା ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ପ୍ରତ୍ୟାହାର କରାଯିବ ନାହିଁ ବୋଲି ଶ୍ରୀ କୁମାର ସ୍ପଷ୍ଟ କରିଛନ୍ତି। ଯଦି ସରକାର ବନ୍ଦ ପାଇଁ ଏତେ ଚିନ୍ତିତ ଅଛନ୍ତି ତା’ହେଲେ ୨୧ତାରିଖ ରାତିରେ ପରୀକ୍ଷା ପ୍ରଶ୍ନପତ୍ର ପରିବହନ କରୁନାହାନ୍ତି କାହିଁକି ବୋଲି ସେ କହିଛନ୍ତି। ତା’ଛଡ଼ା ପରୀକ୍ଷା ସଂକ୍ରାନ୍ତ କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ସଂଗଠନ ଆଗରୁ ସ୍ପଷ୍ଟୀକରଣ ଦେଇସାରିଛି। ତେଣୁ ସରକାର କାହିଁକି ବାରମ୍ବାର ମ୍ୟାଟ୍ରିକ ପରୀକ୍ଷାର ବାହାନା ନେଉଛନ୍ତି ବୋଲି ଶ୍ରୀ କୁମାର ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2SIUAOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages