ମୋହାଲି ପରେ ହିମାଚଳ ଷ୍ଟାଡିୟମରୁ ହଟିଲା ପାକ୍‌ ଖେଳାଳିଙ୍କ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ମୋହାଲି ପରେ ହିମାଚଳ ଷ୍ଟାଡିୟମରୁ ହଟିଲା ପାକ୍‌ ଖେଳାଳିଙ୍କ ଫଟୋ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷରେ ଦେଶରେ ପ୍ରତିଶୋଧର ନିଆଁ ଜଳିବା ଆରମ୍ଭ ହୋଇଛି। ଏହିକ୍ରମରେ ବିଭିନ୍ନ ଷ୍ଟାଡିୟମରେ ଲାଗିଥିବା ପାକ୍‌ ଖେଳାଳିଙ୍କ ଫଟୋ ହଟିବା ମଧ୍ୟ ଆରମ୍ଭ ହୋଇଛି।

ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ମୋହାଲି କ୍ରିକେଟ୍‌ ଷ୍ଟାଡିୟମରେ ଲାଗିଥିବା ପାକ୍‌ ଖେଳାଳିଙ୍କ ଫଟୋ ହଟା ଯାଇଥିଲା। ଏବେ ହିମାଚଳପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ମଧ୍ୟ ସମାନ ନୀତି ଆପଣାଇଛି। ଷ୍ଟାଡିୟମରେ ଲାଗିଥିବା ୧୩ ଜଣ ପାକ୍‌ ଖେଳାଳିଙ୍କ ଫଟୋକୁ ଆଜି କର୍ତ୍ତୃପକ୍ଷ ହଟାଇ ଦେଇଛନ୍ତି। ଏଥିରେ ପାକ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ୱାସିମ ଆକ୍ରମଙ୍କ ଫଟୋ ମଧ୍ୟ ରହିଛି।

ପୁଲୱାମା ଆକ୍ରମଣରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ହିମାଚଳପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ର ମ୍ୟାନେଜର କର୍ଣ୍ଣେଲ ଏଚ୍‌ଏସ୍‌ ମାନସ କହିଛନ୍ତି। ଇମ୍ରାନ୍‌ ଓ ଆକ୍ରମଙ୍କ ବ୍ୟତୀତ ସୋଏବ ଅଖତର, ଆଫ୍ରିଦି ଓ ଜାଭେଦ ମିଆଁଦାଦଙ୍କ ଫଟୋକୁ ମଧ୍ୟ ହଟାଇ ଦିଆଯାଇଛି।

ଏହି ଷ୍ଟାଡିୟମଟି ୨୦୦୫ରେ ପ୍ରଥମଥର ପାଇଁ କ୍ରିକେଟ ମ୍ୟାପ୍‌ରେ ଯୋଡ଼ି ହୋଇଥିଲା। ଏଠାରେ ପ୍ରଥମ ମ୍ୟାଚ୍‌ ଭାବେ ପାକିସ୍ତାନ ଓ ଭାରତୀୟ ସଭାପତି ଏକାଦଶ ମଧ୍ୟ ଅଭ୍ୟାସ ମ୍ୟାଚ୍‌ ଖେଳା ଯାଇଥିଲା। ଆଜି ହଟାଯାଇଥିବା ଅଧିକାଂଶ ଫଟୋ ଅଭ୍ୟାସ ମ୍ୟାଚ୍‌ ବେଳର।



from Odisha Reporter http://bit.ly/2BGEKJa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages