ଗେ’ ହୋଇ ରହିଲେ ଅସୁବିଧା କ’ଣ ବୋଲି କାହିଁକି କହିଲେ ରୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଗେ’ ହୋଇ ରହିଲେ ଅସୁବିଧା କ’ଣ ବୋଲି କାହିଁକି କହିଲେ ରୁଟ୍‌

ଦୁବାଇ: ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ଇଣ୍ଡିଜ୍ ଅଲରାଉଣ୍ଡର ଶାନ୍ନନ ଗାବ୍ରିଏଲ୍‌ଙ୍କ ମଧ୍ୟରେ ପ୍ରବଳ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି।

ଗାବ୍ରିଏଲ୍‌ ବ୍ୟାଟିଂ କରୁଥିବା ଜୋ ରୁଟ୍‌ଙ୍କ ପ୍ରତି କିଛି ଅପଶବ୍ଦ ପ୍ରୟୋଗ କରିଥିବାରୁ ଫିଲ୍ଡ ଅମ୍ପାୟାର ମଧ୍ୟ ତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମଧ୍ୟାହ୍ନ ସେସନ୍‌ ଖେଳ ସମୟରେ ଗାବ୍ରିଏଲ ଉଭୟ ଜୋ ରୁଟ୍‌ ଏବଂ ତାଙ୍କ ବ୍ୟାଟିଂ ପାର୍ଟନର ଜୋ ଡେନଲଙ୍କୁ ବାରମ୍ବାର ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ରୁଟଙ୍କ ପାଇଁ ଗାବ୍ରିଏଲ୍‌ କିଛି ଅପଶବ୍ଦ ବ୍ୟବହାର କରିଥିବାରୁ ଏହାର ଜବାବ ମଧ୍ୟ ସେ ଦେଇଥିଲେ। ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ରୁଟ୍‌ ଏହି ଭିଡିଓରେ ଗାବ୍ରିଏଲଙ୍କୁ ‘ଗେ’ ବା ସମଲିଙ୍ଗୀ ହୋଇ ରହିଲେ କିଛି ଅସୁବିଧା ନାହିଁ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଷ୍ଟମ୍ପରେ ଲାଗିଥିବା ମାଇକ୍‌ରେ ରୁଟ୍‌ଙ୍କ ସ୍ୱର ରେକର୍ଡ ହୋଇଥିଲେ ହେଁ ଗାବ୍ରିଏଲ ତାଙ୍କୁ କ’ଣ କହିଥିଲେ, ସେକଥା ରେକର୍ଡ ହୋଇପାରି ନାହିଁ।

ମ୍ୟାଚ୍‌ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଟ୍‌ ସ୍ପଷ୍ଟ ଭାବେ ଗାବ୍ରିଏଲ କ’ଣ କହିଥିଲେ ସେକଥା କହିନାହାନ୍ତି। ରୁଟ୍‌ କେବଳ କହିଛନ୍ତି, ଗାବ୍ରିଏଲ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି ତାହା ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଅନୁତାପ କରିବାକୁ ବାଧ୍ୟ କରିବ। ତେବେ ସେ ଏହାକୁ ନେଇ ମ୍ୟାଚ୍‌ ରେଫରୀଙ୍କ ପାଖରେ କୌଣସି ବିଧିବଦ୍ଧ ପ୍ରତିବାଦ କରିବେ ନାହିଁ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2DzR6Dh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages