
ଦୁବାଇ: ପ୍ରଥମଥର ପାଇଁ ପାକିସ୍ତାନ ମହିଳା ଟିମ୍ କୌଣସି ଏକ ଦ୍ୱିପାକ୍ଷିକ ସିରିଜ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିବାର ଇତିହାସ ସୃଷ୍ଟି କରିଛି। ଦୁବାଇରେ ଥିବା ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆକୁ ପାକିସ୍ତାନ ମହିଳା ଦଳ ଜିତିବା ସହ ୨-୧ରେ ସିରିଜ୍ କବଜା କରିଛି।
ଇଣ୍ଡିଜ୍କୁ ପରାସ୍ତ କରିଥିବାରୁ ପାକିସ୍ତାନ ମହିଳା ଟିମ୍ର ରାଙ୍କିଙ୍ଗରେ ମଧ୍ୟ ସୁଧାର ଆସିବ। ଆସନ୍ତା ସୋମବାର ଆଇସିସି ପକ୍ଷରୁ ମହିଳା ଟିମ୍ ରାଙ୍କିଙ୍ଗ ଜାରି କରାଯିବ। ଏଥିରେ ପାକିସ୍ତାନ ମହିଳା ଟିମ୍ ୪ର୍ଥ ସ୍ଥାନରେ ରହିବ। ଏବେ ପାକିସ୍ତାନ ମହିଳା ଟିମ୍ ଆଇସିସି ରାଙ୍କିଙ୍ଗର ୭ ନଂ ସ୍ଥାନରେ ରହିଛି।
ତୃତୀୟ ଦିନିକିଆରେ ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିଥିଲା। ଦଳ ୪୭.୩ ଓଭର୍ରେ ୧୫୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୧୬୦ ରନ୍ ଟାର୍ଗେଟର ପିଛା କରୁଥିବା ପାକିସ୍ତାନ ୪୭.୨ ଓଭର୍ରେ ୬ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା।
from Odisha Reporter http://bit.ly/2WWuoy2
No comments:
Post a Comment