ସିବିଆଇ-ମମତା ବିବାଦ: ରାଜ୍ୟସଭା ଅଚଳ, ଲୋକସଭା ହୁଲସ୍ତୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ସିବିଆଇ-ମମତା ବିବାଦ: ରାଜ୍ୟସଭା ଅଚଳ, ଲୋକସଭା ହୁଲସ୍ତୁଲ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିବିଆଇ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ କାର୍ଯ୍ୟକୁ ବିରୋଧ କରି ମମତା ବାନାର୍ଜୀ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଏବେ ଏହି ଘଟଣାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ତମ୍ବିତୋଫାନ ଦେଖିବାକୁ ମିଳିଛି।

ଆଜି ରାଜ୍ୟସଭା ଆରମ୍ଭ ହେବା କ୍ଷଣି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସିବିଆଇ –ମମତା ବିବାଦରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ପ୍ରଥମେ ଦିନ ୨ଟା ଏବଂ ପରେ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଅନ୍ୟପଟେ ଲୋକସଭାରେ ମଧ୍ୟ ଅଚଳ ଅବସ୍ଥା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପ୍ରସଙ୍ଗରେ କଂଗ୍ରେସ, ବିଜେଡି, ଏନ୍‌ସିପି, ସପା ଓ ଆରଜେଡି ଟିଏମସି ପକ୍ଷକୁ ସମର୍ଥନ କରି ଉଭୟ କେନ୍ଦ୍ର ଏବଂ ସିବିଆଇକୁ ତୀବ୍ର ସମାଲୋଚନା କରିଥିଲେ। ସମସ୍ତେ ସମସ୍ଵରରେ ନରେନ୍ଦ୍ର ମୋଦି ସରକାର ସିବିଆଇର ଅପବ୍ୟବହାର କରୁଥିବା କହିଛନ୍ତି। ଏହି ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ,“ ଏବେ ସିବିଆଇ ଏବଂ ପଶ୍ଚିମବଙ୍ଗ ପୁଲିସ୍‌ ମଧ୍ୟରେ ସୃଷ୍ଟି ହୋଇଥଇବା ବିବାଦ ଅଭୂତପୂର୍ବ।

ସିବିଆଇକୁ ତା’ର କର୍ତ୍ତବ୍ୟ ଠିକ୍‌ ଭାବେ କରିବାକୁ ନ ଦେବା, ନିଶ୍ଚିତ ନିନ୍ଦାର ବିଷୟ। ସିବିଆଇ ଚିଟ୍‌ଫଣ୍ଡ ଘଟଣାରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି। ହେଲେ ଯେଉଁଭଳି ଭାବେ ସିବିଆଇ କାର୍ଯ୍ୟରେ ବାଧା ଦିଆଯାଉଛି, ତା’ହା ଅତ୍ୟନ୍ତ ଅସ୍ୱାଭାବିକ ଘଟଣା। ସିବିଆଇ ଶ୍ରୀ କୁମାରଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଉଥିଲେ ହେଁ ସେ ସହଯୋଗ କରୁନାହାନ୍ତି।

ସିବିଆଇ କାର୍ଯ୍ୟକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଏହା ପଶ୍ଚିମବଙ୍ଗରେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ର ସରକାର ଦେଶର ଯେକୌଣସି ସ୍ଥାନରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନେଇ ପାରିବେ। ରବିବାର ଯାହା ହେଲା, ତାହା ସାମ୍ବିଧାନିକ ସଙ୍କଟର ଆଭାସ ଦେଇଛି। ଏ ସମ୍ପର୍କରେ ରାଜ୍ୟପାଳଙ୍କ ଠାରୁ ରିପୋର୍ଟ ମଧ୍ୟ ତଲବ କରାଯାଇଛି।”

ଏହା ପୂର୍ବରୁ ବିରୋଧୀ ଦଳଗୁଡ଼ିକ ସିବିଆଇ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହୋହଲ୍ଲା କରିଥିଲେ। ଟିଏମସି ସାଂସଦ ସୌଗତ ରୟ କହିଥିଲେ, କେନ୍ଦ୍ର ସରକାର ସିବିଆଇକୁ ନିଜର ରାଜନୀତିକ ଫାଇଦା ହାସଲ ପାଇଁ ବ୍ୟବହାର କରୁଛନ୍ତି। ସିବିଆଇକୁ ବିରୋଧୀଙ୍କ ପଛରେ ଲଗାଇ କେନ୍ଦ୍ର ସେମାନଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛି।”

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ,“ଏଭଳି ପରିସ୍ଥିତି ସିବିଆଇର ସଚ୍ଚୋଟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମେ ଏକ ବାନାନା ଗଣତନ୍ତ୍ରରେ ରହୁନାହୁଁ। ସିବିଆଇ କେନ୍ଦ୍ର ସରକାରଙ୍କ ରାଜନୀତିକ ଅସ୍ତ୍ର ଭଳି କାର୍ଯ୍ୟ କରୁଛି। ସିବିଆଇ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଦରକାର। ଓଡ଼ିଶାରେ ବିଜେଡିକୁ ବଦନାମ କରିବାକୁ ସିବିଆଇ ପୂର୍ବରୁ ପ୍ରୟାସ କରିଥିଲା।”

ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ସିବିଆଇ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇବା ସହ ଏଭଳି ପରିସ୍ଥିତି କେବଳ ପଶ୍ଚିମବଙ୍ଗ ନୁହେଁ କର୍ଣ୍ଣାଟକା, ଉତ୍ତର ପ୍ରଦେଶ ଓ ଚେନ୍ନାଇରେ ମଧ୍ୟ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି।



from Odisha Reporter http://bit.ly/2UBwCkn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages