
ପ୍ରୟାଗରାଜ(ଓଡ଼ିଶା ରିପୋର୍ଟର): ଜୀବନର ମୋହ ସେମାନଙ୍କୁ ବାନ୍ଧି ପାରିଲାନି। ନିଜ ପାଇଁ ନିଜ ହାତରେ ନିଜକୁ ପିଣ୍ଡ ଦେଲେ ସେମାନେ। ସମାଜର କୌଣସି ବାଧା, ବିଘ୍ନ ସେମାନଙ୍କ ପାଇଁ ଏଣିକି ଆଉ ଅନ୍ତରାୟ ନୁହେଁ। ପରମସୁଖର ଅନ୍ୱେଷଣାରେ ସେମାନେ ଏବ ପ୍ରଜ୍ଞାଭୀମୁଖୀ।
ଆମେ କହୁଛୁ ସେହି ୧୦ ହଜାର ଯୁବକଙ୍କ କଥା ଯେଉଁମାନେ ନିକଟରେ ନାଗା ସାଧୁ ଭାବେ ଦୀକ୍ଷିତ ହୋଇଛନ୍ତି।
ଚଳିତ ବର୍ଷ କୁମ୍ଭମେଳାର ଏହା ହେଛି ସବୁଠାରୁ ରୋଚକ ଘଟଣା। ଉଚ୍ଚଶିକ୍ଷିତ ଓ ଉଚ୍ଚବେତନ ପାଇ ସମାଜରେ ପ୍ରତିଷ୍ଠା ପାଇବାର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏହି ଯୁବକମାନେ ସବୁକିଛି ଜଳାଞ୍ଜଳୀ ଦେଇ ବର୍ତ୍ତମାନ ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି। ଗତକାଲି କୁମ୍ଭମେଳାରେ ଏକ ଦୀକ୍ଷା ଗ୍ରହଣ ଉତ୍ସବରେ ନାଗା ଭାବେ ଦୀକ୍ଷିତ ହୋଇଛନ୍ତି ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ଓ ଏମ୍ବିଏ ଡିଗ୍ରୀଧାରୀ ଯୁବକ।
କେବଳର ସେମାନେ ନୁହଁନ୍ତି ଏହି ନବୀନ ସାଧୁଙ୍କ ଭିତରେ ଅଛନ୍ତି ଅନେକ ଗ୍ରାଜୁଏଟ୍ ଓ ନିଜ ନିଜ ବିଭାଗୀୟ ପାଠରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଯୁବକ ।
ରଜତ କୁମାର ରାଏ(୨୭)। ରଜତ ଜଣେ ମରାଇନ୍ ଇଞ୍ଜିନିୟର। ଚାହିଁଥିଲେ ଉଚ୍ଚ ହାରରେ ଦରମା ନେଇ ଚାକିରି କରିପାରିଥାନ୍ତେ। ନୀଳ ସାଗରେ ବକ୍ଷରେ ନିଜର ଯୋଗ୍ୟତା ସିଦ୍ଧ କରିପାରି ଥାନ୍ତେ। କିନ୍ତୁ ନଶ୍ୱର ଦେହର ମୋହ ତାଙ୍କୁ ଉଚିତ୍ ମନେ ହେଲାନି। ଏବେ ସେ ନାଗା ସନ୍ୟାସୀ।
ସେହିପରି ଆଉ ୨ ଯୁବକ ହେଉଛନ୍ତି ୟୁକ୍ରେନରେ ମ୍ୟାନେଜମେଣ୍ଟ ଗ୍ରାଜୁଏଟ୍ ଶମ୍ଭୁ ଗିରି(୨୯) ଓ ଘନଶ୍ୟାମ ଗିରି(୧୮)। ଉଭୟ ନିଜ ବିଭାଗରେ ଟପ୍ପର ହୋଇଛନ୍ତି। ଏବେ ଏ ଦୁହେଁ ମଧ୍ୟ ନାଗାସାଧୁ ଦିକ୍ଷା ଗ୍ରହଣ କରିଛନ୍ତି। ଏମାନଙ୍କ ଭଳି ଅନେକ ଶିକ୍ଷିତ ଯୁବକ ନାଗାସାଧୁ ହେବା ଏବେ ଚର୍ଚ୍ଚାର କାରଣ ପାଲଟିଛି।
ତେବେ ସେମାନଙ୍କ ସ୍ୱମତ ଯାହାବି ହେଉନା କାହିଁକି କିଛି ବୁଦ୍ଧୀଜୀବୀ ବେକାରୀ ସମସ୍ୟା ପାଇଁ ହତୋତ୍ସାହିତ ହୋଇ ଏଭଳି ସାଧୁ ହୋଇଥାଇପାରନ୍ତି ବୋଲି ମଧ୍ୟ ଟିପ୍ପଣୀ ହେଉଛି।
from Odisha Reporter http://bit.ly/2S8f4jc
No comments:
Post a Comment