
ନୂଆଦିଲ୍ଲୀ/ଭୁବନେଶ୍ୱର: ପୁଲ୍ୱାମାଠାରେ ଜୈଶ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଖିଳ ଭାରତ ବ୍ୟବସାୟୀ ସଂଘ ପକ୍ଷରୁ ସୋମବାର ଫେବୃଆରୀ ୧୮ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହିତ ସ୍ୱତଃପ୍ରବୃତ୍ତ ଭାବରେ ପାଳନ କରାଯିବାକୁ ଆହ୍ୱାନ ଦିଆଯାଇଛି। ଯାନବାହନ ଯାତାୟାତ ଉପରେ ବନ୍ଦର କୌଣସି ପ୍ରଭାବ ପଡ଼ିବନି ବୋଲି କୁହାଯାଉଛି।
ବନ୍ଦ ପାଇଁ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବ ଏବଂ କୌଣସି ବ୍ୟବସାୟିକ କାରବାର ହେବନି ବୋଲି ଜଣାଯାଇଛି। ସହିଦଙ୍କ ପାଇଁ ଦିନଟିକୁ ଉତ୍ସର୍ଗ କରାଯିବ ଏବଂ ଓଡିଶା ସମେତ ସବୁ ରାଜ୍ୟରେ ସ୍ୱତଃପ୍ରବୃତ୍ତ ଭାବରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ସେମାନଙ୍କ କାରବାର ବନ୍ଦ ରଖିବେ। ବନ୍ଦ ଦିନ ରାଜଭବନ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ଏହି ବନ୍ଦରେ ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ପଞ୍ଜାବ ଓ ହରିଆନା ଏବଂ ଜମ୍ମୁକଶ୍ମୀର ଆଦି ୧୮ଟି ରାଜ୍ୟରେ ବନ୍ଦ ପ୍ରଭାବ ଅଧିକ ରହିବ। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ବିଭିନ୍ନ ବ୍ୟବସାୟିକ ସଂଗଠନମାନେ ଏହି ବନ୍ଦକୁ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଛି।
ସିଏଆଇଟି ଜାତୀୟ ଅଧ୍ୟକ୍ଷ ବିସି ଭର୍ତ୍ତିଆ ଏବଂ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ବନ୍ଦ ପାଳନ ସମୟରେ ବ୍ୟବସାୟୀମାନେ ଉପବାସରେ ରହିବେ ଏବଂ ସହିଦଙ୍କ ସମ୍ମାନାର୍ଥେ ଆୟୋଜିତ ମହମବତୀ ଶୋଭାଯାତ୍ରାରେ ଯୋଗଦେବେ।
from Odisha Reporter http://bit.ly/2DMRePO
No comments:
Post a Comment