
କଳାହାଣ୍ଡି (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ଗୁଣ୍ଡୁରୀ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଲୋକଙ୍କ ଗୁହାଳରେ ପଶି ବାଘ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ଗୃହପାଳିତ ପଶୁ ମରି ପଡ଼ିଥିବା ଘଟଣା ଲୋକଙ୍କୁ ଅଧିକ ଆତଙ୍କିତ କରିଛି।
ଅଭିଯୋଗ ହେବା ପରେ ବନ ବିଭାଗର କର୍ମଚାରୀମାନେ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆର କାମ ବୋଲି ସନ୍ଦେହ କରାଯାଉଛି।
from Odisha Reporter http://bit.ly/2BDBWfS
No comments:
Post a Comment