ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌: ୧୫ରେ ଟିମ୍‌ ଘୋଷଣା, ବିରାଟ୍‌ ଓ ବୁମ୍ରା କରିବେ କମ୍‌ବ୍ୟାକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌: ୧୫ରେ ଟିମ୍‌ ଘୋଷଣା, ବିରାଟ୍‌ ଓ ବୁମ୍ରା କରିବେ କମ୍‌ବ୍ୟାକ୍‌!

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜ୍‌ ପାଇଁ ଆସନ୍ତା ୧୫ରେ ଭାରତୀୟ ଟିମ୍‌ ଘୋଷଣା ହେବ। ବିସିସିଆଇର ଚୟନ କମିଟି ମୁମ୍ବାଇରେ ଟିମ୍‌ ସମ୍ପର୍କରେ ଘୋଷଣା କରିବେ। ତେବେ ଲଗାତର ମ୍ୟାଚ୍‌ ଖେଳୁଥିବା କିଛି ବରିଷ୍ଠ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯିବ ବୋଲି ଜଣାପଡ଼ିଛି। ଭାରତ ଗସ୍ତରେ ଆସୁଥିବା ଅଷ୍ଟ୍ରେଲିଆ ଏଠାରେ ପ୍ରଥମେ ୨ଟି ଟି-୨୦ ଓ ପରେ ୫ଟି ଦିନିକିଆ ସିରିଜ୍‌ ଖେଳିବ।

୨୦୧୯ ବିଶ୍ୱକପ୍‌ ପୂର୍ବରୁ ଏହା ଶେଷ ଅନ୍ତର୍ଜାତୀୟ ସିରିଜ୍‌। ତେଣୁ ଟିମ୍‌ ଇଣ୍ଡିଆ ଖେଳାଳି ଚୟନ ଓ ଟିମ୍‌ କମ୍ବିନେସନ ପାଇଁ ବିସିସିଆଇ ପାଖରେ ଏହା ଶେଷ ସୁଯୋଗ ରହିବ। ଏହି ସିରିଜ୍‌ ପରେ ଖେଳାଳିମାନେ ଆଇପିଏଲ୍‌ରେ ଅଂଶ ଗ୍ରହଣ କରିବେ।
ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଦିନିକିଆ ଓ ଟି-୨୦ ସିରିଜ୍‌ରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

ସେହିପରି ବିଶ୍ରାମ ପାଇଥିବା ଯଶପ୍ରୀତ ବୁମ୍ରାଙ୍କର ମଧ୍ୟ ଲେଉଟାଣି ହେବ। ସେହିପରି ଦିନିକିଆରେ ରିଷଭ ପନ୍ତ ଓ ଅଜିଙ୍କ୍ୟ ରାହେଣଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା ରହିଛି। ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏମାନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ସାମିଲ କରାଯିବ।

ଅନ୍ୟପକ୍ଷରେ ଢେର ଦିନ ଧରି କ୍ରିକେଟ୍‌ ଖେଳି ଆସୁଥିବା ରୋହିତ ଶର୍ମା ଓ ଶିଖର ଧୱନ୍‌ଙ୍କୁ ବିଶ୍ରାମ ଦିଆଯିବ ବୋଲି ମୁଖ୍ୟ କୋଚ ରବି ଶାସ୍ତ୍ରୀ କହି ସାରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ଆଇପିଏଲ୍‌ ପର୍ଯ୍ୟନ୍ତ ପଡ଼ିଆରୁ ଦୂରେଇ ରହିବେ। ସେହିପରି ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କୁ ମଧ୍ୟ ବିସିଆଇ ବିଶ୍ରାମ ଦେଇପାରେ। କିନ୍ତୁ ଖଲୀଲ ଅହମ୍ମଦଙ୍କୁ ବିଶ୍ୱକପ୍‌ ପୂର୍ବରୁ ଫିଟ୍‌ ରଖିବାକୁ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ଚୟନ କରିବ।

ଏହାବାଦ୍‌ କିଛି ନୂଆ ଖେଳାଳି ଏବଂ ବିବାଦ ପରେ ଟିମ୍‌ରୁ ଦୂରେଇ ରହିଥିବା କେଏଲ୍‌ ରାହୁଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ଡକରା ମିଳିପାରେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2GnHX4y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages