
ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଓହରି ଯାଇଥିବା ସୋନିଆ ଗାନ୍ଧି ଏଥର ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ସେ ଉତ୍ତର ପ୍ରଦେଶର ରାଏବରେଲୀରୁ ହିଁ ନିର୍ବାଚନ ଲଢ଼ିବେ। ପୂର୍ବରୁ ସେ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ସୋନିଆ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ପୂର୍ବରୁ ପାର୍ଟିର ବିଶ୍ୱସ୍ତ ସୂତ୍ର ସୂଚନା ଦେଇଥିଲା ଯେ ୭୨ ବର୍ଷୀୟ ସୋନିଆଙ୍କ ବଦଳରେ ଗତ ମାସରେ ରାଜନୀତିରେ ପାଦ ଥାପି ଥିବା ପ୍ରିୟଙ୍କା ଗାନ୍ଧି ଏଥର ରାଏବରେଲୀରୁ ପ୍ରାର୍ଥୀ ହେବେ। କିନ୍ତୁ ଏବେ ସୋନିଆ ହିଁ ସେହି ଆସନରୁ ଲଢ଼ିବେ ବୋଲି କୁହାଯାଉଛି। ଆସନ୍ତା ମାସରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା ହେବ।
୧୯ ବର୍ଷ ଧରି କଂଗ୍ରେସ ମଙ୍ଗ ସମ୍ଭାଳିବା ପରେ ସୋନିଆ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ୨୦୧୭ରେ ଏହି ଦାୟିତ୍ୱ ଦେଇଥିଲେ। ଅବଶ୍ୟ ସୋନିଆ ୟୁପିଏର ଅଧ୍ୟକ୍ଷ ହୋଇ ରହିଛନ୍ତି। ସେ ୟୁପିଏ ଅଧ୍ୟକ୍ଷ ରହିଥିଲେ ହେଁ ସ୍ୱାସ୍ଥ୍ୟଗତ କାରଣରୁ ସାଧାରଣ ସଭା ଓ ଲୋକଙ୍କ ଠାରୁ ଦୂରେଇ ରହୁଛନ୍ତି। କୁହାଯାଉଥିଲା ସେ ଏହି କାରଣରୁ ନିର୍ବାଚନ ଲଢ଼ିବେ ନାହିଁ।
from Odisha Reporter http://bit.ly/2SHuz1A
No comments:
Post a Comment