
କଟକ/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ପୁଲୱାମା ହମ୍ଲାରେ ସହିଦ ଓଡ଼ଆ ଯବାନଙ୍କ ଶୋକସନ୍ତପ୍ତ ପରିବାର ପାଇଁ ରାଜ୍ୟବ୍ୟାପୀ ସମବେଦନାର ସୁଅ ଛୁଟୁଛି। ଏଭଳି ସ୍ଥିତିରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ନିଜ ଜିଲ୍ଲା କଟକର ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ସେ ଯେଉଁଭଳି ଭାବେ ଗଳଧକ୍କା ଦେଇ ଦୁର୍ବ୍ୟବହାର କରିଛନ୍ତି, ତା’ର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ୍ ୪୦ ଜଣ ଯବାନଙ୍କ ପାଇଁ ଆଜି ସାରା ଦେଶ ଝୁରୁଛି । ସେମାନଙ୍କ ମଧ୍ୟରୁ ସହିଦ ଓଡ଼ଆ ଯବାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରାଙ୍କ ବଳିଦାନକୁ ନେଇ ଗର୍ବ କରୁଛି ଓଡ଼ିଶା ମାଟି। ହେଲେ ପୁଲଓ୍ୱାମା ହମ୍ଲାରେ ସହିଦ ମନୋଜଙ୍କ ଅନ୍ତିମ ସଂସ୍କାର ବେଳେ କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶୋଭନୀୟ ଆଚରଣ ସାମ୍ନାକୁ ଆସିଛି। ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କୁ କଫିନ ପାଖରେ ଦେବାଶିଷ ଧକ୍କା ମାରିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ତେବେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ପରେ ଏ ସମ୍ପର୍କରେ କ୍ଷମା ମାଗିଛନ୍ତି ନିଜେ ବିଧାୟକ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଯେ, ଯାହା କିଛି ଘଟିଛି ଅଜାଣତରେ ଘଟିଛି। ସେଦିନ ସେଠାରେ ଥିଲି। ସହିଦଙ୍କ ପରିବାରକୁ ସାନ୍ତ୍ୱନା ଦେଉଥିଲି। ତେବେ ସଂପୃକ୍ତ ବ୍ୟକ୍ତି ସହିଦଙ୍କ ସଂପର୍କୀୟ ବୋଲି ଜାଣିନଥିଲି। ଘଟଣାକୁ ନେଇ କାହା ମନରେ ଆଘାତ ଲାଗିଥିଲେ କ୍ଷମା ମାଗୁଛି। ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2DRyKxI
No comments:
Post a Comment