ବିରହ, ବେଦନା ଓ ପ୍ରେମର ଇସ୍ତାହାର ‘ବ୍ଲାକ୍ କଫି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ବିରହ, ବେଦନା ଓ ପ୍ରେମର ଇସ୍ତାହାର ‘ବ୍ଲାକ୍ କଫି’

ପୁସ୍ତକ: ବ୍ଲାକ୍‌ କଫି (କବିତା)
କବି: ଇଂ ନିହାର ରଂଜନ ପରିଡ଼ା
ପ୍ରକାଶକ: ଇଭେଣ୍ଟ୍‌ସ ପବ୍ଲିକେଶନ୍‌ସ, ଭୁବନେଶ୍ୱର
ପ୍ରଥମ ସଂସ୍କରଣ: ୨୦୧୯, ମୂଲ୍ୟ: ୧୨୦ ଟଙ୍କା

ବୋଧହୁଏ ପ୍ରେମିକାର ଉପସ୍ଥିତି ଅପେକ୍ଷା ଅନୁପସ୍ଥିତି, ପ୍ରେମକୁ ବେଶି ଆଉଟି ଦିଏ। ଏକ ‘ହାପି ଏଣ୍ଡିଂ’ ଅପେକ୍ଷା ଅପ୍ରାପ୍ତିର ମଧୁର ଯନ୍ତ୍ରଣା ବେଶି ଦଗ୍ଧ କରେ। ଏମିତି ଆବେଗକୁ ବୋଧେ ମର୍ମେମର୍ମେ ଭେଦିଛନ୍ତି ଯୁବ କବି ଇଂ ନିହାର ରଞ୍ଜନ ପରିଡ଼ା। ନିକଟରେ ପ୍ରକାଶ ପାଇଛି ତାଙ୍କ କବିତା ସଙ୍କଳନ ‘ବ୍ଲାକ୍‌ କଫି’। ଏଥିରେ ସଙ୍କଳିତ କବିତା ଗୁଡ଼ିକ ପଢ଼ିଲେ ଆପଣଙ୍କୁ ନିଶ୍ଚିତ ପ୍ରେମିକ ପ୍ରେମିକ ଲାଗିବ। ପଢ଼ନ୍ତୁ ଗୋଟିଏ ପଦ…

ପ୍ରେମିକା ବିଶ୍ୱାସ ଭାଙ୍ଗେନା
ନିଃଶ୍ୱାସରେ ରହେ।
ତୁମ ନିବିଡ଼ତା ଓ ନିରବତା
ମଝିରେ ଯେଉଁ ରାସ୍ତା ତିଆରି ହୋଇଗଲା
ତାହା ଯଥେଷ୍ଟ ଥିଲା
ସ୍ୱପ୍ନଟିକୁ ଫେରାର ହେବା ପାଇଁ।

ପାଠରେ ଇଂଜିନିୟର ନିହାର ରଞ୍ଜନ କିନ୍ତୁ ମନରେ କବିପ୍ରବଣ। ନିକଟରେ ତାଙ୍କର ୫୦ଟି କବିତାକୁ ନେଇ ପ୍ରକାଶ ପାଇଛି ନୂଆ କବିତା ପୁସ୍ତକ ‘ବ୍ଲାକ୍ କଫି’। ତାଙ୍କ କବିତାକୁ ନେଇ ପ୍ରକାଶକ ପ୍ରକାଶ ମହାପାତ୍ର ଲେଖିଛନ୍ତି- ‘ଜୀବନରେ ଏମିତି ଗୋଟେ ସମୟ ଆସେ, ଯେତେବେଳେ ଅବରୁଦ୍ଧ ହୋଇପଡ଼େ ଜୀବନ। ଅବରୁଦ୍ଧ ହେବାର ଅର୍ଥ ହେଉଛି- ତୀବ୍ର ପ୍ରବାହିତ ସ୍ୱପ୍ନ ଅଧାରାସ୍ତାରେ ଅଟକିଯିବା। ସେହି ମାନସିକ ଅବସ୍ଥାଟି ନିହାରଙ୍କ ଭାଷାରେ-  ନୋ ସୁଗାର ନୋ ମିଲ୍କ, କେବଳ ଗାଢ଼ ଅନ୍ଧାର ରାତି ଭଳି ଦିଶୁଥିବା ବ୍ଲାକ୍ କଫି।

ନିହାରଙ୍କ ‘ବ୍ଲାକ୍ କଫି’ରେ ରହିଛି, ପୁରୁଷ ନା ପ୍ରେମିକା, ଜଣେ ପ୍ରେମିକା ପାଇଁ କବିତା, ଦୀର୍ଘଶ୍ୱାସ, ଫେରିନି ଚିତ୍ରଲେଖା, ଅନୁରୋଧ, ପ୍ରତିଶ୍ରୁତି ଭଳି ପ୍ରେମିକା ଆଖିରୁ ଲୁହ ନିଗାଡ଼ି ଦେଲା ଭଳି କବିତା।

ଯେତେବେଳେ ଯୌବନର ଉତ୍ତାଳ ଢେଉରେ କେବେ ଗୋଟେ ଏକ୍ଲାପଣ ମାଡ଼ି ବସୁଥିଲା, ଆଉ ବିରହର ମିଠା ସ୍ୱାଦ ଜବରଦସ୍ତ ଭୋଗିବାକୁ ପଡ଼ୁଥିଲା, ଠିକ୍ ସେତିକିବେଳେ ସେ ଲେଖିଥିଲେ ତାଙ୍କ ପ୍ରଥମ କବିତା “କୃଷ୍ଣା”।

ଯଦିଓ ତାଙ୍କ ୫୦ଟି କବିତାକୁ ନେଇ ସଂକଳିତ ‘ବ୍ଲାକ୍ କଫି’ରେ କୃଷ୍ଣା କବିତାଟି ନାହିଁ, ତଥାପି ତା ଭିତରେ ଯେଉଁ ଦରଦଭରା କବିତାମାନ ଛଳଛଳ ହେଉଛନ୍ତି ସେଥିରେ କୁହାଯାଇଛି, ସେ ସୀତା କି ଅହଲ୍ୟା ନୁହେଁ ତଥାପି ତା ଆଖି ଓ ଓଠରେ ଅୟୁତ ଯୁଗର ପ୍ରତୀକ୍ଷା। ପଢ଼ନ୍ତୁ ତାଙ୍କ କବିତାରୁ ଆଉକିଛି ଧାଡ଼ି…

ପ୍ରେମିକାର ଓଠ ଓ ଦେହରେ
ପ୍ରେମିକ ପାଳୁଛି ଉଷୁମ ପ୍ରେମର ମହୋତ୍ସବ।
କିନ୍ତୁ ମନେରଖ
କେବେ ନା କେବେ ତୋ ପାଇଁ ଶୁଭି ପାରେ
ମସ୍‌ଜିଦରେ ଗୋଟେ ସଚ୍ଚା ପ୍ରେମିକର ନମାଜ।

କବିତା ପଢ଼ିବାରେ ଋଚି ରଖୁଥିବା ରସିକ ପାଠକ ନିଶ୍ଚିତ ଭାବରେ ନିହାରଙ୍କ ଏହି ‘ବ୍ଲାକ୍‌ କଫି’ରୁ କେଇ ଚୁମକ ନେଲେ ଆନନ୍ଦ ଅନୁଭବ କରିବେ।

(ପୁସ୍ତକ ସମୀକ୍ଷା: ଜଗମୋହନ ମହାରଣା)



from Odisha Reporter http://bit.ly/2BI4HZ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages