ଶଳା- ଭିଣୋଇ ଯୋଡ଼ିଙ୍କ ଚୋରି କାରନାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ଶଳା- ଭିଣୋଇ ଯୋଡ଼ିଙ୍କ ଚୋରି କାରନାମା

ନୂଆଦିଲ୍ଲୀ: ଚୋରି କରି ଫେରାର୍‌ ହେବାକୁ ପ୍ରୟାସ କରୁଥିବା ଶଳା– ଭିଣୋଇ ଯୋଡ଼ିକୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ର କହିବା ଅନୁଯାୟୀ ଏହି ଯୋଡ଼ି ଗତ ୪ବର୍ଷ ହେବ ଚୋରିକରି ଆସୁଛନ୍ତି। ପୂର୍ବରୁ ଉଭୟ ଜେଲ୍‌ ଯାଇ ମଧ୍ୟ ଫେରିଛନ୍ତି।
 
ଏହି ଚୋର ଶଳା– ଭିଣୋଇ ଯୋଡ଼ି ଏଥିପାଇଁ ସ୍ୱତନ୍ତ୍ର ଯେ, ଏମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ମାତ୍ରେ ଅନ୍ୟ ଜଣେ ଆପେ ଆପେ ଆସି ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ଯାଆନ୍ତି।
 
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପଶ୍ଚିମ ଦିଲ୍ଲୀରେ ବାଇକ୍‌ ଚୋରି ମାମଲା ବଢ଼ିବାରେ ଲାଗିଥିଲା। ଏସବୁରେ ରୋକ୍‌ ଲଗାଇବା ପାଇଁ ପୁଲିସ୍‌ ରାତିରେ ପ୍ୟାଟ୍ରୋଲିଂ ଆରମ୍ଭ କରିଥିଲା। ଏହି ସମୟରେ ପୁଲିସ୍‌ ନଜରରେ ଆସିଥିଲେ ଶଳା– ଭିଣୋଇ ଯୋଡ଼ି ।
 
ଏହି ଦୁଇ ଜଣ ବିନା ନମ୍ବର ପ୍ଲେଟ୍‌ର ବାଇକ୍‌ରେ ଯାଉଥିଲେ। ପୁଲିସ୍‌ ଯେତେବେଳେ ଦୁହିଁଙ୍କୁ ଅଟକାଇବାକୁ ଚେଷ୍ଟା କଲା, ଦୁହେଁ ବାଇକ୍‌ରୁ ଓହ୍ଲାଇ ଦୌଡ଼ିବାରେ ଲାଗିଲେ। ସେତେବେଳେ ପୁଲିସ୍‌ କୌଶଳକ୍ରମେ ଦୁହିଁଙ୍କୁ ଧରିନେଇଥିଲା। ପଚରାଉଚରା କରିବାରୁ ଜଣାପଡ଼ିଲା ଯେ, ସେମାନେ ହରିଦାସ ନଗରରୁ ବାଇକ୍‌ ଚୋରି କରିବା ପରେ ତା’ର ନମ୍ବର ପ୍ଲେଟ୍‌ କାଢ଼ିଦେଇଥିଲେ ଓ ଗାଡ଼ି ନେଇ ଖସି ପଳାଉଥିଲେ।


from Odisha Reporter http://bit.ly/2DYGvTE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages