
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ମାସ ୨୬ତାରିଖରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା କ୍ଷୀଣ। ତେବେ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଶ୍ରୀ ଗାନ୍ଧି ଓଡ଼ିଶା ଆସିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏହାସହିତ ଦଳର ପ୍ରାର୍ଥୀ ଚୟନକୁ ନେଇ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ନିର୍ବାଚନରେ ଅସନ୍ତୁଷ୍ଟମାନେ ଦଳର କ୍ଷତି କରିପାରନ୍ତି ବୋଲି ନିରଞ୍ଜନ ଆଶଙ୍କା କରିଛନ୍ତି। ତେବେ ଯିଏ ବିଦ୍ରୋହ କରିବ ତା’ର ଜବାବ ଲୋକେ ଦେବେ ବୋଲି କହି ନିରଞ୍ଜନ ସେମାନଙ୍କୁ ସତର୍କ କରାଇବାକୁ ପ୍ରୟାସ କରିଛନ୍ତି। ଏବେ ସୁଦ୍ଧା ୧୧ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ କେନ୍ଦ୍ରୀୟ ସ୍କ୍ରିନିଂ କମିଟି କରିଛି। ଚଳିତମାସ ଶେଷ ସୁଦ୍ଧା ବାକି ଥିବା ୧୦ଟି ଲୋକସଭା ଓ ତତସଂଲଗ୍ନ ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହେବ। ତା’ପରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ଏହି ସମ୍ଭାବ୍ୟ ତାଲିକା ପଠାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାହୁଲ ୨୬ରେ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ଜୟପୁରରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା।
from Odisha Reporter http://bit.ly/2tr4apH
No comments:
Post a Comment