ଏପ୍ରିଲ୍‌ରେ ଆସିବ ‘ମାଇଁ ନେମ୍‌ ଇଜି ରାଗା’, ରିଲିଜ୍‌ ହେଲା ଟିଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଏପ୍ରିଲ୍‌ରେ ଆସିବ ‘ମାଇଁ ନେମ୍‌ ଇଜି ରାଗା’, ରିଲିଜ୍‌ ହେଲା ଟିଜର

rahul

ମୁମ୍ବାଇ: କିଛି ମାସ ପରେ ନିର୍ବାଚନ। ଆଉ ଏବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ବି ଗୋଟିଏ ପରେ ଗୋଟିଏ ପଲିଟିକାଲ୍‌ ଡ୍ରାମା ଫିଲ୍ମ ଆସୁଛି। ଗତ ମାସ ଜାନୁଆରୀରେ ରିଲିଜ୍‌ ହୋଇଥିଲା ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର’। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେଉଛି ଯେଉଁଥିରେ ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏବେ ପୁଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେଉଛି। ଯାହାର ନାଁ ରହିଛି ‘ମାଇଁ ନେମ୍‌ ଇଜି ରାଗା’।


ଏହି ଫିଲ୍ମର ଶୁଟିଂ ଏବେ ସରିବା ଉପରେ। ନିକଟକେ ଏହାର ଟିଜର ରିଲିଜ୍‌ ହୋଇଛି। ଯାହାର ଆରମ୍ଭ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାରୁ ହୋଇଛି। ସାମ୍ବାଦିକରୁ ନିର୍ଦ୍ଦେଶର ହୋଇଥିବା ରୁପେଶ୍‌ ପଲ୍‌ ଏହାର ସ୍କ୍ରିପ୍ଟ ଲେଖିଛନ୍ତି। ଏହି ଫିଲ୍ମରେ ରାହୁଲ୍‌ଙ୍କ ପିଲାଦିନରୁ ବର୍ତ୍ତମାନର ପଲିଟିକାଲ୍ ବିବାଦ ସବୁକିଛି ଦେଖାଯାଇଥିବା ରୁପେଶ୍‌ କହିଛନ୍ତି।
ତାଙ୍କ ମତରେ- “ଏହି ଫିଲ୍ମ ମୁଁ ରାହୁଲ୍‌ଙ୍କୁ ପ୍ରମୋଟ୍‌ କରିବା ପାଇଁ କରିନାହିଁ। ଏହାର କୌଣସି ରାଜନୈତିକ ଦଳ ସହ ମଧ୍ୟ ସମ୍ପର୍କ ନାହିଁ, ବରଂ ଏହି କାହାଣୀ ସେହି ବ୍ୟକ୍ତିଙ୍କର ଯାହାକୁ ଚାରିଆଡୁ ଆଘାତ କରାଯାଇଛି।”



from Odisha Reporter http://bit.ly/2BuHKbF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages