ମଦ୍ୟପାନ କରୁଛନ୍ତି କି, ଖରାପ ହୋଇଯିବ ଆପଣଙ୍କ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ମଦ୍ୟପାନ କରୁଛନ୍ତି କି, ଖରାପ ହୋଇଯିବ ଆପଣଙ୍କ…

wine

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଖରାପ। ମଦ ସାମାନ୍ୟ ମାତ୍ରା ଗ୍ରହଣ କରିବା ସୁସ୍ଥ ଜୀବନଶୈଳୀ ପାଇଁ ଠିକ୍‌ ହୋଇଥାଇପାରେ ବୋଲି କୁହାଯାଏ, କିନ୍ତୁ କେତେକ ଲୋକେ ଖୁବ୍‌ ଅଧିକ ମାତ୍ରାରେ ମଦ୍ୟପାନ କରିଥାନ୍ତି। ଯାହାଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ସେମାନଙ୍କୁ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ମଦ୍ୟପାନ କରିବା ଦ୍ୱାରା କେବଳ ଶରୀର ନୁହେଁ ଦାନ୍ତକୁ ମଧ୍ୟ ଖୁବ୍‌ କ୍ଷତି ପହଞ୍ଚିଥାଏ। ତେବେ ଚାଲନ୍ତୁ ଜାଣିବା ମଦ୍ୟପାନ କରିବା ଦ୍ୱାରା ଦାନ୍ତ କିପରି ଖରାପ ହୋଇଥାଏ।

ଯେଉଁ ଲୋକେ ମାତ୍ରାଧିକ ମଦ୍ୟପାନ କରନ୍ତି, ସେମାନଙ୍କ ଦାନ୍ତରେ ପ୍ଲାକ୍‌ର ଏକ ମୋଟା ପରସ୍ତ ଜମା ହୋଇଯାଏ। ଯାହାଫଳରେ ଦାନ୍ତ ନଷ୍ଟ ହେବା ସହ ଦାନ୍ତ ରୋଗଗ ଆଶଙ୍କା ସୃଷ୍ଟି ହୋଇଥାଏ। ସାଧାରଣତଃ ହାର୍ଡ ଆଲକୋହଲକୁ ସୋଡ଼ା ସହିତ ମିଶାଇ ଦିଆଯାଏ। ଆଉ ଏଥିରେ ସୁଗାର ମାତ୍ରା ଖୁବ୍‌ ଅଧିକ ମାତ୍ରାରେ ରହିଥାଏ। ଯାହାଫଳରେ ଦାନ୍ତ ଖରାପ ହୋଇଯାଇଥାଏ।

ପାଟି ଶୁଖିଯାଏ: ଅଧିକ ମଦ୍ୟପାନ କରିବା ଦ୍ୱାରା ଶରୀର ଡିହାଇଡ୍ରେଟ୍‌ ହୋଇଯାଏ। ଯେଉଁଥିପାଇଁ ପାଟିରେ ଖୁବ୍‌ କମ୍‌ ଲାଳ ସୃଷ୍ଟି ହୋଇଥାଏ। ତେଣୁ ପାଟି ଭିତର ଶୀଘ୍ର ଶୁଷ୍କ ହୋଇଯାଏ। ଲାଳ ସୃଷ୍ଟି ହେବା ବହୁତ ଆବଶ୍ୟକ। କାରଣ ଏହା ପାଟିରେ ଥିବା ସମସ୍ତ ବ୍ୟାକ୍ଟେରିଆକୁ ମୂଳରୁ ନଷ୍ଟ କରିଦିଏ ଓ ଦାନ୍ତରେ ଜମିଥିବା ପ୍ଲକ ପରସ୍ତକୁ ହଟାଇ ଦେଇଥାଏ।

ଦାନ୍ତରେ ଦାଗ ହୋଇଥାଏ: ଆଲ୍‌କୋହଲରୁ କ୍ରୋମୋଜେନ୍ସ୍‌ ରଙ୍ଗ ମିଳିଥାଏ। ଆଉ ଏହି ରଙ୍ଗ ଏନାମେଲରେ ମିଶି ଯାଇଥାଏ। କିନ୍ତୁ ଆଲକହଲରେ ଥିବା ଏସିଡ୍‌ କାରଣରୁ ଦାନ୍ତରେ ଦାଗ ପଡ଼ିଯାଏ। କେବଳ ହାର୍ଡ ଡ୍ରିଙ୍କ୍‌ ହିଁ ନୁହେଁ, ବିଅରରେ ମଧ୍ୟ ଏସିଡ୍‌ ରହିଛି। ଏଥିପାଇଁ ମଧ୍ୟ ଦାନ୍ତ ଦାଗ ହେବା ସହ ଦାନ୍ତ ମାଢି ଖରାପ କରିଦେଇଥାଏ।

ପ୍ରତିକାର- ଅନେକ ଲୋକ ମଦ୍ୟପାନ କରିବା ପରେ ବ୍ରଶ୍‌ କରନ୍ତି ନାହିଁ। ଏଥିପାଇଁ ଆଲକହଲରେ ଥିବା ସୁଗାର ରାତି ସାରା ଦାନ୍ତରେ ଲାଗି ରହିଥାଏ। ଯାହା ଦାନ୍ତ ପାଇଁ ଖୁବ୍‌ କ୍ଷତିକାରକ। ସେଥିପାଇଁ ମଦ୍ୟପାନ କରିବା ପରେ ମାତ୍ରାଧିକ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଶରୀରରେ ପାଣିର ଅଭାବ ରହି ନ ଥାଏ। ତେବେ ମଦ୍ୟପାନ ଆଦୌ ନ କରିବା ଶରୀର ପାଇଁ ଖୁବ୍‌ ହିତକର। ଏହା ମଧ୍ୟ ଜାଣି ରଖନ୍ତୁ।



from Odisha Reporter http://bit.ly/2tgvQOe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages