ବୋର୍ଫସ ମାମଲା: ସିବିଆଇ ଖୋଜୁଥିବା ଓଡ଼ିଆ ଅଧିକାରୀଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ବୋର୍ଫସ ମାମଲା: ସିବିଆଇ ଖୋଜୁଥିବା ଓଡ଼ିଆ ଅଧିକାରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବୋର୍ଫସ ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ସିବିଆଇ ଖୋଜୁଥିବା ମଧ୍ୟପ୍ରଦେଶ ଜବଲପୁର ଗନ୍‌ କ୍ୟାରେଜ୍‌ ଫ୍ୟାକ୍ଟ୍ରୀ(ଜିସିଏଫ୍‌)ର ଜୁନିୟର ୱାର୍କସ ମ୍ୟାନେଜର ତଥା ଜଗସିଂହପୁରର ସାରଦା ଚନ୍ଦ୍ର ଖଟୁଆଙ୍କୁ ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସେ ଜିସିଏଫ୍‌ର ଜବଲପୁର ଅଫିସରେ କାମ କରୁଥିଲେ। ତେବେ ଜାନୁଆରୀ ୧୭ ତାରିଖରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ଗତକାଲି ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଶବବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଜବଲପୁର ଏସ୍ପି ଅମିତ ସିଂହ କହିଛନ୍ତି,“ସାରଦାଙ୍କ ମୁଣ୍ଡରେ ତୀକ୍ଷ୍ଣ ଅସ୍ତ୍ରରେ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେଣୁ ଆମେ ହତ୍ୟା ମାମଲା ରୁଜୁ କରିବୁ।”

ସେନା ପାଇଁ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ବୋର୍ଫସ ବନ୍ଧୁକ ନିର୍ମାଣ ହେଉଥିଲା। ତେବେ ଏଥିରେ ଚୀନ୍‌ର ନକଲି ଉପକରଣ ବ୍ୟବହାର ହେଉଥିବା ଅଭିଯୋଗ ହେବା ପରେ ସିବିଆଇ ଏହାର ଖୋଳତାଡ଼ କରିଥିଲା। ଏଥିପାଇଁ ଶ୍ରୀ ଖଟୁଆଙ୍କୁ ମଧ୍ୟ ନୋଟିସ୍ ହୋଇଥିଲା। ୨୦୧୭ ଜୁନ୍‌ରେ ସିବିଆଇ ଦିଲ୍ଲୀର ଏକ କମ୍ପାନୀ ଓ ଜବଲପୁରର ଜିସିଏଫ୍‌ର କିଛି କର୍ମଚାରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲା।

‘ମେଡ୍ ଇନ୍ ଜର୍ମାନୀ’ ନାଁରେ କିଛି ନକଲି ଚୀନ୍ ଉପକରଣ ବୋର୍ଫସ ବନ୍ଧୁକ ଓ ବୋଫୋର୍ସର ଦେଶୀ ସଂସ୍କରଣ ଧନୁଷ୍ ତୋପ ନିର୍ମାଣ ପାଇଁ ଜିସିଏଫ୍‌କୁ ଯୋଗାଣ ହୋଇଥିଲା। ଜାନୁଆରୀ ୧୦ରେ ଶ୍ରୀ ଖଟୁଆଙ୍କୁ ୪ ଜଣ ସିବିଆଇ ଅଧିକାରୀ ଜେରା ମଧ୍ୟ କରିଥିଲେ।

ଜଗତସିଂହପୁର କୋକିଳପୁର ଗାଁର ସାରଦା ଚରଣ ଖଟୁଆ ଜବଲପୁରରେ ଥିବା ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ ଜୁନିୟର ଓ୍ୱର୍କସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ଜାନୁଆରୀ ୧୭ ତାରିଖରେ ସେ ଅଫିସ ଯାଇ ଆଉ ଘରକୁ ଫେରିନଥିଲେ। ପରେ ତାଙ୍କ ଫୋନ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହା ପରେ ସାରଦାଙ୍କ ପରିବାର ପକ୍ଷରୁ ଜବଲପୁରର ଘମାପୁର ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା।

ଶେଷରେ ଫ୍ୟାକ୍ଟ୍ରୀ ନିକଟବର୍ତ୍ତୀ ଏକ ନିର୍ଜନ ସ୍ଥାନରେ ପାର୍କ ହୋଇଥିବା ଏକ କାର୍ ମଧ୍ୟରୁ ତାଙ୍କର ମୃତଦେହ ମିଳିଥିଲା। କାର ଭିତରୁ ରକ୍ତ ଲାଗିଥିବା ଏକ ବ୍ଲେଡ୍ ମିଳିଥିବାରୁ ଖଟୁଆାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି।

ସାରଦାଙ୍କ ଭାଇ ରଞ୍ଜନ କହିଛନ୍ତି,“ଦେଶଦ୍ରୋହୀମାନେ ମୋ ଭାଇଙ୍କୁ ହତ୍ୟା କରିଛନ୍ତି। ସେ ସିବିଆଇକୁ ତଦନ୍ତରେ ସହଯୋଗ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଦେଇଥାଆନ୍ତେ। ଏହି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିମାନେ ମୋ ଭାଇଙ୍କୁ ଅପହରଣ କରିବା ସହ ତାଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କୁ ଦଣ୍ଡ ମିଳିବା ଦରକାର।”

ଶେଷଥର ପାଇଁ ଶ୍ରୀ ଖଟୁଆକୁ ଜାନୁଆରୀ ୧୭ ରାତି ୮.୫୪ରେ ଦେଖିବାକୁ ମିଳିଥିଲା। ଏକ ଟ୍ରାଫିକ କ୍ୟାମେରାରୁ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା। ସେହିଦିନ ରାତିରେ ହିଁ ତାଙ୍କ ପତ୍ନୀ ଶ୍ରୀ ଖଟୁଆଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।



from Odisha Reporter http://bit.ly/2GwgVax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages