ଆୟକର ରିଟର୍ଣ୍ଣ ଫାଇଲିଂରେ ପାନ୍ ଆଧାର ଲିଙ୍କ୍ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 6, 2019

ଆୟକର ରିଟର୍ଣ୍ଣ ଫାଇଲିଂରେ ପାନ୍ ଆଧାର ଲିଙ୍କ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ(ଓଡ଼ିଶା ରିପୋରର୍ଟ): ଆୟକର ରିଟର୍ନ ଫାଇଲ କରିବା ପାଇଁ ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର(ପାନ୍) ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ବିଚାରପତି ଏ.କେ. ଶିକ୍ରୀ ଏବଂ ଏସ୍‌.ଏ. ନାଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ପାନ୍‌ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇ ସାରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଏକ ରାୟ ବିପକ୍ଷରେ ହୋଇଥିବା ଏକ ଆବେଦନର ଶୁଣାଣୀ କରି  ବିଚାରପତି ଏହା କହିଛନ୍ତି।
ସୂଚନା ଅନୁସାରେ ଶ୍ରେୟା ସେନ୍‌ ଏବଂ ଜୟଶ୍ରୀ ନାମକ ଦୁଇ ଟିକସଦାତାଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିନା ଆଧାର ପାନ୍‌ ସଂଯୋଗରେ ରିଟର୍ନ ଫାଇଲିଂ ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା।



from Odisha Reporter http://bit.ly/2Swnz6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages