ବନ୍ଦ କୋଠରୀ ଭିତରକୁ ବାବା ଡାକିଲେ ! ‘କମ୍ପ୍ରମାଇଜ୍‌’ କରିବାକୁ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ବନ୍ଦ କୋଠରୀ ଭିତରକୁ ବାବା ଡାକିଲେ ! ‘କମ୍ପ୍ରମାଇଜ୍‌’ କରିବାକୁ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁଧୁରୁ ନାହାନ୍ତିଁ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର। ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲ୍‌ ଯାଇ ବାହାରିବା ପରେ ପୁଣି ଫସିଛନ୍ତି ସେହି ଫାନ୍ଦରେ। ନିର୍ବନ୍ଧ ସରିଥିବା ଜଣେ ଯୁବତୀଙ୍କୁ ବିଳମ୍ୱିତ ରାତିରେ ତ୍ରାହି ଅଚ୍ୟୁତ ଆଶ୍ରମରେ ଥିବା ନିଜ କୋଠରୀକୁ ଡାକି ବାବା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବାଲିପାଟଣା ତ୍ରାହିଅଚ୍ୟୁତ ନଗରର ଜଣେ ବାସିନ୍ଦାଙ୍କର ବିବାହ ପ୍ରସ୍ତାବ ପଡ଼ିଥିଲା। ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ପରେ ଭାଵୀ ସ୍ୱାମୀଙ୍କ ସହିତ ଯୁବତୀ ଜଣକ ଗଞ୍ଜାମରୁ ଆସି ତ୍ରାହି ଅଚ୍ୟୁତ ନଗରର ଏକ ଭଡ଼ା ଘରେ ରହୁଥିଲେ।

ଗତ ୨୪ ତାରିଖ ରାତି ପ୍ରାୟ ସାଢ଼େ ୩ଟା ବେଳେ ପୂଜାର ବାହାନା କରି ଯୁବତୀଙ୍କୁ ତାଙ୍କ ଭାଵୀ ସ୍ୱାମୀ ଓ ଶାଶୁ ତ୍ରାହି ଅଚ୍ୟୁତ ଆଶ୍ରମକୁ ନେଇଯାଇଥିଲେ। ଅନ୍ଧାର କୋଠରୀ ଭିତରେ ବାବା ଏକୁଟିଆ ବସିଥିଲେ। ଯୁବତୀ ଜଣକ କୋଠରୀ ଭିତରକୁ ଗଲା ପରେ ବାବା ତାଙ୍କୁ କମ୍ପ୍ରମାଇଜ୍ କରିବାକୁ କହିଥିଲେ। ଏପରିକି ତାଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଯୁବତୀ ଜଣକ ଚିତ୍କାର କରିବାରୁ ସେ ଭୟରେ ଯୁବତୀଙ୍କୁ ଛାଡ଼ି ଦେଇଥିଲେ।

ଅପରପକ୍ଷେ ସୁରବାବାଙ୍କ କଥା ନମାନିବାରୁ ସଂପୃକ୍ତ ଯୁବତୀଙ୍କୁ ତାଙ୍କ ଭାବୀ ସ୍ୱାମୀ ମାରପିଟ୍ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ।

ପୀଡ଼ିତା ଗତ ୩ ତାରିଖରେ ଏନେଇ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ କମିଶନରେଟ୍‌ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ଜୋନ୍‌-୪ ଏସି୍ପିଙ୍କ ନେତୃତ୍ୱରେ ଏକ ଟିମ୍‌ ତ୍ରାହି ଅଚ୍ୟୁତ ଆଶ୍ରମରେ ଚଢ଼ଉ କରିଛି। ସୁର ବାବାଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର। ବାବାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍‌ କରାଯିବା ସହ ୫ ଦିନ ଭିତରେ ବାଲିପାଟଣା ଥାନାରେ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି। ସେହିପରି ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

୨୦୧୫ରେ ସୁର ବାବାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଆଶ୍ରମ ପରିସରରେ ଘଟିଥିଲା ତୁମୂଳକାଣ୍ଡ। ସେହିପରି ଜମିହଡ଼ପ୍‌ ସହ ଅନ୍ୟାନ୍ୟ ୬ଟି ମାମଲାରେ ପୁଲିସ ସୁରବାବାଙ୍କ ସମେତ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। କ୍ରାଇମବ୍ରାଞ୍ଚ ଏସବୁ ମାମଲାର ତଦନ୍ତ କରୁଥିବା ବେଳେ ଜେଲ୍‌ରୁ ଫେରିବା ପରେ ପୁଣି ଆସର ଜମାଇଥିଲେ ବାବା। ସେ ଏବେ ପୁଣି ନୂଆ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି।



from Odisha Reporter http://bit.ly/2In4ss0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages