ପୁଲୱାମା ହମ୍‌ଲାର ବଦଲା: ୩ ଆତଙ୍କୀ ସଫା, ୫ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ପୁଲୱାମା ହମ୍‌ଲାର ବଦଲା: ୩ ଆତଙ୍କୀ ସଫା, ୫ ଯବାନ ସହିଦ

ନୂଆଦିଲ୍ଲୀ/ ଶ୍ରୀନଗର: ଦୀର୍ଘ ୧୮ ଘଣ୍ଟାର ଘମାଘୋଟ ଲଢ଼େଇ ଓ ଗୁଳି ବିନିମୟ ପରେ ଶେଷରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଭାରତୀୟ ସେନା। ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଲୱାମା ଆତଙ୍କବାଦୀ ହମ୍‌ଲାର ମାଷ୍ଟରମାଇଣ୍ଡ ତଥା ଜୈଶ ଇ-ମହମ୍ମଦର ଟପ୍‌ କମାଣ୍ଡର କମ୍ରାନ୍‌ ଓରଫ୍‌ ଗାଜି ରଶିଦ ନିହତ ହୋଇଛି।

କମ୍ରାନ୍‌ ସହ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି। ହେଲେ ଅପରେଶନ ଗାଜି ପାଇଁ ଭାରତୀୟ ସେନାକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ସମୟରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମେଜର ମଧ୍ୟ ରହିଛନ୍ତି। ସେହିପରି ଏହି ଏନ୍‌କାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଗତ ଗୁରୁବାର ଠାରୁ ଆଜି ମଧ୍ୟରେ ଆତଙ୍କବାଦୀଙ୍କ ହମ୍‌ଲାରେ ୪୬ ଜଣ ଯବାନ ସହିଦ ହେଲେଣି। ଗୁରୁବାର ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ଶନିବାର ଜଣେ ମେଜର ଆଇଇଡି ଡିଫ୍ୟୁଜ କରୁଥିବା ବେଳେ ନୌଶେରାରେ ସହିଦ ହୋଇଥିଲେ। ଆଜି ପୁଣି ୫ ଜଣ ଯବାନ ସହିଦ ହୋଇଛନ୍ତି। ଅର୍ଥାତ ୪୬ ବୀର ଯବାନଙ୍କ ବଳିଦାନ ବଦଳରେ ଭାରତ କେବଳ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ନେବାକୁ ସକ୍ଷମ ହୋଇଛି।

ଗତ ଗୁରୁବାର ପୁଲୱାମାରେ ସିଆରପିଏଫ୍‌ ଯବାନଙ୍କ କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ବଳିଦାନର ବଦଲା ନେବାକୁ ଗତକାଲି ରାତିରେ ସେନାକୁ ସୁଯୋଗ ମିଳିଥିଲା। ଆକ୍ରମଣସ୍ଥଳଠାରୁ ମାତ୍ର ୧୦ କିମି ଦୂର ପିଙ୍ଗଲାନ୍‌ ଗାଁର ଏକ ଘରେ କମ୍ରାନ ଓ ତା’ର ସହଯୋଗୀମାନେ ଲୁଚିଥିବାର ଖବର ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍‌ ‘କମ୍ରାନ୍‌’। ଏହି ଅପରେଶନରେ ସାମିଲ ହୋଇଥିଲେ ୫୫ ରାଷ୍ଟ୍ରୀୟ ରାଇଫଲ, ଜମ୍ମୁ-କଶ୍ମୀର ପୁଲିସ୍‌ର ସ୍ୱତନ୍ତ୍ର କମାଣ୍ଡୋ ଓ ସିଆରପିଏଫ୍‌ ଯବାନ।

ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ ଜୈଶର ଟପ୍‌ ଅପରେଶନାଲ କମାଣ୍ଡର କମ୍ରାନ୍‌ ଆରମ୍ଭ କରିଥିଲା ଗୁଳିମାଡ଼। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ତେବେ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ ଝଟ୍‌କା ଲାଗିଥିଲା। କମ୍ରାନ୍‌ ଆଣ୍ଡ କୋଙ୍କ ଗୁଳିମାଡ଼ରେ ମେଜର ଭିଏସ୍‌ ଡୌଣ୍ଡିଆଲ, ହାବିଲଦାର ଶେବ ରାମ, ସିପାହୀ ହରି ସିଂହ ଓ ସିପାହୀ ଅଜୟ କୁମାର ସହିଦ ହୋଇଯାଇଥିଲେ। ଏଥିରେ ଜଣେ ହେଡ କନଷ୍ଟେବଲ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ ଏହାର ଜବାବ ଦେବାକୁ କର୍ଡନକୁ ଆହୁରି ବଡ଼ କରାଯାଇ ଗୁଳିମାଡ଼ କରାଯାଇଥିଲା।

ଏହି ସମୟରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରର ସବୁଠାରୁ ନିର୍ଭରଯୋଗ୍ୟ ସହଯୋଗୀ କୁହାଯାଉଥିବା କମ୍ରାନ ଓ ତା’ ସହଯୋଗୀ ହିଲାଲ ଅହମ୍ମଦ ନିହତ ହୋଇଥିଲେ। ଏହି ଦୁଇ ଜଣଙ୍କୁ ମାରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେମାନେ ଲୁଚିଥିବା ବିଲ୍ଡିଂକୁ ବିସ୍ଫୋରଣରେ ଉଡ଼ାଇବାକୁ ପଡ଼ିଥିଲା। କମ୍ରାନ୍‌ ପାକିସ୍ତାନ ନାଗରିକ ହୋଇଥିବା ବେଳେ ହିଲାଲ ହେଉଛି ସ୍ଥାନୀୟ ଆତଙ୍କବାଦୀ।

ତେବେ ଏତିକିରେ ସରି ନଥିଲା ଗୁଳି ବିନିମୟ। ସର୍ଚ୍ଚ ଅପରେସନ୍‌ ବେଳେ ଲୁଚି ରହିଥିବା ଜଣେ ମାତ୍ର ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜଣେ ବ୍ରିଗେଡିୟର ଓ ସାଉଥ୍ କଶ୍ମୀର ଡିଆଇଜି ଅମିତ କୁମାରଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳକୁ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ।

ଲାଉଡସ୍ପିକର ଲଗାଇ ପୁଲିସ୍‌ ପକ୍ଷରୁ ପଥର ଫିଙ୍ଗାଳିଙ୍କୁ ଚାଲିଯିବାକୁ ଅନୁରୋଧ କରାଯାଇଥିଲା। ତେବେ ସେମାନେ ଏହାକୁ ଖାତିର କରି ନଥିଲେ। ଫଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏମାନଙ୍କୁ ଘଉଡ଼ାଇବାକୁ ଫାଙ୍କା ଗୁଳିଚାଳନା ଓ ଟିୟର ଗ୍ୟାସ ମାଡ଼ କରିବାକୁ ପଡ଼ିଥିଲା। ଗୋଟିଏ ପଟେ ଆତଙ୍କବାଦୀଙ୍କ ଗୁଳି ଓ ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଟେକାପଥର ମାଡ଼କୁ ଖାତିର ନ କରି ଯବାନମାନେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ। ବେଶ ଦୃଢ଼ତାର ସହ ସେମାନେ ଆତଙ୍କବାଦୀଙ୍କ ଗୁଳିର ମୁକାବିଲା କରି ବିଳମ୍ବିତ ସନ୍ଧ୍ୟାରେ ସେଠାରେ ଲୁଚି ରହିଥିବା ତୃତୀୟ ଆତଙ୍କୀଙ୍କୁ ମଧ୍ୟ ନିପାତ କରିଥିଲେ। ତେବେ ଏହି ସମୟରେ ଜମ୍ମୁ ପୁଲିସ୍‌ର ଜଣେ ହେଡ କନଷ୍ଟେବଲ ସହିଦ ହୋଇଯାଇଥିଲେ।

ନିହତ ୩ ଆତଙ୍କବାଦୀ ଜୈଶ ସଂଗଠନର ବୋଲି ସେନା ପକ୍ଷରୁ କୁହାଯାଇଛି। ଗୋଟିଏ ମୃତଦେହ କମ୍ରାନର ହୋଇଥିବା ବେଳେ ଅନ୍ୟଟି ହିଲାଲର। ତେବେ ୩ୟ ଆତଙ୍କବାଦୀର ପରିଚୟ ଏଯାଏ ସ୍ପଷ୍ଟ ହୋଇନାହିଁ। ଏମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ -୪୭ ବନ୍ଧୁକ ଜବତ ହୋଇଛି।



from Odisha Reporter http://bit.ly/2TS9nm4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages