
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସତର୍କ ସୂଚନା ଜାରି ହୋଇଛି। ଆଜି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଗୁଇନ୍ଦା ବିଭାଗ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ନେଇ ସୁରକ୍ଷା ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।
ରାଜ୍ୟର ସବୁ ଜିଲ୍ଲାର ଏସ୍ଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ବନ୍ଦର, ଏୟାରପୋର୍ଟ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟ ସମସ୍ତ ବଡ଼ ବଡ଼ ପ୍ରତିଷ୍ଠାନକୁ ସ୍ଵତନ୍ତ ଧ୍ୟାନ ଦେବାକୁ କୁହାଯାଇଛି।
ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ପାକିସ୍ତାନ କବ୍ଜାରେ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଅନ୍ତର୍ଜାତୀୟ ସ୍ତରରେ କୁଟନୈତିକ ଚାପ ପକାଇଥିଲା। ଶେଷରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ ରାଜି ହୋଇଛି। ଆସନ୍ତାକାଲି ତାଙ୍କୁ ଛଡ଼ାଯିବ ବୋଲି ପାକିସ୍ତାନ ପାର୍ଲାମେଣ୍ଟ୍ରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଛନ୍ତି।
ଏହା ପୂର୍ବରୁ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମୁକ୍ତି ନେଇ କୌଣସି ସର୍ତ୍ତକୁ ଗ୍ରହଣ କରିବ ନାହିଁ ବୋଲି ଭାରତ ରୋକଠୋକ୍ ଶୁଣାଇ ଦେଇଥିଲା। ପାଇଲଟ୍ ତୁରନ୍ତ ସୁରକ୍ଷିତ ଫେରିବା ଭାରତ ଚାହେଁ ବୋଲି ନୂଆଦିଲ୍ଲୀ କହିଥିଲା। ଭାରତୀୟ ପାଇଲଟଙ୍କୁ ଛାଡ଼ିବା ଦ୍ୱାରା ଯଦି ଉତ୍ତେଜନା ହ୍ରାସ ପାଇବ, ତେବେ ପାକିସ୍ତାନ ଖୋଲା ହୃଦୟରେ ତା’ ଉପରେ ବିଚାର କରିବ ବୋଲି ପୂର୍ବରୁ ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି କହିଥିଲେ।
from Odisha Reporter https://ift.tt/2tQU55X
No comments:
Post a Comment