ସହିଦ୍‌ଙ୍କ ସଂପର୍କୀୟଙ୍କୁ ବିଧାୟକଙ୍କ ଧକ୍କା ମାରିବା ଘଟଣାକୁ ନିନ୍ଦା: କିଏ କ’ଣ କହିଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ସହିଦ୍‌ଙ୍କ ସଂପର୍କୀୟଙ୍କୁ ବିଧାୟକଙ୍କ ଧକ୍କା ମାରିବା ଘଟଣାକୁ ନିନ୍ଦା: କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି କଟକ ଜିଲ୍ଲା ନିଆଳିର ମନୋଜ ବେହେରା। ଶେଷକୃତ୍ୟ ସମୟରେ ସହିଦ ମନୋଜଙ୍କ ପାର୍ଥିବ ଶରୀର ନିକଟରେ ଠିଆ ହୋଇଥିଲେ ତାଙ୍କ ଦାଦା। ଏହି ସମୟରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଟାଣି ଆଣି ଧକ୍କା ମାରିଥିଲେ। ଫଳରେ ପୁତୁରା କଫିନ୍‌ ପାଖରେ ପଡ଼ି ଯାଇଥିଲେ ଦାଦା। ଏ ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବାପରେ ବିଜେଡି ବିଧାୟକଙ୍କ ଏପରି ଦାଦାଗିରିକୁ ବିଭିନ୍ନ ମହଲରେ ନିନ୍ଦା ଓ ସମାଲୋଚନା କରାଯାଉଛି।

ଏ ପ୍ରସଙ୍ଗରେ ବିଜେଡିକୁ ଦେଶଦ୍ରୋହୀ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“ବିଜେଡି ଦେଶଦ୍ରୋହୀ ଦଳ। ଆଉ ଏହି ଦଳର ମୁଖ୍ୟ ଦେଶଦ୍ରୋହୀ। ବିଧାୟକଙ୍କ ଆଚରଣ ଅତ୍ୟନ୍ତ ଘୃଣ୍ୟ ଓ ଅଶୋଭନୀୟ। ଏଭଳି ବିଧାୟକଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। ସରକାରଙ୍କର ଟିକେ ଅନୁତାପ ଥିଲେ, ତାଙ୍କୁ ତୁରନ୍ତ ଗିରଫ କରନ୍ତୁ।”

ସହିଦ୍‌ଙ୍କ ପ୍ରତି ଶାସକ ଦଳର ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ। ସେ କହିଛନ୍ତି- “ଏହା ବିଜେଡି ନେତାଙ୍କ ସଂସ୍କାରକୁ ଦର୍ଶାଉଛି। ବିଧାୟକଙ୍କ ଆଚରଣ ପାଇଁ ଦଳପତି କ୍ଷମା ମାଗିବା ଦରକାର। ଦେବାଶିଷଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବା ଦରକାର।’’

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏହାକୁ ଅତି ଅସୌଜନ୍ୟମୂଳକ ବ୍ୟବହାର ବୋଲି ଦର୍ଶାଇ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟରରେ ସେ ଲେଖିଛନ୍ତି- “ଯେଉଁ ଆଦର୍ଶରେ ବିଜେଡି ତିଆରି ହୋଇଥିଲା, ଏହା ତାହା ନୁହେଁ। ଏଭଳି ଦଳକୁ ତ୍ୟାଗ କରିଥିବାରୁ ମୁଁ ବହୁତ ଖୁସି। ସହିଦଙ୍କ ସଂପର୍କୀୟଙ୍କୁ ଖୋଲାଖୋଲି ଅସମ୍ମାନ କରୁଥିବା ଦଳ ସହ ମୁଁ ନାହିଁ।”



from Odisha Reporter http://bit.ly/2BJSWBc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages