ସିନ୍ଦୂର ପୋଛିଦେଲା ପୁଲୱାମା ଟ୍ରାଜେଡି: ପ୍ରଥମେ ଆସିଥିଲା ସ୍ୱାମୀଙ୍କ ଫୋନ୍‌, ଆଉ ତା’ ପର କଲ୍ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ସିନ୍ଦୂର ପୋଛିଦେଲା ପୁଲୱାମା ଟ୍ରାଜେଡି: ପ୍ରଥମେ ଆସିଥିଲା ସ୍ୱାମୀଙ୍କ ଫୋନ୍‌, ଆଉ ତା’ ପର କଲ୍ …

କୋଳକାତା: ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଘଟଣାକୁ ୫ ଦିନ ବିତିଗଲାଣି। ହେଲେ ଏବେବି ସେହି ଦୁଃଖଦ ଘଟଣା ଲୋକଙ୍କ ମନରେ ତାଜା ହୋଇ ରହିଛି। ଏହି ଭୟଙ୍କର ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି। ଦେଶ ପାଇଁ ସେବା କରୁକରୁ ପ୍ରାଣବଳି ଦେଇଥିବା ଯବାନଙ୍କ ବୀରତା ଓ ସାହସକୁ ସାରାଦେଶ ସଲାମ କରୁଛି। ଏହି ଆକ୍ରମଣରେ କେଉଁ ବୁଢ଼ା ବାପା ତାଙ୍କର ଭେଣ୍ଡିଆ ପୁଅକୁ ହରାଇ ଝୁରୁଛନ୍ତି ତ’ ପୁଣି ଆଉ କିଏ ତାଙ୍କର ଶଙ୍ଖା ସିନ୍ଦୂର ହରାଇ ବାହୁନି ବାହୁନି କାନ୍ଦୁଛନ୍ତି। ଝୁରୁଛି ସହିଦଙ୍କ ଜନ୍ମମାଟି। ଝୁରୁଛନ୍ତି ଏ ଦେଶବାସୀ।

ତେବେ ଆଜି ଅମେ ଜଣେ ସହିଦଙ୍କ ପରିବାର ବିଷୟରେ ଏମିତି ଏକ କାହାଣୀ କହିବୁ ଯାହା ଆପଣଙ୍କ ଆଖିକୁ ଲୁହ ଆଣିଦେବ। ଆମେ କହୁଛୁ ସହିଦ୍‌ ସିଆପିଏଫ ଯବାନ ବବଲୁ ସନ୍ତ୍ରାଙ୍କ ପତ୍ନୀଙ୍କ କଥା। ଯାହାଙ୍କ ପାଖକୁ ଆସିଥିବା ଦୁଇଟି ଫୋନ୍‌ କଲ ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ। ଗୋଟିଏରେ ଥିଲା ଜୀବନର ବାର୍ତ୍ତା ଓ ଆଉ ଗୋଟିଏରେ ମୃତ୍ୟୁର ଖବର। ସେଦିନ ଏମିତି ଥିଲା ଘଟଣା।

ଫେବୃଆରୀ ୧୪। ସାଥୀ ସିଆରପିଏଫ୍‌ ଯବାନଙ୍କ ସହ ନିଜ କର୍ମକ୍ଷେତ୍ରକୁ ବାହାରିଥିଲେ ପଶ୍ଚିମ ବଙ୍ଗର ବବଲୁ ସନ୍ତ୍ରା। ଆଉ ଯାତ୍ରା ପୂର୍ବ ନିଜ ପତ୍ନୀଙ୍କୁ ମୀତାଙ୍କୁ ଫୋନ୍‌ କରିଥିଲେ। ହାୱଡ଼ା ଜିଲ୍ଲାର ବୋରିୟାର ୩୮ ବର୍ଷୀୟ ସିଆରପିଏଫ୍‌ ହେଡ୍‌ କନେଷ୍ଟବଳ ଗୁରୁବାର ଦିନ ସକାଳେ ପତ୍ନୀ ମୀତାଙ୍କୁ କହିଥିଲେ ସେ ପୁରା ଟ୍ରୁପ୍ ସହ ଶ୍ରୀନଗର ଯାଉଛନ୍ତି। ଏହାପରେ ସେ ବଙ୍ଗଳା ଭାଷାରେ ‘ରାଖଛି’ କହି ଫୋନ୍‌ କଲ୍‌ କାଟିଦେଇଥିଲେ। ଏହାପରେ ମୀତାଙ୍କ ଫୋନକୁ ପରବର୍ତ୍ତୀ କଲ୍‌ ଶୁକ୍ରବାର ସକାଳେ ଆସିଲା। ଏଥର କିନ୍ତୁ ବବଲୁ ନୁହେଁ ତାଙ୍କ ସିଆରପିଏଫ୍‌ ବାଟାଲିୟନ୍‌ର ଜଣେ ବରିଷ୍ଠ କମାଣ୍ଡୋ ଫୋନ୍‌ କରିଥିଲେ। ଆଉ ଏହି ସନ୍ଦେଶ ଏଭଳି ଥିଲା ଯାହାକୁ ଶୁଣି ମୀତାଙ୍କ ପାଦତଳୁ ମାଟି ଖସିଯାଇଥିଲା। ସେ କହିଥିଲେ ଯେ, ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣରେ ସହିଦ୍‌ ହୋଇଥିବା ୪୦ଜଣ ଯବାନଙ୍କ ମଧ୍ୟରେ ତାଙ୍କ ସ୍ୱାମୀ ଅଛନ୍ତି।। ଏହା ଶୁଣି ମୀତାଙ୍କ ହତବାକ୍‌ ହୋଇଯାଇଥିଲେ।

ତେବେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବବଲୁଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ଅଛି। ଯିଏ କି ଏବେ ସ୍କୁଲ ଯିବା ଆରମ୍ଭ କରିଛି। ବବଲୁଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ସେ ଗତ ଡିସେମ୍ବର ମାସରେ ନିଜ ଝିଅର ଜନ୍ମଦିନ ପାଳନ ପାଇଁ ଘରକୁ ଆସିଥିଲେ। ଡ୍ୟୁଟିକୁ ଫେରିବା ପରେ ସେ ସବୁଦିନ ପତ୍ନୀ ମୀତାଙ୍କ ସହ ଫୋନ୍‌ରେ କଥା ହେଉଥିଲେ।

ଗତ ଗୁରୁବାର ସିଆର୍‌ପିଏଫ୍‌ ଅଧିକାରୀ ବବଲୁଙ୍କ ପରିବାରକୁ ଫୋନ୍‌ କରି ମୀତାଙ୍କ ଫୋନ୍‌ ନମ୍ବର ମାଗିଥିଲେ। ତେଣୁ ପୂରା ପରିବାର ଖୁବ୍‌ ଡରିଯାଇଥିଲେ। ଶେଷରେ ଶୁକ୍ରବାର ଆସିଥିବା କଲ୍‌ ସେମାନଙ୍କ ଆଶଙ୍କାକୁ ସତ ପ୍ରମାଣିତ କରିଥିଲା।

ବବଲୁଙ୍କ ଶାଳୀ ଶମ୍ପା କହିଛନ୍ତି,”ଆମେ ଗୁରୁବାର ସନ୍ଧ୍ୟାରେ ଏହି ଆକ୍ରମଣ ବିଷୟରେ ଶୁଣିଥିଲୁ। ହେଲେ ଆଶା ଥିଲା ଯେ ମୃତମାନଙ୍କ ମଧ୍ୟରେ ବବଲୁ ନଥିବେ। ହେଲେ ସକାଳେ ଯେତେବେଳେ ଫୋନ୍‌ ଆସିଲା ଆମର ସବୁ ଆଶା ମାଟିରେ ମିଶିଗଲା। ଆମେ କ’ଣ କରିବୁ, କିଛି ବୁଝିପାରିନଥିଲୁ।”

କମ ବୟସ ଯୋଗୁ ବବଲୁ ପାରାମିଲିଟାରି ଫୋର୍ସରେ ଯୋଗ ଦେବାର ସୁଯୋଗ ପାଇ ନଥିଲେ। ପରେ ୨୦୦୦ ମସିହାରେ ସେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ ଏବଂ ଦେଶସେବାରେ ୨୦ ବର୍ଷ ଧରି ନିଜକୁ ସମର୍ପିତ କରିଦେଇଥିଲେ। ବବଲୁ ୧୩ ବର୍ଷର ହୋଇଥିଲା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ବବଲୁ ହିଁ ତାଙ୍କ ମା’, ୪ଭଉଣୀ ଓ ଜଣେ ଭାଇର ଦାୟିତ୍ୱ ନେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ବବଲୁ ନିଜ ପାଠପଢ଼ା ପାଇଁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ମାଛ ବିକ୍ରି କରୁଥିଲେ। ଏହାପରେ ସେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ।

ଚାକିରି ମିଳିବା ପରେ ବବଲୁ ତାଙ୍କ ଭଉଣୀଙ୍କର ବାହାଘର କରାଇବା ସଙ୍ଗେସଙ୍ଗେ ପରିବାର ପାଇଁ ଏକ ଘର ମଧ୍ୟ ତୋଳିଥିଲେ। ୨୦୦୯ରେ ସେ ମୀତାଙ୍କୁ ବିବାହ କରିଥିଲେ। ବବୁଲୁ ସହିଦ୍‌ ହୋଇଥିବା ଖବର ପାଇ ତାଙ୍କ ୭୦ ବର୍ଷୀୟା ମା’ ବନମାଲା ଭାଙ୍ଗିପଡ଼ିଥିଲେ, ଆଉ କାନ୍ଦି କାନ୍ଦି ପୁଅ ପାଇଁ ଈଶ୍ୱରଙ୍କ ଠାରୁ ନ୍ୟାୟ ଭିକ୍ଷା କରିଥିଲେ।



from Odisha Reporter http://bit.ly/2DVaavN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages