ଆଜିଠାରୁ UPSC ରେଜିଷ୍ଟ୍ରେସନ୍‌ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଆଜିଠାରୁ UPSC ରେଜିଷ୍ଟ୍ରେସନ୍‌ ଆରମ୍ଭ

ନୂଆଦିଲ୍ଲୀ: ଫେବୃଆରୀ ୧୯ ବା ମଙ୍ଗଳବାରଠାରୁ ସିଭିଲ ସର୍ଭିସ୍‌ ପରୀକ୍ଷା (ସିଏସ୍‌ଇ) ଉଦ୍ଦିଷ୍ଟ ପଞ୍ଜିକରଣ ଲିଙ୍କ୍‌ ସକ୍ରିୟ ହୋଇଛି। ଏହି ପରୀକ୍ଷାର ନିୟନ୍ତ୍ରକ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ କର୍ତ୍ତୃପକ୍ଷ ଏହାକୁ ଆକ୍ଟିଭେଟ୍‌ କରିଥିବା ନେଇ ସୂଚନା ଦେଇଛନ୍ତି। ଏହା ପରୀକ୍ଷା ପାଇଁ ଯୋଗ୍ୟତା, ଆବଶ୍ୟକ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧିତ ତଥ୍ୟ upsconline.nic.in ରେ ଉପଲବ୍ଧ ହେଉଛି। ଏହି ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ମାସ ୧୮ ତାରିଖ ଏବଂ ସେହିଦନ ସନ୍ଧ୍ୟା ୬ଟା ଯାଏ ପଞ୍ଜିକରଣ ହୋଇପାରିବ।

ଏହି ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷା ଜୁନ୍‌ ୨ ତାରିଖରେ ହେବ। ୮୯୬ ଟି ପୋଷ୍ଟ ପୂରଣ ପାଇଁ ଏହି ପରୀକ୍ଷା ହେବାକୁ ଥିବାବେଳେ ଚଳିତବର୍ଷ ୩୯ଟି ପଦବୀ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ।

UPSC ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, “ବିଭିନ୍ନ କ୍ୟାଡର ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କଠାରୁ ପୂରଣ ହେବାକୁ ଥିବା ପଦବୀର ତାଲିକା ଆସିବା ପରେ ଚୂଡ଼ାନ୍ତ ଖାଲି ପଦବୀର ସଂଖ୍ୟା ପରିବର୍ତ୍ତିତ ହେବ। ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗ ଆଦି ବର୍ଗରେ ସରକାରଙ୍କ ପକ୍ଷରୁ ଆରକ୍ଷଣ ବ୍ୟବସ୍ଥା ରହିବ।”

ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ବିଭିନ୍ନ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଆଇଏଏସ୍, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଆରଏସ୍‌ ଏବଂ ଆଇଆରଟିଏସ୍‌ ଆଦି କ୍ଷେତ୍ରରେ ପଦବୀ ପୂରଣ ପାଇଁ ପ୍ରିଲିମିନାରୀ ପରୀକ୍ଷା ପରେ ମେନ୍‌ ପରୀକ୍ଷା ଦେବାକୁ ହୁଏ। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ପାଇଁ ମଧ୍ୟ ଆଜିଠାରୁ upsconline.nic.in ଏବଂ upsc.gov.in ଆବେଦନ ପତ୍ର ଉପଲବ୍ଧ ହେଉଛି।



from Odisha Reporter http://bit.ly/2TSkVWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages