ପୁଲ୍‌ୱାମା:ସିଦ୍ଧୁଙ୍କ ବୟାନକୁ ନେଇ ଘନେଇଲା ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ପୁଲ୍‌ୱାମା:ସିଦ୍ଧୁଙ୍କ ବୟାନକୁ ନେଇ ଘନେଇଲା ବିବାଦ

ଶ୍ରୀନଗର: ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ତମ୍ବି ତୋଫାନ ସୃଷ୍ଟି କରିଥିବା ଏହି ମନ୍ତବ୍ୟରେ ସିଦ୍ଧୁ କହିଥିଲେ, “ଆତଙ୍କବାଦର ଧର୍ମ ନଥାଏ କି ଦେଶ ନଥାଏ।”

ସେ ଏହି ଅବସରରରେ କହିଥିଲେ, “ଏହା କାପୁରୁଷ କାର୍ଯ୍ୟଏବଂ ମୁଁ ଏହାକୁ ନିନ୍ଦା କରୁଛି। ହିଂସା ସବୁସମୟରେ ନିନ୍ଦନୀୟ, ଦୋଷୀ ଦଣ୍ଡ ପାଇବା ଉଚିତ। କିନ୍ତୁ, କିଛି ଲୋକଙ୍କ ପାଇଁ ଗୋଟିଏ ଦେଶ ଏବଂ ଅନ୍ୟ ଜଣେ ବ୍ୟକ୍ତିକୁ କିଭଳି ଦାୟୀ କରାଯାଇପାରିବ।”
ସେ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ଜରୁରୀ ବୋଲି କହିଥିଲେ। ଆଉ କେତେଦିନ ଧରି ଯବାନଙ୍କୁ ହରାଇବା ଏବଂ ରକ୍ତପାତ ଚାଲିବ ବୋଲି ସେ ପ୍ରଶ୍ନ କରିଥିଲେ।

ତେବେ ଏହାକୁ ନେଇ ବିବାଦ ହେବାପରେ ସିଦ୍ଧୁ କହିଥିଲେ, “କର୍ତ୍ତାରପୁର ସହିତ ଏହି ରକ୍ତପାତର କ’ଣ ସମ୍ପର୍କ? ଏହା ହୃଦୟ ଯୋଡ଼େ। ଜଣେ ଯେତେବେଳେ ତୀର୍ଥରେ ଯାଉଛି ସେ ଭିନ୍ନ ମଣିଷ ପାଲଟିଯାଏ। ମୁଁ ଭାବୁଛି ଏହି ସମସ୍ୟାର ମୂଳ କାରଣ ଖୋଜି ଏହାକୁ ମୂଳୋତ୍ପାଟନ କରିବାର ଆବଶ୍ୟକତା ରହିଛି।”

ଆଉ ଉଲ୍ଲେଖନୀୟ କଥା ହେଉଛି ସିଦ୍ଧୁଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଜି ସକାଳର ବୟାନର ଠିକ୍‌ ଓଲଟା କଥା କହିଛନ୍ତି ସିଦ୍ଧୁ। କାରଣ ଏହି ବୟାନରେ ରାହୁଲ ସରକାରଙ୍କ ସାଥିରେ ଥିବା କଥା କହିଥିଲେ ଏବଂ ସେନା ସାଥିରେ ଥିବା କଥା କହିଥିଲେ।

ରାହୁଲ ଭାବପ୍ରବଣ ହୋଇ କହିଥିଲେ, “ଏହା ଶୋକପ୍ରକାଶ କରିବା ବା ଦୁଃଖ ପ୍ରକାଶ କରିବାର ସମୟ ନୁହେଁ। ଆମେ ଭାରତ ସରକାର ଏବଂ ଯବାନଙ୍କ ସାଥିରେ ଅଛୁ। ଏହା ବ୍ୟତୀତ ଆମେ ଆଉ କିଛି ଆଲୋଚନା ଚାହୁଁନାହୁଁ।”

ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ଏବେ ବିଭିନ୍ନ ମହଲରେ ଝଡ଼ ସୃଷ୍ଟି ହୋଇଛି। ଅବସରପ୍ରାପ୍ତ ମେଜର ଜିଡି ବକ୍ସି କହିଛନ୍ତି, ଏପରି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ସିଆରପିଏଫ୍‌ ଯେଉଁ ସ୍ଥିତି ସାମ୍ନା କରନ୍ତି ସିଦ୍ଧୁ ତାଙ୍କ ଜୀବନରେ ସେହି ସ୍ଥିତି କେବେ ଭେଟିନାହାନ୍ତି। ୟୁନିଫର୍ମ ପିନ୍ଧି ଯେଉଁଭଳି ସଂଘର୍ଷପୂର୍ଣ୍ଣ ସ୍ଥିତିରେ ଯବାନ କାମ କରନ୍ତି ସେ କେବେ ମଧ୍ୟ ସେଭଳି ସ୍ଥାନ ଦେଖିନାହାନ୍ତି।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଶଂସା ଓ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା, ପାକ୍‌ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ଭଳି ଘଟଣାରେ ତାଙ୍କ ଦଳର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ମଧ୍ୟ ସମାଲୋଚନା କରିଥିଲେ।

ଏବେ ଏହି ମନ୍ତବ୍ୟକୁ ନେଇ ସୋଶାଲ ମିଡିଆରେ ସମସ୍ତେ ସିଦ୍ଧୁଙ୍କ ଉପରେ ବର୍ଷିବା ଆରମ୍ଭ କରିଛନ୍ତି।



from Odisha Reporter http://bit.ly/2EcTm4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages