ସେଦିନ ଏମିତି ହୋଇଥିଲା ସେନା ଉପରେ ଆତଙ୍କବାଦୀ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ସେଦିନ ଏମିତି ହୋଇଥିଲା ସେନା ଉପରେ ଆତଙ୍କବାଦୀ ଆକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଜମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ଭାରତୀୟ ଯବାନ ସହିଦ୍‌ ହୋଇଛନ୍ତି। ଏହି ଛାତି ଥରାଇ ଦେଉଥିବା ଦୃଶ୍ୟ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ସାରା ଦେଶ ବର୍ତ୍ତମାନ ଭାରତର ଆଗାମୀ ପଦକ୍ଷେପ କ’ଣ ରହିବ ତାହାକୁ ଅପେକ୍ଷା କରି ରହିଛି। ଆଜି ପର୍ଯ୍ୟନ୍ତ ଆମେ ଉରି ଆକ୍ରମଣକୁ ଦେଶର ସବୁଠାରୁ ବଡ଼ ଆକ୍ରମଣ ବୋଲି ଭାବି ଆସୁଥିଲେ। ଯାହା ୨୦୧୬ ସେପ୍ଟେମ୍ୱର ୧୮ରେ ହୋଇଥିଲା ଏବଂ ଏଥିରେ ୧୯ ଜଣ ଯବାନ ସହିଦ୍‌ ହୋଇଥିଲେ। କିନ୍ତୁ ଗତକାଲି ପୁଲୱାନାରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ କରିଥିବା ଆକ୍ରମଣ ଭାରତରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯିବ। ତେବେ ଏପରି ଆକ୍ରମଣ ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଆତଙ୍କବାଦୀମାନେ ଭାରତ ପାଇଁ ଆକ୍ରମଣ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁ ମସିହାରେ ଏହିପରି ଆତଙ୍କବାଦୀ ଆକ୍ରମଣରେ ଯବାନ୍‌ମାନେ ସହିଦ୍‌ ହୋଇଥିଲେ।

  • ୨୦୧୮ ଫେବୃଆରୀ ୭: ଶ୍ରୀନଗରରେ ଲସ୍କର-ଇ- ତୋଇବା ପକ୍ଷରୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ପୁଲିସ୍‌ ସହିଦ୍‌ ହୋଇଥିଲେ। କିନ୍ତୁ ଏହି ଆକ୍ରମଣରେ ନାଭିଦ୍‌ ଜାଟ୍‌ ନାମକ ଜଣେ ଆତଙ୍କବାଦୀ ପୁଲିସ୍‌ ହାତରୁ ଖସି ପଳାଇବାରେ ସମର୍ଥ ହୋଇଥିଲା।
  • ୨୦୧୮ ଜାନୁଆରୀ ୧୯: ଦକ୍ଷିଣ କଶ୍ମୀରର ପୁଲୱାମା ସହରର ତହସିଲ୍‌ ଅଫିସ୍‌ ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୮ ପୁଲିସ୍‌ ଆହତ ହୋଇଥିଲେ।
  • ୨୦୧୭ ଡିସେମ୍ୱର ୩୧: ଦକ୍ଷିଣ କଶ୍ମୀରର ଲୋଥାପୋରାରେ ଜେଇଏମ୍‌ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୫ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଥିଲେ। ଭାରତର ପାଲଟା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା।
  • ୨୦୧୬ ନଭେମ୍ୱର ୨୯:  ଜମ୍ମୁ ସହରରେ ନାଗ୍‌ରୋଟା ଭିତ୍ତିକ ୧୬ କର୍ପସ୍‌ ମୁଖ୍ୟାଳୟ ନିକଟରେ ଥିବା ୧୬୬ ଆର୍ମି ବାଟାଲିୟନ୍‌ ୟୁନିଟ୍‌ରେ ଆତଙ୍କବାଦୀ ପ୍ରବେଶ କରି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଯବାନ ସହିଦ୍‌ ହୋଇଥିଲେ।
  • ୨୦୧୬ ସେପ୍ଟେମ୍ୱର ୧୮:  ବାରାମୂଳା ଅଞ୍ଚଳର ଉରିଠାରେ ଥିବା ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଯବାନ ସହିଦ୍‌ ହୋଇଥିଲେ। ସେନାର ପାଲଟା ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
  • ୨୦୧୬ ଜୁନ୍‌ ୨୫: ଶ୍ରୀନଗର ପାମ୍ପୋରଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୮ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଥିଲେ ଏବଂ ୨୦ ଜଣ ଆହତ ହୋଇଥିଲେ।
  • ୨୦୧୬ ଫେବୃଆରୀ ୨୧: ଶ୍ରୀନଗର ନିକଟବର୍ତ୍ତୀ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୩ ଜଣ ସେନା କମୋଣ୍ଡୋ ସହିଦ୍‌ ହୋଇଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
  • ୨୦୧୬ ଜାନୁଆରୀ ୨: ପଠାନ୍‌କୋଟ୍‌ସ୍ଥିତ ଭାରତୀୟ ବାୟୁସେନା ଶିବିରରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପାକିସ୍ତାନୀ ଆତଙ୍କବାଦୀମାନେ ପ୍ରବେଶ କରି ଆକ୍ରମଣ କରିଥିଲେ ଏବଂ ଏଥିରେ ୩ ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିଲେ। ପାଲଟା ଆକ୍ରମଣରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।
  • ୨୦୧୫ ନଭେମ୍ୱର ୧୮: କୁପୱାରାରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରେ ଜଣେ କଲୋନେଲ୍‌ ସହିଦ୍‌ ହୋଇଥିଲେ।
  • ୨୦୧୫ ଅଗଷ୍ଟ ୫: ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୨ ସୀମା ସୁରକ୍ଷା ଯବାନ ସହିଦ୍‌ ହୋଇଥିଲେ ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
  • ୨୦୧୫ ମାର୍ଚ୍ଚ ୨୧: ସାମ୍ୱା ଜିଲ୍ଲାରେ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ନିକଟରେ ଥିବା ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ସେନାର ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ବ୍ୟତୀତ ଜଣେ ନାଗରିକ, ଜଣେ ମେଜର୍‌ ଓ ସେନା ଯବାନ୍ ସହିଦ୍‌ ହୋଇଥିଲେ।
  • ୨୦୧୫ ମାର୍ଚ୍ଚ ୨୦: କାଠୁଆ ଜିଲ୍ଲାରେ ଥିବା ଏକ ଥାନାରେ ଆତଙ୍କବାଦୀ ଆକ୍ରମଣରେ ୭ଜଣ ପ୍ରାଣ ହରାଇଥିଲେ। ଏଥିରେ ତିନିଜଣ ସୁରକ୍ଷାକର୍ମୀ, ଦୁଇଜଣ ନାଗରିକ, ଦୁଇଜଣ ଆତଙ୍କବାଦୀ ସାମିଲ୍‌ ଥିଲେ। ଏହା ବ୍ୟତୀତ ୮ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ।
  • ୨୦୧୪ ନଭେମ୍ୱର ୨୭: ଜମ୍ମୁ ଜିଲ୍ଲା ନିକଟସ୍ଥ କଠାର ଗ୍ରାମରେ ଆତଙ୍କବାଦୀମାନେ ଆଖିବୁଜା ଆକ୍ରମଣ କରିଥିଲେ। ଏଥିରେ ହୋଇଥିବା ଗୁଳି ବିନିମୟରେ ୧୦ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୪ ଜଣ ନାଗରିକ, ୩ଜଣ ଯବାନ ଓ ୩ ଜଣ ଆତଙ୍କବାଦୀ ରହିଥିଲେ।
  • ୨୦୧୩ ଜୁନ୍ ୨୪: ଶ୍ରୀନଗରର ହାଇଦରପଡ଼ାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୮ ଜଣ ଯବାନ୍ ସହିଦ୍‌ ହୋଇଥିଲେ।
  • ୨୦୦୨ ମେ ୧୪: ଜମ୍ମୁର କାଲୁଛକଠାରେ ଥିବା ସେନା ଶିବିର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୩୬ଜଣ ପ୍ରାଣ ହରାଇଥିଲେ ଓ ୪୮ ଜଣ ଆହତ ହୋଇଥିଲେ।
  • ୨୦୦୨ ଅକ୍ଟୋବର ୧: ଏହି ବର୍ଷ ମଧ୍ୟ ଆତଙ୍କବାଦୀମାନେ ଶ୍ରୀନଗରରେ ଥିବା ବିଧାନସଭା ପରିସରକୁ ଆକ୍ରମଣ କରିଥିଲେ। ଏଥିରେ ୩୮ ଜଣ ପ୍ରାଣ ହରାଇଥିଲେ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।


from Odisha Reporter http://bit.ly/2Ihv2CV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages