ଦୀନେଶ କାର୍ତ୍ତିକ ଏକ ରନ୍‌ ନ ନେବା ଦଳକୁ ମହଙ୍ଗା ପଡ଼ିଲା କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

ଦୀନେଶ କାର୍ତ୍ତିକ ଏକ ରନ୍‌ ନ ନେବା ଦଳକୁ ମହଙ୍ଗା ପଡ଼ିଲା କି?

ଚେନ୍ନାଇ: ନିଦାଶ ଟ୍ରଫି ଫାଇନାଲ୍‌ରେ ଛକା ମାରି ଦଳକୁ ବିଜୟୀ କରାଇଥିବା ଟିମ୍‌ ଇଣ୍ଡିଆର ଭେଟରାନ୍‌ ବ୍ୟାଟସ୍‌ମ୍ୟାନ୍‌ ଦୀନେଶ କାର୍ତ୍ତିକ ରାତାରାତି ହିରୋ ପାଲଟି ଯାଇଥିଲେ। ଏହି ମ୍ୟାଚ୍‌ ପରେ ସେ ଏକାଧିକ ଥର ଦଳରେ ଫିନିଶର୍ ଭାବେ କାର୍ଯ୍ୟ କରିଛନ୍ତି। ହେଲେ ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଖେଳିଥିଲେ ହେଁ ଟିମ୍‌ ଇଣ୍ଡିଆକୁ ଜିତାଇ ପାରିନାହାନ୍ତି।

ଶେଷ ଓଭର୍‌ରେ ଦଳକୁ ୧୬ ଦରକାର ଥିବା ବେଳେ ତୃତୀୟ ବଲ୍‌ରେ କାର୍ତ୍ତିକ ଏକ ସିଙ୍ଗଲ ନେବାକୁ ମନା କରିଦେଇଥିଲେ। ଏହି ସମୟରେ ଭାରତକୁ ଜିତିବା ପାଇଁ ୧୪ ରନ୍‌ ଦରକାର ଥିଲା। ନନ୍‌ ଷ୍ଟ୍ରାଇକ୍‌ରେ ଥିବା କୃନାଲ ପାଣ୍ଡ୍ୟା ସିଙ୍ଗଲ ନେବାକୁ ଦୌଡ଼ିଥିଲେ ହେଁ କାର୍ତ୍ତିକ ଅପ୍ରତ୍ୟାଶିତ ଭାବେ ଏହାକୁ ମନା କରି ଦେଇଥିଲେ। ଶେଷ ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡର ଟିମ୍‌ ସାଉଦି ବୋଲିଂ କରୁଥିଲେ।

ସାଉଦିଙ୍କ ପୂର୍ବ ଓଭର୍‌ରେ କୃନାଲ ହିଁ ୧୯ ରନ୍‌ ହାସଲ କରିବା ସହ ଟିମ୍‌ ଇଣ୍ଡିଆକୁ ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରାଇଥିଲେ। ହେଲେ କାର୍ତ୍ତିକ କୃନାଲଙ୍କୁ ସିଙ୍ଗଲ ନ ଦେବା କେବଳ କ୍ରିକେଟ୍‌ ଫ୍ୟାନ୍‌ ନୁହନ୍ତି ବରଂ କ୍ରିକେଟ୍‌ ପଣ୍ଡିତମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଯଦି କାର୍ତ୍ତିକ ସିଙ୍ଗଲ ନେଇଥାଆନ୍ତେ, ହୁଏତ ପାଣ୍ଡ୍ୟା ମ୍ୟାଚ୍‌ର ମୋଡ଼ ବଦଳାଇ ପାରିଥାଆନ୍ତେ। ହେଲେ କାହିଁକି କାର୍ତ୍ତିକ ସିଙ୍ଗଲ ନେବାକୁ ମନା କଲେ, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏଥିପାଇଁ ହୁଏତ ଦଳ ମ୍ୟାଚ୍‌ରେ ପରାସ୍ତ ହେଲା ବୋଲି ଅନେକ ମତ ଦେଇଛନ୍ତି।

କାର୍ତ୍ତିକ ଏଭଳି ସିଙ୍ଗଲ ନ ନେବା ଟ୍ରେଣ୍ଡ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଶିଖିଥାଇପାରନ୍ତି। କାରଣ ୨୦୧୩ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ରେ ଧୋନି ଏଭଳି କରିଥିଲେ। କିନ୍ତୁ ସେତେବେଳେ ଧୋନି ନଂ ୧୦ ଓ ନଂ ୧୧ ସହ ବ୍ୟାଟିଂ କରୁଥିଲେ। କିନ୍ତୁ ଧୋନି ଶକ୍ତ ପ୍ରହାର କରିପାରୁ ଥିବା ଖେଳାଳିଙ୍କ ସହ ବ୍ୟାଟିଂ କରୁଥିବା ବେଳେ କେବେ ହେଲେ ଏପରି ସିଙ୍ଗଲ ରନ୍‌ ନେବାକୁ ମନା କରନ୍ତି ନାହିଁ।

ଏହି ପରିପ୍ରେକ୍ଷୀରେ ଟିମ୍‌ ଇଣ୍ଡିଆର ଟର୍ବେନେଟର୍ ହରଭଜନ ସିଂହ କହିଛନ୍ତି,“ଦଳରେ ଜଣେ ଫିନିଶରର କାମ ହେଲା କେବଳ ଜିତିବା ପାଇଁ ଶଟ୍‌ ମାରିବା। ଜଣେ ଭଲ ଫିନିଶରର କାମ ହେଲା ସେ ତାଙ୍କ ସହ ପୂରା ଟିମ୍‌ର ଜାହାଜକୁ ନେଇଯିବା।
କିନ୍ତୁ ରବିବାର କାର୍ତ୍ତିକ ଲଜିକ୍‌ ବାହାରେ କାର୍ଯ୍ୟ କରିଛନ୍ତି। ଯଦି ଭୁବନେଶ୍ୱର କୁମାର କିମ୍ବା ଆଉ କେହି ବୋଲର ନନ୍‌ ଷ୍ଟ୍ରାଇକ୍‌ରେ ଥିଲେ ହୁଏତ କାର୍ତ୍ତିକ ଯାହା କଲେ, ତାକୁ ଠିକ୍‌ କୁହାଯାଇଥାଆନ୍ତା। ହେଲେ କୃନାଲଙ୍କ ଭଳି ଖେଳାଳି ଥିବା ବେଳେ କାର୍ତ୍ତିକ କ’ଣ ପାଇଁ ସିଙ୍ଗଲ ରନ୍‌ ନେଲେ ନାହିଁ, ସେକଥା କେବଳ ସେ ହିଁ କହିପାରିବେ।”



from Odisha Reporter http://bit.ly/2UWxUqt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages