
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ’। ବକ୍ସ ଅଫିସ୍ରେ ବ୍ଲକ ବଷ୍ଟର ସାବ୍ୟସ୍ତ ହୋଇଥିବା ଏହି ଫିଲ୍ମ ଏବେ ‘ବାହୁବଳୀ-୨’କୁ ମାତ୍ ଦେଇଛି। ଫିଲ୍ମ ରିଲିଜର ୨୩ ଓ ୨୪ ନମ୍ବର ଦିନରେ ବାହୁବଳୀ-୨ଠାରୁ ଅଧିକ ଆୟ କରି ଚଳିତ ବର୍ଷ ରେକର୍ଡ ହାସଲ କରିଛି ‘ଉରି’। ଜାନୁଆରୀ ୧୧ରେ ପରଦାକୁ ଆସିଥିବା‘ଉରି- ଦି ସର୍ଜିକାଲ ଷ୍ଟ୍ରାଇକ’ ବକ୍ସ ଅଫିସ୍ରେ ପୂର୍ବରୁ ୨ ଶହ କୋଟି କ୍ଲବରେ ସାମିଲ ହୋଇଥିଲା।
୨୦୧୬ କଶ୍ମୀରର ଉରି ଆର୍ମି ବେସ୍ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ୍ରେ ପାକିସ୍ତାନ୍ ଅଧୀକୃତ ଅଞ୍ଚଳରେ ଭାରତୀୟ ସେନା ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ଏହାରି ଉପରେ ‘ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ର କାହାଣୀ ପର୍ଯ୍ୟବେଶିତ । ପିଓକେରେ ଆତଙ୍କବାଦୀଙ୍କ ବେସ୍କୁ ଧ୍ୱଂସ କରିଥିବା ବୀର ଯବାନଙ୍କ ରଣନୀତି ପରଦାରେ ଦେଖିବାକୁ ମିଳିଛି। ୟଙ୍ଗ୍ ଟ୍ୟାଲେଣ୍ଟେଡ୍ ଆକ୍ଟର ଭିକି କୌଶାଲ୍, ୟାମି ଗୌତମ, କ୍ରିତି କୁଲହାରୀ ପ୍ରମୁଖ ସିନେମାରେ ନଜର ଆସିଛନ୍ତିା ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କ ଚରିତ୍ରରେ ଭେଟେରାନ୍ ପରେଶ ରାଓ୍ଵଲ୍ଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍ ତାଳି ସାଉଁଟିଛି।

from Odisha Reporter http://bit.ly/2t3FjIq
No comments:
Post a Comment