
ମୁମ୍ବାଇ: ଜମ୍ମୁ-କଶ୍ମୀର ପୁଲୱାମାରେ ଗତ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଯବାନ୍ମାନଙ୍କ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିବା ସହ ସବୁ ବର୍ଗର ଲୋକେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ସହ ପାକିସ୍ତାନ୍କୁ ଉଚିତ୍ ଯବାବ ଦିଆଯିବା ବୋଲି ସ୍ୱର ଉଠୁଛି। ଆଉ ଏହାର ପ୍ରଭାବ ଏବେ ପୂରା ଦେଶରେ ଦେଖିବାକୁ ମିଳିଛି।
ଏହି ଘଟଣା ପରେ ସବୁ ସଙ୍ଗଠନର ନିଜ ରାଗ ଜାହିର୍ କରିଛନ୍ତି। ଆଉ ଏହି କ୍ରୋଧ ଏବେ ପାକିସ୍ତାନ୍ କଳାକାରଙ୍କ ପାଖରେ ପହଞ୍ଚିଛି। ମହାରାଷ୍ଟ୍ର ନବ ନିର୍ମାଣ ସେନା ଦେଶର ସବୁ ମ୍ୟୁଜିକ୍ କମ୍ପାନୀଙ୍କୁ କହିଦେଇଛନ୍ତି କି ପାକିସ୍ତାନ ଗାୟକଙ୍କ ସହ କାମ କରିବା ବନ୍ଦ କରିବାକୁ ପଡିବ।
ଏମ୍ଏନ୍ଏସ୍ ମୁଖ୍ୟ ଉମେଶ ଖୋପିକର କହିଛନ୍ତି, ‘‘ଆମେ ଅନେକ ମ୍ୟୁଜିକ୍ କମ୍ପାନୀକୁ ମୌଖିକ ଭାବେ କହିଛୁ ଯେ, ସେମାନେ ପାକିସ୍ତାନୀ ଗାୟକଙ୍କ କାମ କରିବା ତତ୍କାଳ ବନ୍ଦ କରନ୍ତୁ। ସେହି କମ୍ପାନୀଗୁଡ଼ିକ ମଧ୍ୟରେ ଅଛନ୍ତି ଟି ସିରିଜ, ସୋନୀ ମ୍ୟୁଜିକ, ଭେନସ୍, ଟିପ୍ସ ଇତ୍ୟାଦି ମ୍ୟୁଜିକ୍ କମ୍ପାନୀ।’’
ଯଦି କମ୍ପାନୀଗୁଡିକ ଏଥରୁ ବିରତ ନ ହୁଅନ୍ତି ତା ହେଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
ନିକଟରେ ଭୂଷଣ କୁମାର ଓ ଟିସିରିଜ୍ କମ୍ପାନୀ ରାହତ ଫତେ ଅଲ୍ଲୀ ଖାନ୍ ଓ ଆତିଭ୍ ଅସ୍ଲମ୍ଙ୍କ ସହ ଭିନ୍ନ ଭିନ୍ନ ଗୀତର ଟାଏ ଅଫ୍ କରାଯାଇଥିଲା। ପୁଲୱାମାରେ ଘଟଣା ପରେ ଆତୀଫ୍ଙ୍କ ‘ବାରୀସେଁ’ ଗୀତ ୟୁଟ୍ୟବ୍ ଆପ୍ରୁ ଅନ୍ ଲିଷ୍ଟେଡ୍ କରିଦିଆଯାଇଛି। ଏହା ସାର୍ବଜନୀନ ଭାବେ ଘୋଷଣା କରି ନ ଥିଲେ ବି ଅନ୍ ଲିଷ୍ଟେଡ୍ ୟୁଟ୍ୟୁବ୍ ଟ୍ୟାଗ୍ରେ ଏହା ଦେଖିବାକୁ ମିଳୁଛି। ଆଉ ଏହା ଏମ୍ଏନ୍ଏସ୍ ଆକ୍ସନ୍ କାରଣରୁ କରାଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ କି, ୨୦୧୬ରେ ଉରି ଆଟାକ୍ ପରେ ରାଜ୍ ଠାକ୍ରେଙ୍କ ଦଳ ଭାରତରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ି ଯିବାକୁ ୪୮ ଘଣ୍ଟା ସମୟ ଦେଇଥିଲେ। ସେ ସମୟରେ ଏମିତି ଅନେକ ପାକିସ୍ତାନ କଳାକର ଅଛନ୍ତି, ଯିଏ ଭାରତ ଛାଡ଼ି ଚାଲି ଯାଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଫୱାଦ ଖାନ୍, ମାହିରା ଖାନ୍ ଓ ଅଲ୍ଲୀ ଜଫର।
ଫେବୃଆରୀ ୧୪ରେ ଜମ୍ମୁ-କଶ୍ମୀରରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଶତାବ୍ଦୀର ସବୁଠାରୁ ବଡ଼ ଓ ଭୟଙ୍କର ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ହୋଇଥିବା ଏହି ଆତ୍ମଘାତୀ ହମ୍ଲାରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି।
from Odisha Reporter http://bit.ly/2tqlivK
No comments:
Post a Comment