
କୁଚିଣ୍ଡା (ଦେବେନ୍ଦ୍ର ବେହେରା): ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ମହିଳାଙ୍କୁତାଙ୍କ ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଲୁକେଶ୍ୱର ତାଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାଟି ଲଇକେରା ଥାନା ରଙ୍ଗିଆଟିକ୍ରା ଗାଁରେ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ଲୁକେଶ୍ୱର କୁସୁମ। ପୁଲିସ୍ ଲୁକେଶ୍ୱରକୁ ଗିରଫ କରି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ ଗତକାଲି ଲୁକେଶ୍ୱର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ମାଆ ଆସମତୀ କୁସୁମ ଏବଂ ବାପା ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଲୁକେଶ୍ୱର ଏକ କ୍ରିକେଟ୍ ବ୍ୟାଟ୍ରେ ଆସମତୀଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2GNpAFB
No comments:
Post a Comment