କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ‘ଅତି ସମ୍ୱେଦନଶୀଳ’ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାରେ ପୁଣି ଖୁଲମ୍‌ଖୁଲା କପି କରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆଜି ମ୍ୟାଟ୍ରିକ୍ ପରୀକ୍ଷାରେ ଇଂରାଜୀ ବିଷୟର ପରୀକ୍ଷା ଚାଲୁଥିଲା। ଏହି ସମୟରେ ଭୁବନ ବ୍ଲକ ପଳାଶପିଠିଆ ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲରେ ଶହଶହ ଲୋକ ପଶିଥିଲେ। ଆଉ କିଛି ଅଭିଭାବକ ପାଚେରୀ ଉପରେ ଚଢ଼ିଥିବା ଦେଖିବାକୁ ମିଳିଥିଲା। ହୋ-ହଲ୍ଲାରେ କମ୍ପିଥିଲା ସ୍କୁଲ ପରିବେଶ। ପରୀକ୍ଷା ଚାଲିଥିଲେ ବି ବହୁ ସମୟ ଧରି ବିଶୃଙ୍ଖଳା ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ସେଠାରେ ପୁଲିସ ମୁତୟନ ଥିଲେ। ଏହାସତ୍ତ୍ୱେ ଲୋକେ ପରୀକ୍ଷାର୍ଥୀମାନଙ୍କୁ କପି ଯୋଗାଇବାକୁ ସ୍କୁଲ ଭିତରେ ପଶିଥିବା ଅଭିଯୋଗ ହୋଇଛି।

ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ଅଧିକାଂଶ ପରୀକ୍ଷାର୍ଥୀ ପରୀକ୍ଷା ଖାତାରେ ଉତ୍ତର ଲେଖିବାରେ ସମସ୍ୟା ହୋଇଥିଲା। ଅନ୍ୟପକ୍ଷରେ ଏ ଖବର ପହଞ୍ଚିଥିଲା ମାଧ୍ୟମିକ ଶିକ୍ଷା ବୋର୍ଡରେ। ବୋର୍ଡର ସଭାପତି ଜାହାନ୍ ଆରା ବେଗମ୍‌ ଏହାକୁ ଗୁରୁତ୍ୱ ସହ ନେଇଛନ୍ତି। ସେ କହିଛନ୍ତି- “ଏପରି ଖବର ଯେଉଁଠୁ ଆସିଛି, ସେହି ଅଞ୍ଚଳରେ ୧୪୪ ଧାରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।”

କିନ୍ତୁ ଏହି ଘଟଣାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ମାନି ନାହାନ୍ତି। (ଦେଖନ୍ତୁ ଭିଡିଓ)



from Odisha Reporter https://ift.tt/2ICmre8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages