ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କୋଚ୍‌ ପଦରୁ ଇସ୍ତଫା ଦେବେ ମ୍ୟାକମିଲାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କୋଚ୍‌ ପଦରୁ ଇସ୍ତଫା ଦେବେ ମ୍ୟାକମିଲାନ

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ତଥା ଦଳର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରୁଥିବା କ୍ରେଗ ମ୍ୟାକମିଲାନ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ୨୦୧୯ ବିଶ୍ୱକପ୍‌ ପରେ ସେ ଏହି ଦାୟିତ୍ୱ ଛାଡ଼ିଦେବେ ବୋଲି ସୂଚନା ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ଭାରତ ବିପକ୍ଷ ଟି-୨୦ ସିରିଜ୍‌ ଜିତିବାର ଦୁଇ ଦିନ ପରେ ମ୍ୟାକମିଲାନ ଏଭଳି ବୟାନ ଦେଇଛନ୍ତି।

ମ୍ୟାକମିଲାନ କହିଛନ୍ତି, “ମୁଁ ୫ ବର୍ଷ ହେଲାଣି ଏହି ପଦରେ କାର୍ଯ୍ୟ କରିଆସୁଛି। ଏବେ ବିଶ୍ୱକପ୍‌ ପରେ ଏହି ପଦରୁ ଇସ୍ତଫା ଦେବି।” ମ୍ୟାକମିଲାନ୍‌ ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୦୧୫ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା।

ମ୍ୟାକ୍‌ମିଲାନ୍‌ ନ୍ୟୁଜିଲ୍ୟାଣ୍ଡ ଟିମ୍‌ର ପ୍ରଶଂସା କରି କହିଛନ୍ତି ଯେ “ ମୋ କାର୍ଯ୍ୟକାଳ ମଧ୍ୟରେ ରସ୍‌ ଟେଲର ଓ କେନ୍‌ ୱିଲିମସନ୍‌ଙ୍କ ଭଳି ଖେଳାଳିଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏହି ପଦବୀରେ କାର୍ଯ୍ୟ କରିବା ସମୟରେ ମୋତେ ସମସ୍ତେ ସହଯୋଗ କରିଛନ୍ତି।”

ମ୍ୟାକମିଲାନ ନ୍ୟୁଜିଲ୍ୟାଣ୍ଡ ପାଇଁ ୫୫ଟି ଟେଷ୍ଟ ଓ ୧୯୭ଟି ଦିନିକିଆ ଖେଳିଛନ୍ତି। କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ଦଳର ବ୍ୟାଟିଂ କୋଚ ଦାୟିତ୍ୱ ମିଳିଥିଲା।



from Odisha Reporter http://bit.ly/2Gnmtoy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages